Advertisment

ସହିଦ୍ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ହେଲେ ଡେପୁଟି କଲେକ୍ଟର

ହାଇଦ୍ରାବାଦ: ଗଲୱାନ ହିରୋ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ସନ୍ତୋଷୀ ବାବୁ ହେଲେ ଡେପୁଟି କଲେକ୍ଟର। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ସେହିପରି ହାଇଦ୍ରାବାଦ୍ କଲେକ୍ଟର ଶ୍ୱେତା ମହାନ୍ତି ସନ୍ତୋଷୀଙ୍କୁ ବଞ୍ଜାରା ହିଲ୍ସ ଅଞ୍ଚଳରେ ଥିବା ଏକ ଫ୍ଲାଟର କାଗଜପତ୍ର ପ୍ରଦାନ କରିଛନ୍ତି। ସନ୍ତୋଷୀଙ୍କ ଦୁଇ ନାବାଳକ ପିଲା ଥିବାରୁ ହ୍ରାଇଦ୍ରାବାଦ୍ ଆଖପାଖରେ ତାଙ୍କ ନିଯୁକ୍ତି କରିବା ଲାଗି କୁହାଯାଇଛି। ସେହିପରି ସେ କିଭଳି ପ୍ରଶାସନିକ ସେବା ତାଲିମ ପାଇବେ, […]

author-image
Ranjeet Kumar Jena
ସହିଦ୍ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ହେଲେ ଡେପୁଟି କଲେକ୍ଟର

santosh-babu

ହାଇଦ୍ରାବାଦ: ଗଲୱାନ ହିରୋ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ପତ୍ନୀ ସନ୍ତୋଷୀ ବାବୁ ହେଲେ ଡେପୁଟି କଲେକ୍ଟର। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ସେହିପରି ହାଇଦ୍ରାବାଦ୍ କଲେକ୍ଟର ଶ୍ୱେତା ମହାନ୍ତି ସନ୍ତୋଷୀଙ୍କୁ ବଞ୍ଜାରା ହିଲ୍ସ ଅଞ୍ଚଳରେ ଥିବା ଏକ ଫ୍ଲାଟର କାଗଜପତ୍ର ପ୍ରଦାନ କରିଛନ୍ତି।

Advertisment

ସନ୍ତୋଷୀଙ୍କ ଦୁଇ ନାବାଳକ ପିଲା ଥିବାରୁ ହ୍ରାଇଦ୍ରାବାଦ୍ ଆଖପାଖରେ ତାଙ୍କ ନିଯୁକ୍ତି କରିବା ଲାଗି କୁହାଯାଇଛି। ସେହିପରି ସେ କିଭଳି ପ୍ରଶାସନିକ ସେବା ତାଲିମ ପାଇବେ, ତେଲେଙ୍ଗାନା ସରକାର ସେ ବ୍ୟବସ୍ଥା ବି କରିଛନ୍ତି। ଏହି ଅବସରରେ ସନ୍ତୋଷ ବାବୁଙ୍କ ପରିବାରକୁ ୫ କୋଟି ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି।

ଗତ ଜୁନ୍ ୧୫ ତାରିଖ ରାତିରେ ଲଦାଖର ଗଲୱାନରେ ଭାରତୀୟ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ଘମାଘୋଟ୍ ସଂଘର୍ଷ ଘଟିଥିଲା। ଏଥିରେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସମେତ ୨୦ ଜଣ ଭାରତୀୟ ସୈନ୍ୟ ସହିଦ୍ ହୋଇଥିଲେ। ତେବେ ଚୀନ୍ ଏଯାଏଁ ନିଜ ମୃତ ସୈନିକଙ୍କ ସଂଖ୍ୟା କହିନଥିଲେ ମଧ୍ୟ ଭାରତୀୟ ସୈନ୍ୟଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୪୫ ଚୀନ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

Advertisment
Advertisment
Advertisment