/odishatv-khabar/media/post_attachments/uploadimage/library/16_9/16_9_0/love_1626698278.jpg)
love
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ପୁଅ ଝିଅକୁ ପ୍ରପୋଜ୍ କରିବା ପାଇଁ ସମୁଦ୍ର କୂଳକୁ ଯାଉଥିଲା। ତା’ପରେ ପୁଅଟି ସହିତ ଏମିତି କିଛି ଘଟିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଭିଡିଓକୁ ଦେଖି ଆପଣ ହସି ହସି ଗଡ଼ିଯିବେ।
ଭିଡିଓରେ ଦେଖିବାକୁ ମିଳୁଛି ଯେ ଲୋଗାନ୍ ଜ୍ୟାକ୍ସନ୍ ନାମକ ଜଣେ ଯୁବକ ତାଙ୍କ ସାଙ୍ଗ ମାରିଆ ଗୁଗଲିଓଟାଙ୍କୁ ପ୍ରପୋଜ୍ କରିବା ପାଇଁ ସମୁଦ୍ରକୂଳକୁ ଯାଇଥିଲେ। ମାରିଆ ସେଠାରେ ତାଙ୍କ କୁକୁର ପାଖରେ ଛିଡ଼ା ହୋଇଥିଲେ। ଲୋଗାନ୍ ମାରିଆଙ୍କ ପାଖକୁ ଯିବା ସମୟରେ ହିଁ ତାଙ୍କର ଗୋଡ଼ ଖସିଗଲା। ସେ ତଳେ ପଡ଼ିଗଲେ। ଏହା ଦେଖି ଯୁବତୀଙ୍କ ଜଣଙ୍କ ମଧ୍ୟ ଖୁବ୍ ଜୋରେ ହସୁଥିଲେ।
ତଳୁ ଉଠି ହାତରେ ରଖିଥିବା ରିଙ୍ଗକୁ ନେଇ ମାରିଆଙ୍କ ପାଖକୁ ଯାଇ ତାଙ୍କୁ ପ୍ରପୋଜ୍ କରିଥିଲେ। ପରେ ମାରିଆ ଖୁସିରେ ଜ୍ୟାକ୍ସନ୍କୁ ଜୋରରେ ଆଲିଙ୍ଗନ କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓକୁ ମାରିଆ ଗତ ଶନିବାର ଦିନ ଫେସ୍ବୁକ୍ରେ ଶେୟାର କରିଥିଲେ। ଏପର୍ଯ୍ୟନ୍ତ ଭିଡିଓରେ ୬ହଜାରରୁ ଅଧିକ ଭ୍ୟୁଜ୍ ମିଳିଥିବାବେଳେ ୩୦୦ରୁ ଅଧିକ ରି-ଟ୍ୱିଟ୍ ମିଳିଛି। ଲୋକମାନେ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି।
ଭିଡିଓରେ ଜଣେ ୟୁଜର ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଦୁର୍ଘଟଣା ସମସ୍ତଙ୍କ କ୍ଷେତ୍ରରେ ହୋଇଥାଏ, କିନ୍ତୁ ବ୍ୟକ୍ତି ଜଣଙ୍କ ଯେଉଁଭଳି ଭାବେ ପ୍ରୋପଜ୍ କରୁଛନ୍ତି। ତାହା ଅତ୍ୟନ୍ତ ଚମତ୍କାର ଥିଲା’। ଅନ୍ୟ ଜଣେ ୟୁଜର ମଧ୍ୟ କହିଛନ୍ତି ‘ବ୍ୟକ୍ତ ଜଣଙ୍କ ତଳେ ପଡ଼ି ଯନ୍ତ୍ରଣା ପାଇ ମଧ୍ୟ , ଯେଉଁଭଳି ଭାବରେ ପ୍ରପୋଜ କଲେ ତାହା ଅତ୍ୟନ୍ତ ଚମତ୍କାର ଥିଲା’। ତୃତୀୟ ବ୍ୟକ୍ତି ଜଣଙ୍କ କହୁଛନ୍ତି ଯେ ଏହି ଭିଡିଓକୁ ମୁଁ ଦେଖି ଏପର୍ଯ୍ୟନ୍ତ ହସୁଛି। ବହୁତ ମଜାଳିଆ ଓ ସୁନ୍ଦର ଭିଡିଓ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)