/odishatv-khabar/media/post_attachments/uploadimage/library/16_9/16_9_0/Power-Bank-Like-Device-Expl_1622953634.jpg)
Power-Bank-Like-Device-Expl
ଭୋପାଳ: ରାସ୍ତାରେ ଭଲ ଜିନିଷ ପଡ଼ିଥିବା ଦେଖିଲେ ଲୋଭ ଆସି ଯାଇଥାଏ। କିଛି ଲୋକ ଏହାକୁ ଅଣଦେଖା କରି ଚାଲି ଯାଆନ୍ତି ତ ଆଉ କିଛି ଲୋକ ନିଜ ଲୋଭ ସମ୍ଭାଳି ନପାରି ଏହାକୁ ନେଇ ଆସିଥାନ୍ତି। ହେଲେ ସେମାନଙ୍କର ଏହି ଲୋଭ ମୃତ୍ୟୁ ମୁହଁକୁ ଠେଲି ଦେବ ହୁଏତ ତାହା ସେମାନଙ୍କୁ ଜଣାନଥିବ। ଏମିତି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଜଣେ ୨୮ ବର୍ଷୀୟ ଯୁବକଙ୍କ ସହ ଘଟିଛି। ସମ୍ପୃକ୍ତ ଯୁବକ ରାସ୍ତାରୁ ଏକ ପାୱାର ବ୍ୟାଙ୍କ୍ ଭଳି ଡିଭାଇସ୍ ପାଇଥିଲେ। ଯେତେବେଳେ ଚାର୍ଜିଂ ପାଇଁ ଏହାକୁ ନେଇ ସେ ମୋବାଇଲ୍ରେ କନେକ୍ଟ କରିଥିଲେ ଏହା ବିସ୍ଫୋରଣ ହୋଇଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା।
ମୃତକଙ୍କ ନାଁ ରାମ୍ ସାହିଲ ପାଲ୍। ଶୁକ୍ରବାର ଛପରୋଡ୍ ଗାଁରେ ଏହି ଘଟଣା ଘଟିଛି। ତେବେ ଏହି ଇଲେକ୍ଟ୍ରୋନିକ୍ ଡିଭାଇସଟି ପାୱାର ବ୍ୟାଙ୍କ ଥିଲା ନା ଅନ୍ୟ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ତାହା ସ୍ପଷ୍ଟ ହୋଇନାହିଁ। ସେନେଇ ଛାନ୍ଭିନ୍ ଚାଲିଛି।
ସୂଚନା ଅନୁସାରେ, ଶୁକ୍ରବାର ଦିନ ରାମ୍ କ୍ଷେତକୁ ଯାଉ ଥିବାବେଳେ ରାସ୍ତାରେ ଏକ ଇଲେକ୍ଟ୍ରୋନିକ୍ ଡିଭାଇସ୍ ପଡ଼ିଥିବା ଦେଖିବାକୁ ପାଇଥିଲେ ଓ ପାୱାର ବ୍ୟାଙ୍କ ଭାବି ଏହାକୁ ସେ ନେଇ ଆସିଥିଲେ। ଘରକୁ ଫେରିବା ପରେ ଚାର୍ଜିଂ ପାଇଁ ଯେତେବେଳେ ସେ ମୋବାଇଲ୍ରେ ଏହାକୁ କନେକ୍ଟ କରିଥିଲେ, ହଠାତ୍ ଏହା ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ପ୍ରକୃତରେ ଏହି ଇଲେକ୍ଟ୍ରୋନିକ୍ ଡିଭାଇସ କ’ଣ ଥିଲା, ସେନେଇ ଯାଞ୍ଚ କରିବା ଲାଗି ଏହାକୁ ଫରେନ୍ସିକ୍ ସାଇନ୍ସ ଲାବ୍ରୋଟୋରୀକୁ ପଠା ଯାଇଛି। ଏହି ଇଲେକ୍ଟ୍ରୋନିକ୍ ଉପକରଣଟି ପାୱାର ବ୍ୟାଙ୍କ ଥିଲା ନା ଅନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣ ସେନେଇ ଛାନ୍ଭିନ୍ ଚାଲିଛି। ଘଟଣାକୁ ନେଇ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)