Advertisment

ଛତିଶଗଡ଼ର ନିଖୋଜ ଯବାନ୍‌ ନକ୍ସଲଙ୍କ କବ୍‌ଜାରେ

ବିଜାପୁର: ଛତିଶଗଡ଼ ବିଜାପୁରରେ ସୁରକ୍ଷା କର୍ମୀ- ମାଓବାଦୀ ମୁହାଁମୁହିଁ ଘଟଣାରେ ମାଓବାଦୀଙ୍କ ପକ୍ଷରୁ ପ୍ରବକ୍ତା ବିକଳ୍ପଙ୍କ ପ୍ରେସ ରିଲିଜ୍ ଜାରି ହୋଇଛି। ଜଣେ ଯବାନଙ୍କୁ ସେମାନେ ବନ୍ଧକ ରଖିଥିବା ମାଓବାଦୀ ସ୍ବୀକାର କରିଛନ୍ତି। ପ୍ରତି ଆକ୍ରମଣରେ ସେମାନଙ୍କର ୪ ସାଥୀଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି। ବନ୍ଧକ ଯବାନଙ୍କୁ ମୁକୁଳାଇବା ପାଇଁ ମଧ୍ୟସ୍ଥ ଦେବାକୁ ମଧ୍ୟ କହିଛନ୍ତି। ସରକାରଙ୍କୁ ପ୍ରଥମେ ମଧ୍ୟସ୍ଥଙ୍କ ନାମ ଘୋଷଣା କରିବା ଦରକାର ବୋଲି ସେ କହିଛନ୍ତି। ମଧ୍ୟସ୍ଥଙ୍କ ଜରିଆରେ ଆଲୋଚନା ପରେ ବନ୍ଧକଙ୍କୁ […]

ଛତିଶଗଡ଼ର ନିଖୋଜ ଯବାନ୍‌ ନକ୍ସଲଙ୍କ କବ୍‌ଜାରେ

terrorist

Advertisment

ବିଜାପୁର: ଛତିଶଗଡ଼ ବିଜାପୁରରେ ସୁରକ୍ଷା କର୍ମୀ- ମାଓବାଦୀ ମୁହାଁମୁହିଁ ଘଟଣାରେ ମାଓବାଦୀଙ୍କ ପକ୍ଷରୁ ପ୍ରବକ୍ତା ବିକଳ୍ପଙ୍କ ପ୍ରେସ ରିଲିଜ୍ ଜାରି ହୋଇଛି। ଜଣେ ଯବାନଙ୍କୁ ସେମାନେ ବନ୍ଧକ ରଖିଥିବା ମାଓବାଦୀ ସ୍ବୀକାର କରିଛନ୍ତି। ପ୍ରତି ଆକ୍ରମଣରେ ସେମାନଙ୍କର ୪ ସାଥୀଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି। ବନ୍ଧକ ଯବାନଙ୍କୁ ମୁକୁଳାଇବା ପାଇଁ ମଧ୍ୟସ୍ଥ ଦେବାକୁ ମଧ୍ୟ କହିଛନ୍ତି। ସରକାରଙ୍କୁ ପ୍ରଥମେ ମଧ୍ୟସ୍ଥଙ୍କ ନାମ ଘୋଷଣା କରିବା ଦରକାର ବୋଲି ସେ କହିଛନ୍ତି। ମଧ୍ୟସ୍ଥଙ୍କ ଜରିଆରେ ଆଲୋଚନା ପରେ ବନ୍ଧକଙ୍କୁ ଫେରାଇଦେବୁ। ସେ ପର୍ଯ୍ୟନ୍ତ ସଂପୃକ୍ତ ଯବାନ ସୁରକ୍ଷିତ ରହିବେ ବୋଲି ବିକଳ୍ପ କହିଛନ୍ତି।

Advertisment
ଦଣ୍ଡକା ଆରଣ୍ୟ ସ୍ପେଶାଲ ଜୋନାଲ କମିଟିର ପ୍ରବକ୍ତା ବିକଳ୍ପ ଜାରି କରିଥିବା ପ୍ରେସ ରିଲିଜ୍‌ରେ କହିଛନ୍ତି ଯେ ବିଜାପୁରରେ ହୋଇଥିବା ଏନକାଉଣ୍ଟରେ ଆମର ୪ ଜଣ ସାଥୀ ପ୍ରାଣ ହରାଇଛନ୍ତି। ଆମେ ୩ ଜଣଙ୍କ ଶବ ଆଣିବାକୁ ସକ୍ଷମ ହୋଇଥିବା ବେଳେ ଜଣଙ୍କର ଆଣିପାରିନାହୁଁ। ଆମ ଆକ୍ରମଣରେ ୨୪ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୩୧ ଜଣ ଗୁରୁତର ଆହତ ହୋଇଛନ୍ତି। ଆମେ ଜଣେ ଯବାନଙ୍କୁ ବନ୍ଧକ ରଖିଛୁ। ଯବାନଙ୍କୁ ମୁକୁଳାଇବା ପାଇଁ ସରକାର ମଧ୍ୟସ୍ଥି ନିଯୁକ୍ତ କରନ୍ତୁ। ସରକାର ମଧ୍ୟସ୍ଥିଙ୍କ ନାଁ ପ୍ରଥମେ ସାର୍ବଜନୀନ କରିବା ପରେ ଆମେ ଯବାନଙ୍କୁ ଛାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବୁ। ସେ ପର୍ଯ୍ୟନ୍ତ ପଣବନ୍ଦୀ ଥିବା ଯବାନ ଜଣଙ୍କ ଆମ ପାଖରେ ସୁରକ୍ଷିତ ହୋଇ ରହିବେ। ମଧ୍ୟସ୍ଥିଙ୍କ ସହ ଆଲୋଚନା କରିବା ପରେ ଆମେ ଯବାନଙ୍କୁ ଛାଡ଼ିବୁ କି ନାହିଁ, ତା’ର ବିଚାର କରିବୁ ବୋଲି ବିକଳ୍ପ ପ୍ରେସ ରିଲିଜ୍‌ରେ କହିଛନ୍ତି।

publive-imageଶନିବାର ବିଜାପୁରରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୨ ଯବାନ ସହିଦ୍ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। ତେବେ ରାକେଶ୍ୱର ସିଂ ମାନହାସଙ୍କ କୌଣସି ପତ୍ତା ମିଳୁନଥିଲା। ତେବେ ଯବାନ ଜଣକ ମାଓବାଦୀଙ୍କ କବ୍‌ଜାରେ ଥିବା ପରିବାର ଲୋକ କହୁଥିଲେ। ବିଜାପୁର ନକ୍ସଲ ଆକ୍ରମଣ ପରେ ନିଖୋଜ ସିଆରପିଏଫ୍ କୋବ୍ରା ଯବାନଙ୍କୁ ଉଦ୍ଧାର ପାଇଁ ପତ୍ନୀଙ୍କ ଆକୁଳ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସଙ୍କ ପତ୍ନୀ ମିନୁ ମାନହାସ୍।

Advertisment

ମାଓବାଦୀଙ୍କ କବ୍‌ଜାରେ ଛତିଶଗଡ଼ ବିଜାପୁରରେ ନିଖୋଜ ଯବାନ ଥାଇପାରନ୍ତି ବୋଲି ସିଆରପିଏଫ୍ ଅନୁମାନ କରିଥିଲା।  ମାଓବାଦୀ ଯବାନଙ୍କୁ ଅପହରଣ କରିଥିବା ଖବରକୁ ଏଡ଼ାଇ ହେବନି ବୋଲି CRPF କହିଥିଲା।

Indian Army Bijapur Attack Martyrs Bijapur Naxal Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ