Advertisment

ହକି ତାରକା ମନଦୀପଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ହକି ଖେଳାଳୀ ମନଦୀପ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ପକ୍ଷରୁ ଗତକାଲି ସୂଚନା ଦିଆଯାଇଛି। ୨୫ ବର୍ଷୀୟ ମନଦୀପଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ମନଦୀପଙ୍କୁ ମିଶାଇ ୬ ଜଣ ହକି ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟ ୫ ଜଣ ବେଙ୍ଗାଲୁରୁର ଚିକିତ୍ସିତ ହେଉଛନ୍ତି। Sixth #hockey player tests positive for #COVID19: Forward Mandeep Singh is asymptomatic and is ‘administered […]

author-image
Mahasweta Baral
ଅଦ୍ୟତନ ହୋଇଛି
ହକି ତାରକା ମନଦୀପଙ୍କୁ କରୋନା

mandip

ନୂଆଦିଲ୍ଲୀ: ଭାରତୀୟ ହକି ଖେଳାଳୀ ମନଦୀପ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ପକ୍ଷରୁ ଗତକାଲି ସୂଚନା ଦିଆଯାଇଛି। ୨୫ ବର୍ଷୀୟ ମନଦୀପଙ୍କ ଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା। ମନଦୀପଙ୍କୁ ମିଶାଇ ୬ ଜଣ ହକି ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟ ୫ ଜଣ ବେଙ୍ଗାଲୁରୁର ଚିକିତ୍ସିତ ହେଉଛନ୍ତି।

Advertisment


ଅଗଷ୍ଟ ୨୦ରୁ ବେଙ୍ଗାଲୁରୁର ସାଇ କେନ୍ଦ୍ରରେ ରାଷ୍ଟ୍ରୀୟ ଶିବିର ଆରମ୍ଭ ହେବ। ଏନେଇ ସାଇ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଭାରତୀୟ ପୁରୁଷ ହକି ଦଳର ମନଦୀପ ସିଂ ବେଙ୍ଗାଲୁରୁର SAI ନ୍ୟାସନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଜାତୀୟ ଶିବିର ଆରମ୍ଭ ହେବା ପୂର୍ବରୁ ଅନ୍ୟ ୨୦ ଜଣ ଖେଳାଳିଙ୍କର କୋଭିଡ ପରୀକ୍ଷା କରାଯାଇଥିଲା ।  ରିପୋର୍ଟରୁ ମନଦୀପ ସିଂ କରୋନାରେ ପଜିଟିଭ ଥିବା ଜଣାପଡ଼ିଥିଲା। କିନ୍ତୁ ଭାଇରସର କୌଣସି ଲକ୍ଷଣ ତାଙ୍କ ଠାରେ ଦେଖିବାକୁ ମିଳିନଥିଲା।

Advertisment

ଭାରତୀୟ ହକି ଖେଳର ଅଧିନାୟକ ମନପ୍ରୀତ ସିଂ ଓ ଅନ୍ୟ ଚାରିଜଣ ଖେଳାଳୀ ଏକ ମାସ ବିରତି ପରେ SAI କେନ୍ଦ୍ରକୁ ଫେରିଥିଲେ। ପରେ ୫ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନେ ହେଲେ ଡିଫେଣ୍ଡର ସୁରେନ୍ଦର କୁମାର, ଜସକରନ୍ ସିଂ, ଡ୍ରାଗ୍ ଫ୍ଲିକର୍ ବରୁଣ କୁମାର ଏବଂ ଗୋଲକିପର କୃଷ୍ଣ ବାହାଦୂର ପାଠକ। ଚିକିତ୍ସିତ କରୁଥିବା ଡକ୍ଟରଙ୍କ କହିବା ଅନୁଯାୟୀ, ସେମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନଥିଲା। ଏବେ ସମସ୍ତେ ସୁସ୍ଥ ଅଛନ୍ତି। ସେମାନଙ୍କୁ ବେଙ୍ଗାଲୁରୁର ନ୍ୟାସନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ରଖାଯାଇଛି ।

ଦେଶରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ୫୩ ହଜାର ୬୦୧ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦିନକରେ ୮୭୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ ସଂଖ୍ୟା ୪୫ ହଜାର ୨୫୭କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ।

ବର୍ତ୍ତମାନ ସୁଦ୍ଧା ୧୫,୮୩,୪୮୯ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୬,୩୯,୯୨୯ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୮ ହଜାର ୫୦ ଜଣଙ୍କ ମୃତ୍ୟୁ ହୋଇଛି। ତାମିଲନାଡୁରେ ୫୦୪୧, ଦିଲ୍ଲୀ- ୪୧୩୧, କର୍ଣ୍ଣାଟକରେ ୩୩୧୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Advertisment
Advertisment