Advertisment

ଟ୍ରାକ୍ଟରରେ ସାନିଟାଇଜର ମେସିନ୍‌ ପ୍ରସ୍ତୁତ କରିଥିବା କୃଷକଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି। ଲକ୍‌ଡାଉନ୍‌ ଆରମ୍ଭ ହେବା ପରଠାରୁ ଏହା ପିଏମ୍‌ଙ୍କ ତୃତୀୟ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଥିଲା। ସେ ଜୁନ୍‌ ୧ରୁ ଆରମ୍ଭ ହେବାକୁ ଥିବା ଲକ୍‌ଡାଉନ ନିୟମର ପରିବର୍ତ୍ତନ ବିଷୟରେ କହିବା ସହିତ ଅନେକ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଦେଶର ବିପଦ ସମୟରେ ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ […]

author-image
Mahasweta Baral
ଟ୍ରାକ୍ଟରରେ ସାନିଟାଇଜର ମେସିନ୍‌ ପ୍ରସ୍ତୁତ କରିଥିବା କୃଷକଙ୍କୁ ପ୍ରଶଂସା କଲେ ମୋଦି

modiiii

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି। ଲକ୍‌ଡାଉନ୍‌ ଆରମ୍ଭ ହେବା ପରଠାରୁ ଏହା ପିଏମ୍‌ଙ୍କ ତୃତୀୟ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଥିଲା। ସେ ଜୁନ୍‌ ୧ରୁ ଆରମ୍ଭ ହେବାକୁ ଥିବା ଲକ୍‌ଡାଉନ ନିୟମର ପରିବର୍ତ୍ତନ ବିଷୟରେ କହିବା ସହିତ ଅନେକ ଲୋକଙ୍କୁ ଧନ୍ୟବାଦ ଜଣାଇଥିଲେ।

Advertisment

ପ୍ରଧାନମନ୍ତ୍ରୀ ମୋଦି ଦେଶର ବିପଦ ସମୟରେ ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଦି ନାସିକର ଜଣେ କୃଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମହାରାଷ୍ଟ୍ରର ଜଣେ କୃଷକ ତାଙ୍କର ଟ୍ରାକ୍ଟର ସାହାଯ୍ୟରେ ଏକ ସାନିଟାଇଜର ମେସିନ୍‌ ପ୍ରସ୍ତୁତ କରି ତାଙ୍କ ଅଞ୍ଚଳକୁ ପରିଷ୍କାର କରୁଛନ୍ତି।

କରୋନା ଭାଇରସ ସମୟରେ, ଲୋକମାନେ ନିରାପଦରେ ରହିବା ପାଇଁ ପରିଷ୍କାର ପରିଚ୍ଛନ୍ନତା ଉପରେ ଅଧିକ ସତର୍କତା ଅବଲମ୍ୱନ କରିବାକୁ ପଡିଥାଏ। ଏହି କାରଣରୁ ସମ୍ପୃକ୍ତ କୃଷକ ତାଙ୍କ ଟ୍ରାକ୍ଟର ମାଧ୍ୟମରେ ଏକ ସାନିଟାଇଜର ମେସିନ୍‌ ପ୍ରସ୍ତୁତ କରିଛନ୍ତି। ଯାହାଦ୍ୱାରା ତାଙ୍କ ଅଞ୍ଚଳକୁ ପରିଷ୍କାର କରି ସୁରକ୍ଷିତ ରଖୁଛନ୍ତି।

Advertisment
Advertisment
Advertisment