Advertisment

ଥମୁନି ମରାଠା ଅାନ୍ଦୋଳନ: ସଂରକ୍ଷଣ ଦାବିରେ ୫ଜଣଙ୍କ ଆତ୍ମହତ୍ୟା ଅଭିଯୋଗ

ମୁମ୍ବାଇ: ଭୟଙ୍କର ରୂପ ନେବାରେ ଲାଗିଛି ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଦାବି। ଆଉ ଦାବି ପୂରଣ ପାଇଁ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଛି। ଆଜି ନାନ୍ଦେଡ୍‌ ଅଂଚଳରେ ଜଣେ ଆନ୍ଦୋଳନକାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ମରାଠାମାନଙ୍କୁ ସଂରକ୍ଷଣ ଦାବିରେ ୫ଜଣ ଆତ୍ମହତ୍ୟା କରି ସାରିଲେଣି। ହେଲେ ସଂରକ୍ଷଣ ଦାବିରେ ପରିସ୍ଥିତି ଶାନ୍ତ ପଡ଼ିବାର ନାଁ ନେଉନି। ଏହା ସହିତ ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଭଙ୍ଗାରୁଜା କରୁଛନ୍ତି। […]

author-image
Otv Khabar Bureau
ଥମୁନି ମରାଠା ଅାନ୍ଦୋଳନ: ସଂରକ୍ଷଣ ଦାବିରେ ୫ଜଣଙ୍କ ଆତ୍ମହତ୍ୟା ଅଭିଯୋଗ

Maratha protest

ମୁମ୍ବାଇ: ଭୟଙ୍କର ରୂପ ନେବାରେ ଲାଗିଛି ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଦାବି। ଆଉ ଦାବି ପୂରଣ ପାଇଁ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଛି। ଆଜି ନାନ୍ଦେଡ୍‌ ଅଂଚଳରେ ଜଣେ ଆନ୍ଦୋଳନକାରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ମରାଠାମାନଙ୍କୁ ସଂରକ୍ଷଣ ଦାବିରେ ୫ଜଣ ଆତ୍ମହତ୍ୟା କରି ସାରିଲେଣି। ହେଲେ ସଂରକ୍ଷଣ ଦାବିରେ ପରିସ୍ଥିତି ଶାନ୍ତ ପଡ଼ିବାର ନାଁ ନେଉନି। ଏହା ସହିତ ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା, ଭଙ୍ଗାରୁଜା କରୁଛନ୍ତି।

Advertisment

ସେପଟେ ପୂର୍ବରୁ ମରାଠା ଆନ୍ଦୋଳନରେ ଭଙ୍ଗାରୁଜା କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବାକୁ ଦାବି ହୋଇଛି। ବିକ୍ଷୋଭକାରୀମାନେ ରାସ୍ତା ଉପରେ ବସି ରହିବା ଯୋଗୁ ଯାନବାହନ ଚଳାଚଳ ଗୁରୁତର ପ୍ରଭାବିତ ହୋଇଥିଲା। ଗତକାଲି ପାଖାପାଖି ୫୦ ଟି ବସରେ ନିଆଁ ଲଗାଇଦେଇଥିଲେ ଆନ୍ଦୋଳନକାରୀ। ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ସମ୍ବେଦନଶୀନ ସ୍ଥାନଗୁଡିକରେ ୧୪୪ ଧାରା ଜାରି କରାଯାଇଛି।

ଗତ ସପ୍ତାହରେ ମରାଠାମାନଙ୍କୁ ସଂରକ୍ଷଣ ଯୋଗାଇଦେବା ପାଇଁ ହୋଇଥିବା ଆନ୍ଦୋଳନ ହିଂସାର ରୂପ ନେଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଉଭୟଗୃହର ମିଳିତ ଅଧିବେଶନ ଡକାଇ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ। ହେଲେ ଏହାପରେ ବି ଆନ୍ଦୋଳନ ଥମିବାର ନାଁ ନେଉନି।

Advertisment
Advertisment
Advertisment