Advertisment

ଶୋଷିଲା ନାଗସାପକୁ ପାଣି ପିଆଇଲେ ବନ ଅଧିକାରୀ, ଦେଖନ୍ତୁ ଭିଡିଓ...

ନୂଆଦିଲ୍ଲୀ: ନାଗସାପକୁ ସାମ୍ନାରେ ଦେଖିଲେ ଯେକେହି ମଣିଷ ଡରିବ। ଆମେ ଯେତେବେଳେ କୌଣସି ବି ସାପକୁ ଆଖି ଆଗରେ ଦେଖୁ, ଆମେ ସାପଟିକୁ ମାରିବାକୁ ଚେଷ୍ଟା କରିଥାଉ ନଚେତ୍‌ ନିଜ ଜୀବନ ବଞ୍ଚାଇବା ପାଇଁ ସେଠାରୁ ପଳାଇଥାଉ। କିନ୍ତୁ ସୋସଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ,  ଯେଉଁଠାରେ ଜଣେ ବ୍ୟକ୍ତି ନାଗସାପଟିକୁ ପାଣି ପିଆଉଥିବାର ଦେଖିବାକୁ ମିଳୁଛି। ଏଭଳି ଭିଡିଓଟିକୁ ଦେଖି ଆପଣମାନେ ବି ଆଶ୍ଚର୍ଯ୍ୟ ହେବେ। ଭିଡିଓଟିକୁ ଆଇଏଏସ୍‌ ଆୱାନିଶ […]

author-image
Mahasweta Baral
ଶୋଷିଲା ନାଗସାପକୁ ପାଣି ପିଆଇଲେ ବନ ଅଧିକାରୀ, ଦେଖନ୍ତୁ ଭିଡିଓ...

snake

ନୂଆଦିଲ୍ଲୀ: ନାଗସାପକୁ ସାମ୍ନାରେ ଦେଖିଲେ ଯେକେହି ମଣିଷ ଡରିବ। ଆମେ ଯେତେବେଳେ କୌଣସି ବି ସାପକୁ ଆଖି ଆଗରେ ଦେଖୁ, ଆମେ ସାପଟିକୁ ମାରିବାକୁ ଚେଷ୍ଟା କରିଥାଉ ନଚେତ୍‌ ନିଜ ଜୀବନ ବଞ୍ଚାଇବା ପାଇଁ ସେଠାରୁ ପଳାଇଥାଉ। କିନ୍ତୁ ସୋସଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ,  ଯେଉଁଠାରେ ଜଣେ ବ୍ୟକ୍ତି ନାଗସାପଟିକୁ ପାଣି ପିଆଉଥିବାର ଦେଖିବାକୁ ମିଳୁଛି। ଏଭଳି ଭିଡିଓଟିକୁ ଦେଖି ଆପଣମାନେ ବି ଆଶ୍ଚର୍ଯ୍ୟ ହେବେ। ଭିଡିଓଟିକୁ ଆଇଏଏସ୍‌ ଆୱାନିଶ ଶରଣ ଟ୍ୱିଟ୍‌ରରେ ସେୟାର କରିଛନ୍ତି।

Advertisment

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ବନ ଅଧିକାରୀ ଜଣଙ୍କ ଏକ ଶୋଷିଲା ନାଗସାପକୁ ପାଣି ବୋତଲ ସାହାଯ୍ୟରେ ପାଣି ପିଆଉଛନ୍ତି। ସାପଟି ମଧ୍ୟ ଖୁବ୍‌ ଶାନ୍ତ ଭାବରେ ପାଣି ପିଉଥିବା ଦେଖିବାକୁ ମିଳୁଛି। ସାପଟି ମଣିଷ ପରି ଧିରେ ଧିରେ ବୋତଲରେ ଥିବା ପାଣିକୁ  ପିଉଛି।

Advertisment

ଏହି ଭିଡିଓଟିକୁ ମେ’୨୧ରେ ସେୟାର କରି କହିଥିଲେ ଯେ ଏହା ହେଉଛି ପୂରୁଣା ଭିଡିଓ।  ସେ କହିଛନ୍ତି, ‘ପୁରୁଣା ଭିଡିଓ’ ’ଶୋଷିଲା ନାଗସାପଟିକୁ ବନ ଅଧିକାରୀ ଜଣଙ୍କ ପାଣି ପିଆଉଛନ୍ତି। ଏହାପୂର୍ବରୁ ଏପରି ଭିଡିଓ କେବେ ଦେଖିନଥିବେ। ଏହି ଭିଡିଓଟିକୁ ଫେସବୁକ୍‌ରେ ଭାରତୀୟ ବନ ଅଧିକାରୀ ପ୍ରବୀଣ କାସୱାନ୍‌ ସେୟାର କରିଥିଲେ। ପରେ ଏହାକୁ ଆୱାନିଶ ଶରଣ ଟ୍ୱିଟ୍‌ରରେ ସେୟାର କରିଥିଲେ।

ଏପର୍ଯ୍ୟନ୍ତ ଏହି ଭିଡିଓଟିକୁ ଟ୍ୱିଟ୍‌ରରେ ୬୬ହଜାରରୁ ଅଧିକ ଭ୍ୟୁଜ୍‌ ମିଳିଥିବାବେଳେ ୬ ହଜାରୁ ଅଧିକ ଲାଇକ୍‌ ମଧ୍ୟ କରିଛନ୍ତି। ହଜାରରୁ ଅଧିକ ରି-ଟ୍ୱିଟ୍‌ କରାଯାଇଛି।

ନାଗସାପକୁ ସାମ୍ନାରେ ଦେଖିଲେ ଯେକେହି ମଣିଷ ଡରିବ?  କିନ୍ତୁ ବନ ଅଧିକାରୀ ଜଣଙ୍କ ନାଗସାପଟିକୁ ପାଣି ବୋତଲ ସାହାଯ୍ୟରେ ପାଣି ପିଆଉଥିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ?

Advertisment
Advertisment