/odishatv-khabar/media/post_attachments/uploadimage/library/16_9/16_9_0/bjp_1625414298.jpg)
bjp
ନୂଆଦିଲ୍ଲୀ: ମଣିପୁର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମଣିପୁରର ୫ ଜଣ ବିଧାୟକ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ମୁଖ୍ୟାଳୟରେ ହୋଇଥିବା ମିଶ୍ରଣ ପର୍ବରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି।
ଏମାନେ ବିଧାୟକ ପଦରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି। ଏମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଇବୋବି ସିଂହଙ୍କ ଭଣଜା ଓକ୍ରାମ ହିନରି ବି ରହିଛନ୍ତି। କଂଗ୍ରେସ ଦଳରେ ଅଣଦେଖା ଓ ବିଜେପି ପ୍ରତି ପ୍ରଭାବିତ ହୋଇ ବିଜେପିରେ ମିଶିଥିବା ଏମାନେ କହିଛନ୍ତି।
ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମମାଧବ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଏମାନେ ଦଳରେ ସାମିଲ ହୋଇଛନ୍ତି। ଶ୍ରୀ ପଣ୍ଡା ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ସହ ପ୍ରମାଣପତ୍ର ଦେଇ ବିଜେପିରେ ବିଧିବଦ୍ଧ ଭାବେ ସାମିଲ୍ କରାଇଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେପିରେ ବିଧିବଦ୍ଧ ମିଶିବା ପରେ ସମସ୍ତ ନେତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)