Advertisment

ରିୟଲ୍‌ ଲାଇଫ୍‌ରେ ଫିଲ୍ମ କାହାଣୀ: ପ୍ରେମିକ ସହ ପତ୍ନୀଙ୍କୁ ବିବାହ ଦେଲେ ସ୍ୱାମୀ

ପାଟନା: ବିବାହ ପରେ ପରକୀୟା ପ୍ରୀତିକୁ ନେଇ ଅନେକ ଦମ୍ପତିଙ୍କ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥାଏ।ଏପରିକି ଛାଡ଼ପତ୍ର ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ହେଲେ ଆପଣ କେବେ ଶୁଣିଛନ୍ତି କି, କେହି କେବେ ନିଜ ସ୍ତ୍ରୀକୁ ପ୍ରେମିକ ସହ ବିବାହ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ରିୟଲ୍‌ ଲାଇଫ୍‌ରେ ଫିଲ୍ମ କାହାଣୀ: ପ୍ରେମିକ ସହ ପତ୍ନୀଙ୍କୁ ବିବାହ ଦେଲେ ସ୍ୱାମୀ

marriage

ପାଟନା: ବିବାହ ପରେ ପରକୀୟା ପ୍ରୀତିକୁ ନେଇ ଅନେକ ଦମ୍ପତିଙ୍କ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥାଏ।ଏପରିକି ଛାଡ଼ପତ୍ର ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ହେଲେ ଆପଣ କେବେ ଶୁଣିଛନ୍ତି କି, କେହି କେବେ ନିଜ ସ୍ତ୍ରୀକୁ ପ୍ରେମିକ ସହ ବିବାହ କରାଇବା। ହୁଏତ ଏହା ଫିଲ୍ମରେ ସମ୍ଭବପର ହୋଇପାରେ। ଏଭଳି କିଛି ଘଟଣାକୁ ନେଇ ଫିଲ୍ମ ‘Hum Dil De Chuke Sanam’ ରିଲିଜ ହୋଇଥିଲା। ଫିଲ୍ମରେ ଅଭିନେତା ସଲ୍‌ମାନ ଖାନ, ଐଶ୍ୱର୍ଯ୍ୟା ରାୟ ଓ ଅଜୟ ଦେବଗନ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମର କାହାଣୀ ଅନୁସାରେ, ସଲମାନ୍‌ ଓ ଐଶ୍ୱର୍ଯ୍ୟା ଉଭୟ ଉଭୟଙ୍କୁ ଭଲ ପାଉଥିଲେ। ହେଲେ ଐଶ୍ୱର୍ଯ୍ୟାଙ୍କ ପରିବାର ଲୋକ ତାଙ୍କର ବିବାହ ଅଜୟଙ୍କ ସହ କରାଇ ଦେଇଥିଲେ। ଐଶ୍ୱର୍ଯ୍ୟା, ସଲ୍‌ମାନଙ୍କୁ ଭଲ ପାଉଥିବା ଜାଣିବା ପରେ ଅଜୟ ଉଭୟଙ୍କୁ ଏକାଠି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଭଳି କିଛି ଘଟଣା ରିୟଲ୍‌ ଲାଇଫ୍‌ରେ ବିହାରର ଜଣେ ଯୁବକଙ୍କ ସହ ଘଟିଛି।

Advertisment

publive-image

ବିହାରର ଛପରା ଜିଲ୍ଲାର ଜଣେ ଯୁବକ ପତ୍ନୀଙ୍କ ଖୁସି ପାଇଁ ନିଜର ଭଲ ପାଇବାକୁ ବଳିଦାନ ଦେଇଛନ୍ତି। ନିଜ ହାତରେ ସେ ପତ୍ନୀଙ୍କ ବିବାହ ତାଙ୍କ ପ୍ରେମିକ ସହ କରାଇଛନ୍ତି। ଏବେ ଏହି ପ୍ରେମ କାହାଣୀକୁ ନେଇ ଚାରିଆଡ଼େ ଚର୍ଚ୍ଚା। ବିବାହ ବେଳର ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।

publive-image

ଜାତୀୟ ଗଣମାଧ୍ୟମ ସଂସ୍ଥା Aaj Takର ସୂଚନା ଅନୁସାରେ, ଛପରା ନଗର ନିଗମ ଅଞ୍ଚଳର ୱାର୍ଡ ୪୫ ସ୍ଥିତ ଘେଘଟା ଗାଁରେ ଏହି ଘଟଣା ଘଟିଛି। ଜଣେ ଯୁବକ ପତ୍ନୀଙ୍କ ବିବାହ ତାଙ୍କ ପ୍ରେମିକ ସହ କରାଇଥିବା ଭାଇରାଲ୍‌ ଭିଡିଓରେ ଯୁବକ ଜଣକ କହୁଥିବା ଦେଖିବାକୁ ମିଳିଛି। ବିବାହ ପରେ ପତ୍ନୀଙ୍କ ଆଫାୟର ଅନ୍ୟ କାହା ସହ ଚାଲିଥିବା ନେଇ ସମ୍ପୃକ୍ତ ଯୁବକ ଜାଣିବାକୁ ପାଇଥିଲେ। ଏହାପରେ ସେ ପତ୍ନୀଙ୍କ ବିବାହ ବିବାହ ତାଙ୍କ ପ୍ରେମିକ ସହ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ବିବାହ ମଧ୍ୟ କରାଇଥିଲେ। ଉକ୍ତ ଯୁବକ ମଧ୍ୟ ଦ୍ୱିତୀୟ ବିବାହ କରି ନିଜ ଝିଅର ଲାଳନପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Advertisment

publive-image

ଏସବୁ ପରେ ପୂରା କାହାଣୀରେ ଏକ ନୂଆ ଟ୍ୱିଷ୍ଟ ଆସିଛି। ବିବାହ ପରେ ମହିଳା ଜଣକ ଅଭିଯୋଗ ଆଣିଛନ୍ତି, ତାଙ୍କର ପ୍ରଥମ ସ୍ୱାମୀ ତାଙ୍କୁ ମାର୍‌ପିଟ୍‌ କରୁଥିଲେ। ଯାହାକୁ ନେଇ ସେ ପୁରା ଦୁଃଖରେ ଥିଲେ। ହେଲେ ଏବେ ପ୍ରେମିକକୁ ବିବାହ କରି ସେ ବେଶ୍‌ ଖୁସିରେ ଅଛନ୍ତି।

ସେପଟେ, ଘଟଣାକୁ ନେଇ ପ୍ରେମିକ କହିଛନ୍ତି, ଗତ ୬ ମାସ ହେବ ଉଭୟଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା। ତାଙ୍କର ପ୍ରଥମ ସ୍ୱାମୀ ତାଙ୍କୁ ମାର୍‌ପିଟ୍‌ କରୁଥିଲେ। ଯେଉଁଥିପାଇଁ ଉଭୟଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଲା।

Advertisment
Advertisment