Advertisment

ଆଗାମୀ ୩ଟି ପର୍ଯ୍ୟାୟ ନିର୍ବାଚନ ଥରକରେ କରିବାକୁ କହିଲେ ଦିଦି, ନିର୍ବାଚନ କମିଶନ କହିଲେ..

କୋଲକାତା: ପଶ୍ଚିମବଂଗରେ ହେବାକୁ ଥିବା ବଳକା ବିଧାନସଭା ଆସନ ଗୁଡିକରେ ଭୋଟଗ୍ରହଣ ଗୋଟିଏ ପର୍ଯ୍ୟାୟରେ କରିବାକୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି।  ଆସନ୍ତାକାଲି ପଶ୍ଚିମବଙ୍ଗରେ ୫ମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ତିନିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ମହାମାରୀ ସମୟରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରିଛନ୍ତି । କରୋନା ସଂକ୍ରମଣ […]

ଆଗାମୀ ୩ଟି ପର୍ଯ୍ୟାୟ ନିର୍ବାଚନ ଥରକରେ କରିବାକୁ କହିଲେ ଦିଦି, ନିର୍ବାଚନ କମିଶନ କହିଲେ..

mamta

Advertisment

କୋଲକାତା: ପଶ୍ଚିମବଂଗରେ ହେବାକୁ ଥିବା ବଳକା ବିଧାନସଭା ଆସନ ଗୁଡିକରେ ଭୋଟଗ୍ରହଣ ଗୋଟିଏ ପର୍ଯ୍ୟାୟରେ କରିବାକୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି।  ଆସନ୍ତାକାଲି ପଶ୍ଚିମବଙ୍ଗରେ ୫ମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ତିନିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।

Advertisment

ମହାମାରୀ ସମୟରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରିଛନ୍ତି । କରୋନା ସଂକ୍ରମଣ ବଢୁଥିବାରୁ ବଳକା ବିଧାନସଭା ଆସନ ଗୁଡିକରେ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ କରିବାକୁ ସେ ଦାବି କରିଛନ୍ତି ।

ମମତା କହିଛନ୍ତି, ତାଙ୍କ ଦଳ ଆରମ୍ଭରୁ ୮ ପର୍ଯ୍ୟାୟ  ମତଦାନକୁ ବରୋଧ କରୁଥିଲା। ଟିଏମ୍‌ସି ମୁଖ୍ୟ ଏକ ଟ୍ୱିଟ କରି କହିଛନ୍ତି, ଏ ପ୍ରକାର ନିଷ୍ପତ୍ତି ଜନହିତକୁ ଦୃଷ୍ଟିରେ ରଖି ନେବା ଉଚିତ୍। ସେ କହିଥିଲେ, ମହାମାରୀ ପ୍ରକୋପ ମଧ୍ୟରେ ପଶ୍ଚିମ ବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ କରିବା ପାଇଁ ନିର୍ବାଚନ କମିଶନ ନିଷ୍ପତି ନେଇଥିଲେ ଯାହାକୁ ଟିଏମ୍‌ସି ଆରମ୍ଭରୁ ବିରୋଧ କରିଥିଲା। କୋଭିଡ ସଂକ୍ରମଣ ବଢୁଥିବାରୁ ନିର୍ବାଚନ ଅଧିକାରୀଙ୍କୁ ମୋର ଅନୁରୋଧ, ଆଗକୁ ହେବାକୁ ଥିବା ସମସ୍ତ ପର୍ଯ୍ୟାୟ ନର୍ବାଚନ ଏକ ସାଙ୍ଗରେ କରାଯାଉ। ’ଏହାଦ୍ୱାରା ଲୋକଙ୍କ ମଧ୍ୟର କୋଭିଡ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ମମତା କହିଥିଲେ ।

Advertisment

ଏଠି କହିରଖିବୁ, ୨୨, ୨୬ ଏବଂ ୨୯  ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହେବ ବୋଲି ଗୁରୁବାର ସକାଳୁ ମିଡିଆରେ ହିସାବ କିତାବ ଚାଲିଥିଲା । ତେବେ ପଶ୍ଚିମବଂଗରେ ବଳକା ଆସନଗୁଡିକରେ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଏକାଠି କରିବାକୁ ସେପରି କୌଣସି ପ୍ରସ୍ତାବ ନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ଦିଲ୍ଲରେ ନିର୍ବାଚନ ଅୟୋଗର ଜଣେ ପ୍ରବକ୍ତା କହିଛନ୍ତି, ଆଗାମୀ ୪ଟି ପର୍ଯ୍ୟାୟ ନିର୍ବାଚନକୁ ଏକା ସାଙ୍ଗରେ କରିବାର କୌଣସି ଯୋଜନା ନାହିଁ।

ଆଜି ପଶ୍ଚିମବଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସର୍ବଦଳୀୟ ବୈଠକ ଡକାଯାଇଛି । ବୈଠକରେ ରାଜନୈତିକ ଦଳମାନେ ଏହି ପ୍ରସଙ୍ଗ ଉଠାଇ ପାରନ୍ତି

Advertisment
West Bengal Election 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ