/odishatv-khabar/media/post_attachments/uploadimage/library/16_9/16_9_0/BeFunky-collage-2_1623587172.jpg)
whale
କଥାରେ ଅଛି, ରଖେ ହରି ତ ମାରେ କିଏ। ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ତାଙ୍କୁ କେହି ବି ମାରି ପାରିବେ ନାହିଁ। ଏଭଳି କିଛି ଘଟଣା ଘଟିଛି ଆମେରିକାର ଜଣେ ବ୍ୟକ୍ତିଙ୍କ ସହ। ବିରାଟକାୟ ତିମିର ପାଟି ଭିତରେ ୩୦ ସେକେଣ୍ଡ ରହିବା ପରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜୀବିତ ଅବସ୍ଥାରେ ବାହାରକୁ ଆସିଥିଲେ। କଥାଟା ଶୁଣି, ଆଶ୍ଚର୍ଯ୍ୟ ଳାଗୁଥିଲେ ମଧ୍ୟ ଘଟଣାଟି ସତ। ଘଟଣାଟି ଆମେରିକାର Massachusettsରେ ଘଟିଛି। ଯାହା କୌଣସି ଚମତ୍କାରଠୁ କମ୍ ନୁହେଁ ବୋଲି କୁହାଯାଉଛି। Daily Mailର ରିପୋର୍ଟ ଅନୁସାରେ, ଉକ୍ତ ବ୍ୟକ୍ତିଙ୍କ ଶରୀରର କିଛି ସ୍ଥାନରେ ଆଘାତ ଲାଗିବା ଯୋଗୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଆମେରିକାର ୫୬ ବର୍ଷୀୟ ମାଇକେଲ୍ ପ୍ୟାକର୍ଡ ମୃତ୍ୟୁକୁ ମାତ୍ ଦେଇ ଜୀବିତ ଅବସ୍ଥାରେ ତିମି ପାଟି ଭିତରୁ ବାହାରକୁ ଆସିଛନ୍ତି। ସେ ଜଣେ ମତ୍ସଜୀବୀ। ୪୦ ବର୍ଷ ହେବ ସେ ସମୁଦ୍ରରୁ ବିଭିନ୍ନ ପ୍ରକାରର ଜୀବଙ୍କୁ ଧରି ଏହାକୁ ବଜାରରେ ବିକ୍ରି କରିଥାନ୍ତି। ସବୁଦିନ ଭଳି ଶୁକ୍ରବାର ସକାଳେ ସେ କେପ୍ କୋଡ୍ ସମୁଦ୍ରରେ ଜୀବଙ୍କ ସନ୍ଧାନ କରୁ କରୁ ୩୫ ଫୁଟ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ଏହି ସମୟରେ ସେ ଏକ ତିମିର ପାଟି ଭିତରେ ପଶି ଯାଇଥିଲେ। ଏହାପରେ ତାଙ୍କୁ ସବୁକିଛି ଅନ୍ଧକାର ଦିଶିଥିଲା ଓ ସେ ହଲ୍ଚଲ୍ ମଧ୍ୟ ହୋଇପାରୁନଥିଲେ। ପ୍ରକୃତରେ ତାଙ୍କ ସହ କ’ଣ ଘଟୁଥିଲା ତାହା ସେ ଜାଣି ପାରୁନଥିଲେ।
ଘଟଣାକୁ ନେଇ ମାଇକେଲ୍ କହିଛନ୍ତି, ‘ପ୍ରଥମେ ଲାଗିଲା ମୋତେ ଶାର୍କ ଆକ୍ରମଣ କରିଛି ଓ ମୋ ମୃତ୍ୟୁ ନିଶ୍ଚିତ। ମୁଁ ଶାର୍କର ଶରୀର ଭିତରେ ଥିଲି ଓ ସବୁକିଛି ଅନ୍ଧକାର ଦିଶୁଥିଲା। ଏମିତି ଲାଗୁଥିଲା ଏହା ଭିତରୁ ମୁଁ ଆଉ ବାହାରକୁ ବାହାରି ପାରିବି ନାହିଁ। ହେଲେ କିଛି ସମୟ ପରେ ଜାଣିବାକୁ ପାଇଲି, ଏହା ଶାର୍କ ନୁହେଁ। କାରଣ ଏହାର କୌଣସି ଦାନ୍ତ ନା ମୋ ଶରୀରରେ ଲାଗିଥିଲା ନା ମୋର କୌଣସି ଆଘାତ ହୋଇଥିଲା। ସବୁକିଛି ବ୍ଲାକ୍ ହିଁ ବ୍ଲାକ୍ ଦିଶୁଥିଲା। ମୁଁ ଜାଣିଥିଲି ମୁଁ ବାହାରକୁ ବାହାରି ପାରିବି ନାହିଁ। ଫଳରେ ସେହି ସମୟରେ ମୁଁ ପତ୍ନୀ ଓ ଦୁଇ ପୁଅଙ୍କ ସହ ବିତାଇଥିବା ମୁହୂର୍ତ୍ତ ବିଷୟରେ ଭାବିବା ସହ ତିମି ପାଟି ଭିତରୁ ବାହାରିବା ପାଇଁ ପ୍ରୟାସ କରିଥିଲି। ଯେତେବେଳେ ତିମି ନିଜର ମୁଣ୍ଡ ହଲାଇ ଥିଲା, ଏହାପରେ ମୋତେ ଆଲୋକ ଦିଶିଥିଲା ଓ ମୁଁ ଜାଣିଲି ଯେ ମୁଁ ସମୁଦ୍ରରେ ଅଛି। ତା’ପରେ ତିମି ମୋତେ ବାହାରକୁ ଫିଙ୍ଗି ଦେଇଥିଲା। ପାଖାପାଖି ୩୦ ସେକେଣ୍ଡ ପର୍ଯ୍ୟନ୍ତ ତିମି ପାଟି ଭିତରେ ମୁଁ ରହିଥିଲି। ହେଲେ ମୁଁ ଜାଣିନଥିଲି କେମିତି ମୁଁ ତିମି ପାଟି ଭିତରୁ ବାହାରିଲି। ଏହାପରେ ମାଇକେଲ୍ଙ୍କ ଜଣେ ସାଙ୍ଗ ତାଙ୍କୁ ସମୁଦ୍ରରୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଏହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।
ଘଟଣାକୁ ନେଇ ପ୍ରୋଭିନ୍ସଟାଉନ ଫାୟାର ଡିପାର୍ଟମେଣ୍ଟ ସୂଚନା ଦେଇ କହିଥିଲା ଯେ, ଏହି ଘଟଣାରେ ମାଇକେଲ୍ଙ୍କ ଗୋଡ଼ରେ ଆଘାତ ଲାଗିଛି। ମାଇକେଲ୍ କହିଥିଲେ ଯେ, ଏହି ଘଟଣା ପରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିବା ତାଙ୍କୁ ଲାଗିଲା। ହେଲେ ତାଙ୍କୁ ସାମାନ୍ୟ ଆଘାତ ଲାଗିଛି ଓ ଖୁବ୍ ଶୀଘ୍ର ସେ ସୁସ୍ଥ ହୋଇଯିବେ ବୋଲି ଡାକ୍ତର କହିଥିଲେ।
କିଭଳି ଭାବରେ ସେ ମୃତ୍ୟୁ ମୁହଁରୁ ଫେରି ଆସିଥିଲେ ଓ ୩୦ ସେକେଣ୍ଡର ଏହି ଭୟାନକ କାହାଣୀ କେମିତି ଥିଲା ପୁରା ଘଟଣା ସମ୍ପର୍କରେ ମାଇକେଲ୍ ସୋସିଆଲ୍ ମିଡିଆରେ ଶେଆର କରିଛନ୍ତି। ଏହାସହ ସେ ପ୍ରୋଭିନ୍ସଟାଉନ ଉଦ୍ଧାରକାରୀ ଟିମ୍କୁ ତାଙ୍କର ଦେଖାଶୁଣା କରିବାରେ ସାହାଯ୍ୟ କରିଥିବାରୁ ଏଥିପାଇଁ ସେ ଧନ୍ୟବାଦ ଜଣାଇଛନ୍ତି।
Veteran Cape Cod lobster diver Michael Packard was swallowed whole by a humpback whale and lives to tell the story… pic.twitter.com/CQcCP2fdVs
— Rex Chapman🏇🏼 (@RexChapman) June 12, 2021
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)