Advertisment

ରୋଚକ ମୋଡ଼ ନେଲା ଚାଷୀ ହତ୍ୟା ଷଡ଼ଯନ୍ତ୍ର: ଅଭିଯୁକ୍ତ କହିଲା, ଚାଷୀ ଯାହା କହିଥିଲେ ତାହା କହିଛି

ନୂଆଦିଲ୍ଲୀ: ଦିଲ୍ଲୀରେ ବିକ୍ଷୋଭକାରୀ ଚାଷୀଙ୍କ ହତ୍ୟା ଷଡ଼ଯନ୍ତ୍ର ଘଟଣା ରୋଚକ ମୋଡ଼ ନେଇଛି। ଧରାପଡ଼ିଥିବା ଯୁବକ ଜଣ ନିଜ ବୟାନ ବଦଳାଇ ଚାଷୀଙ୍କ ଆଡ଼କୁ ତୀର ଛାଡ଼ିଛି। ବିକ୍ଷୋଭକାରୀ କୃଷକମାନେ ଯାହା କହିଥିଲେ, ଯେମିତି କହିଥିଲେ ମୁଁ ଗଣମାଧ୍ୟମକୁ ସେମିତି କହିଛି ବୋଲି ଯୁବକ କହିଛି। ଅଭିଯୋଗ ଅନୁସାରେ, ଚାଷୀଙ୍କୁ ହତ୍ୟା କରିବା ପାଇଁ ଯାଇଥିବା ଯୁବକକୁ ଧରିପକାଇଥିଲେ ଚାଷୀ। ଏହାପରେ ତାକୁ ମିଡିଆ ସାମ୍ନାରେ ହାଜର କରାଯାଇଥିଲା। ଯୋଜନା ମୁତବାକ ସେ କୃଷକଙ୍କୁ ହତ୍ୟା କରିବାକୁ […]

ରୋଚକ ମୋଡ଼ ନେଲା ଚାଷୀ ହତ୍ୟା ଷଡ଼ଯନ୍ତ୍ର: ଅଭିଯୁକ୍ତ କହିଲା, ଚାଷୀ ଯାହା କହିଥିଲେ ତାହା କହିଛି

farmer

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ ବିକ୍ଷୋଭକାରୀ ଚାଷୀଙ୍କ ହତ୍ୟା ଷଡ଼ଯନ୍ତ୍ର ଘଟଣା ରୋଚକ ମୋଡ଼ ନେଇଛି। ଧରାପଡ଼ିଥିବା ଯୁବକ ଜଣ ନିଜ ବୟାନ ବଦଳାଇ ଚାଷୀଙ୍କ ଆଡ଼କୁ ତୀର ଛାଡ଼ିଛି। ବିକ୍ଷୋଭକାରୀ କୃଷକମାନେ ଯାହା କହିଥିଲେ, ଯେମିତି କହିଥିଲେ ମୁଁ ଗଣମାଧ୍ୟମକୁ ସେମିତି କହିଛି ବୋଲି ଯୁବକ କହିଛି।

Advertisment

ଅଭିଯୋଗ ଅନୁସାରେ, ଚାଷୀଙ୍କୁ ହତ୍ୟା କରିବା ପାଇଁ ଯାଇଥିବା ଯୁବକକୁ ଧରିପକାଇଥିଲେ ଚାଷୀ। ଏହାପରେ ତାକୁ ମିଡିଆ ସାମ୍ନାରେ ହାଜର କରାଯାଇଥିଲା। ଯୋଜନା ମୁତବାକ ସେ କୃଷକଙ୍କୁ ହତ୍ୟା କରିବାକୁ ଆସିଥିବା ଶୁକ୍ରବାର ରାତିରେ ମିଡିଆ ସାମ୍ନାରେ କହିଥିଲା ଯୁବକ। କିନ୍ତୁ ଏବେ ଯୁବକ ଜଣକ କଥାରୁ ୟୁଟର୍ଣ୍ଣ ନେଇ ଚାଷୀଙ୍କ ଆଡ଼ୁକ ବାଣ ପେଷିଛି।

ଶୁକ୍ରବାର ରାତିରେ ସୋନିପଥ ପୋଲିସ ଯୁବକ ଜଣକୁ ଗିରଫ କରିବା ପରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଚାଷୀ ଯେମିତି କହିଥିଲେ ସେ ମିଡିଆ ସାମ୍ନାରେ ସେମିତି କହିଛନ୍ତି ବୋଲି ଯୁବକ ଜଣକ ଭିଡିଓରେ କହିଥିବାର ଦେଖାଯାଉଛି। ଏହି ଭିଡିଓ ଏବେ ଖୁବ୍ ଭାଇରାଲ ହେବାକୁ ଲାଗିଛି। ତେବେ ଭିଡିଓଟି ପୋଲିସ ତଦନ୍ତ ପରିସର ହୋଇ ନାହିଁ। ତେଣୁ ଏହା ସତ କି ମିଛ ତାହା ସ୍ପଷ୍ଟ ହୋଇପାରିନି। ତେବେ ଶନିବାର ଅପରାହ୍ନ ସୁଦ୍ଧା ଏସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।

Advertisment

ଗରିଫ ହୋଇଥିବା ବ୍ୟକ୍ତିର ନା ଯୋଗେଶ ବୋଲି ଜଣାପଡ଼ିଛି। ଭାଇରାଲ୍ ହେଉଥିବା ଭିଡିଓରେ ଯୋଗେଶ କହିଛି ଯେ ବିକ୍ଷୋଭକାରୀ ଚାଷୀମାନେ ତାକୁ ମାଡ଼ ମାରିବା ସହିତ ତାକୁ ଧମକାଇଥିଲେ।  ଅନ୍ୟ ତିନିଜଣଙ୍କ ମଧ୍ୟ ଧରିଥିବା କହିଥିଲେ। ସେମାନାଙ୍କ ମଧ୍ୟରୁ ଜଣକୁ ପିଟିପିଟି ମାରିଦେଇଥିବା ଯୋଗେଶକୁ କହିଥିଲେ ଚାଷୀ। ଏହାପରେ ଯୋଗେଶ ଡରିଯାଇ ମୋତେ ପୋଲିସ୍‌ରେ ଦେଇ  ଦିଅ ବୋଲି କୃଷକଙ୍କୁ ଅନୁରୋଧ କରିଥିଲେ।

ଏହାପରେ ବି କୃଷକମାନେ ଯୋଗେଶକୁ ଧମକାଇଥିଲେ। ବାଧ୍ୟ ହୋଇ ତାଙ୍କୁ ଗଣମାଧ୍ୟମରେ କୃଷକଙ୍କ କହିଥିବା କଥାକୁ କହିବାକୁ ପଡ଼ିଲା ବୋଲ ଯୋଗେଶ ବିଡିଓରେ କହିଛନ୍ତି। ଭିଡିଓରେ ଯୋଗେଶ ଆଭିଯୋଗ କରିଛନ୍ତି ଯେ ସେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଗଣମାଧ୍ୟମରେ ଏପରି ଚାଷୀ ହତ୍ୟା ଷଡ଼ଯନ୍ତ୍ରର କାହାଣୀ କହିଥିଲେ। ଚାଷୀମାନେ ଏବେ ବି ଉତ୍ତର ପ୍ରଦେଶର ଏକ ପିଲାକୁ ବନ୍ଧକ ରଖିଛନ୍ତି ବୋଲି ଯୋଗେଶ ଭିଡିଓରେ ଅଭିଯୋଗ କରିଛନ୍ତି।

Advertisment

ତେବେ ଅଭିଯୁକ୍ତ ଯୁବକର ମାଆଙ୍କ କହିବା କଥା ହେଲା ଯୋଗେଶ କାମକୁ ଯାଉଛି ବୋଲି କହି ଜାନୁଆରୀ ୨୦ ତାରିଖରୁ ଘରୁ ପଳାଇ ଆସିଥିଲା। ଖୁବ୍‌ଶୀଘ୍ର ଘରକୁ ଫେରିବ ବୋଲି ମଧ୍ୟ କହିଥିଲା। କିନ୍ତୁ ପୁଅ ଫେରିବା ବଦଳରେ ପୋଲିସ ଘରକୁ ଫୋନ୍‌ କରିଥିଲା।

ଗତକାଲି କୃଷକଙ୍କ ସାମ୍ବାଦିକ ସମ୍ମିଳନୀ ପରେ ସୋନିପଥ ପୋଲିସ ଅଭିଯୁକ୍ତ ଗିରଫ କରିବା ସହିତ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପଚରାଉଚରା କରିଥିଲା। ଏବେ ବି ପଚରାଉଚରା ଜାରି ରହିଛି।

ତେବେ ଯୁବକର ବୟସ ୨୧ ବର୍ଷ। ତାକୁ ଗିରଫ କରି ସୋନିପଥ ନେବା ପରେ ରାଜ୍ୟ ପୋଲିସର କ୍ରାଇମବ୍ରାଞ୍ଚ ବିଭାଗ ଯୁବକଙ୍କୁ ପଚରାଉଚରା କରୁଛି ବୋଲି ଜଣେ ପୋଲିସ ଆଧିକାରୀ ସୂଚନା ଦେଇଛନ୍ତି। ପିଟିଆଇରେ ପ୍ରାସାରିତ ଖବର ଅନୁସାରେ ପୂର୍ବରୁ ଯୁବକଙ୍କର କୌଣସି ଅପରାଧିକ କାର୍ଯ୍ୟକଳାପ ନାହିଁ କି ତା ନାଁରେ ପୂର୍ବରୁ କୌଣସି ମାମଲା ମଧ୍ୟ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ