Advertisment

ସାବଧାନ! ମାସ୍କ ବଦଳରେ ରୁମାଲ ବାନ୍ଧିଲେ ଗଣିବେ ତଣ୍ଡ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏନେଇ କେଉଁଠି ଲକ୍‌ଡାଉନ୍‌ ତ କେଉଁଠି ସଟ୍‌ଡାଉନ୍‌ ଜାରି କରାଯାଇଛି। କିନ୍ତୁ କିଛି ଅମାନିଆ ଅଛନ୍ତି, ଯେଉଁମାନେ କି ନିୟମକୁ ମାନୁନାହାନ୍ତି। ବର୍ତ୍ତମାନ ଯଦି କୌଣସି ବ୍ୟକ୍ତି ବିନା ମାସ୍କରେ କାର୍‌ ଚଲାଉଛନ୍ତି, ତେବେ ତାଙ୍କୁ ଜରିମାନା ସହିତ ଗିରଫ ମଧ୍ୟ କରାଯିବ। ଏନେଇ ଦିଲ୍ଲୀ ପୋଲିସ ଏକ ଗାଇଡଲାଇନ୍‌ ଜାରି କରିଛି। ପୋଲିସର କହିବା ଅନୁଯାୟୀ, ଯଦି କାର୍‌ରେ ଦୁଇ ଜଣ ବ୍ୟକ୍ତି […]

author-image
Mahasweta Baral
ଅଦ୍ୟତନ ହୋଇଛି
ସାବଧାନ! ମାସ୍କ ବଦଳରେ ରୁମାଲ ବାନ୍ଧିଲେ ଗଣିବେ ତଣ୍ଡ

policeeee

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏନେଇ କେଉଁଠି ଲକ୍‌ଡାଉନ୍‌ ତ କେଉଁଠି ସଟ୍‌ଡାଉନ୍‌ ଜାରି କରାଯାଇଛି। କିନ୍ତୁ କିଛି ଅମାନିଆ ଅଛନ୍ତି, ଯେଉଁମାନେ କି ନିୟମକୁ ମାନୁନାହାନ୍ତି। ବର୍ତ୍ତମାନ ଯଦି କୌଣସି ବ୍ୟକ୍ତି ବିନା ମାସ୍କରେ କାର୍‌ ଚଲାଉଛନ୍ତି, ତେବେ ତାଙ୍କୁ ଜରିମାନା ସହିତ ଗିରଫ ମଧ୍ୟ କରାଯିବ। ଏନେଇ ଦିଲ୍ଲୀ ପୋଲିସ ଏକ ଗାଇଡଲାଇନ୍‌ ଜାରି କରିଛି। ପୋଲିସର କହିବା ଅନୁଯାୟୀ, ଯଦି କାର୍‌ରେ ଦୁଇ ଜଣ ବ୍ୟକ୍ତି ଅଛନ୍ତି, ତେବେ ମାସ୍କ ପିନ୍ଧିବା ଆବଶ୍ୟକ। କାରଣ କାର୍‌ରେ ଏକରୁ ଅଧିକ ଲୋକ ଥିଲେ ସଂକ୍ରମଣର ଆଶଙ୍କା ବଢ଼ିଥାଏ।

Advertisment

ଏଭଳି ପରିସ୍ଥିତିରେ ଦିଲ୍ଲୀ ପୋଲିସ ମାସ୍କ ନ ପିନ୍ଧିବା କାରଣରୁ ପ୍ରତ୍ୟେକ ଦିନ ୧୨୦୦ରୁ ୧୫୦୦ ଲୋକଙ୍କଠୁ ଜରିମାନା ଆଦାୟ କରୁଛି। ଅଧିକାରୀଙ୍କ କହିବା ଅନୁଯାୟୀ, ଅଧିକାଂଶ ଲୋକ କୋଭିଡ କଟକଣାର ନିୟମକୁ ଉଲ୍ଲଂଘନ କରୁଥିବାର ଦେଖାଯାଉଛି। ପୋଲିସ କହିଛି ଯେ ଅଧିକାଂଶ ଲୋକ ଯଦି ବିନା ମାସ୍କରେ ଧରାପଡ଼ିଲେ, ସେମାନେ କିଛି ନା କିଛି ବାହାନା କରି ଘରୁ ବାହାରକୁ ଯାଇଥିବା କହିଥାନ୍ତି। ଏଭଳି ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ଜଣେ ବ୍ୟକ୍ତି କାର୍‌ରେ ସୁରକ୍ଷିତ ଅଛନ୍ତି। କିନ୍ତୁ ବ୍ୟକ୍ତି ଜଣଙ୍କ ଯେତେବେଳେ କାର୍‌ର ଗ୍ଲାସକୁ ଖୋଲନ୍ତି, ତେବେ କାର୍‌ ଭିତରୁ ଏସିର ହାୱା ବାହାରକୁ ବାହାରିଥାଏ। ଏହାଦ୍ୱାରା ଲୋକମାନେ ସଂକ୍ରମିତ ହେବାର ଭୟ ମଧ୍ୟ ରହିଥାଏ।

Advertisment

ପୋଲିସ ଆହୁରି ମଧ୍ୟ କହିଛି ଯେ କିଛି ଲୋକ ଅଛନ୍ତି ମୁହଁରେ ମାସ୍କ ବଦଳରେ ରୁମାଲକୁ ବାନ୍ଧିଥାନ୍ତି। ଆଉ କେତେ ଜଣ ମାସ୍କକୁ ମୁହଁରୁ ଖସାଇ ତଳେ ପିନ୍ଧିଥାନ୍ତି। ଏମିତି ପିନ୍ଧିଲେ ବି ସେମାନଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରାଯିବ। ଡବଲ ଲେୟାର ମାସ୍କ ପନ୍ଧିବା ଜରୁରୀ। ଯେମିତିକି ନାକ, ପାଟି ସଂପୂର୍ଣ୍ଣ ଆଚ୍ଛାଦିତ ହେବା ଆବଶ୍ୟକ। କିନ୍ତୁ ରୁମାଲକୁ ବ୍ୟବହାର କରିବ ନାହିଁ। ପୋଲସ କହିଛି ଯଦି କୌଣସି କାରଣରୁ ମାସ୍କ ନାହିଁ ,ତେବେ ତାଙ୍କୁ ମାସ୍କ ଯୋଗାଇ ଦିଆଯିବ। କିନ୍ତୁ ଯେଉଁମାନେ ଜାଣିଶୁଣି ମାସ୍କକୁ ପିନ୍ଧି ନଥିବେ ତେବେ ତାଙ୍କ ଠାରୁ ଜରିମାନା ଆଦୟ କରାଯିବା ସହିତ ଗିରଫ ମଧ୍ୟ କରାଯିବ।

Advertisment
Advertisment