/odishatv-khabar/media/post_attachments/uploadimage/library/16_9/16_9_0/dDharmaghata_1626693120.jpg)
dDharmaghata
ଭୁବନେଶ୍ୱର: ସପ୍ତାହେ ଧରି ଡାକ୍ତରଙ୍କ ଆନ୍ଦୋଳନ ପରେ ମୁଣ୍ଡ ନୁଆଁଇଲେ ମମତା । ପଶ୍ଚିମବଙ୍ଗରେ ମେଡିକାଲ୍ କଲେଜ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଡାକ୍ତରଙ୍କ ୨ଟି ପ୍ରସ୍ତାବରେ ରାଜି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଡାକ୍ତରଙ୍କ ଦାବି ମୁତାବକ ରାଜ୍ୟ ସଚିବାଳୟରେ ଗଣମାଧ୍ୟମ ଉପସ୍ଥିତିରେ ହୋଇଛି ଏହି ଆଲୋଚନା। ସେପଟେ ଆଜି IMAର ୨୪ ଘଣ୍ଟିଆ ଧର୍ମଘଟରେ ଓଡ଼ିଶା ସମେତ ସମଗ୍ର ଦେଶରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା।
ଡାକ୍ତରଙ୍କ ୧୨ ଦଫା ମଧ୍ୟରୁ ସରକାରୀ ହସ୍ପିଟାଲରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ନିଷ୍ପତ୍ତି ସହ ହସ୍ପିଟାଲରେ ନୋଡାଲ ପୋଲିସ ଅଫିସର ରଖିବାକୁ କୋଲକାତା ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମମତା । ଆଜି ମେଡିକାଲ୍ କଲେଜ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ମମତା ଏସବୁ ପ୍ରସଙ୍ଗରେ ନିଜ ସହମତି ଜଣାଇଥିଲେ । ଡାକ୍ତରଙ୍କ ଦାବି ମୁତାବକ ରାଜ୍ୟ ସଚିବାଳୟରେ ଗଣମାଧ୍ୟମ ଉପସ୍ଥିତିରେ ହୋଇଛି ଏହି ଆଲୋଚନା।
ଏପଟେ ପଶ୍ଚିମବଙ୍ଗରେ ଡାକ୍ତର ଅନ୍ଦୋଳନ ସମର୍ଥନରେ ସାରା ଦେଶରେ ଷ୍ଟ୍ରାଇକ୍ ଚାଲିଛି। ଦିଲ୍ଲୀ, ବାରଣାସୀ, ଜୟପୁର, ହାଇଦ୍ରାବାଦ୍ ସବୁଠି ସମାନ ସ୍ଥିତି । ଇଣ୍ଡିଆନ୍ ମେଡିକାଲ ଆସୋସିଏସନ-IMAର ୨୪ ଘଣ୍ଟିଆ ଧର୍ମଘଟ ଯୋଗୁଁ ପଶ୍ଚିମବଙ୍ଗ ପରେ ଅଧିକ ପ୍ରଭାବ ପଡିଥିଲା ଦିଲ୍ଲୀରେ। କାର୍ଯ୍ୟବନ୍ଦ କରି ଆଇଏମ୍ଏ ମୁଖ୍ୟାଳୟ ସାମ୍ନାରେ ଡାକ୍ତରମାନେ ଧାରଣାରେ ବସିବାରୁ ହସ୍ପିଟାଲରେ କେବଳ ଜରୁରୀକାଳିନ ଚିକିତ୍ସା ସେବାକୁ ଛାଡ଼ି ଅନ୍ୟ ସବୁ ବିଭାଗ ବନ୍ଦ ରହିଥିଲା । ଏପରିକି ହସ୍ପିଟାଲଗୁଡ଼ିକରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ରୋଗୀ ।
ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଥିଲା ଆଇଏମ୍ଏ ଧର୍ମଘଟର ପ୍ରଭାବ। କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର (WINDOW) ସବୁଠି କାର୍ଯ୍ୟବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ ଡାକ୍ତର। ଅନେକ ସ୍ଥାନରେ ଓପିଡି ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ସେପଟେ ଆଜିକୁ ଚାରି ଦିନ ହେବ ଭୁବନେଶ୍ୱର AIIMSରେ ଜୁନିୟର ଡାକ୍ତର ଆନ୍ଦୋଳନରେ ବସି ରହିଥିବାରୁ ରୋଗୀ ସେବା ସମ୍ପୁର୍ଣ୍ଣ ପ୍ରଭାବିତ ହୋଇଛି । ଓପିଡି ସମେତ ଅନ୍ୟାନ୍ୟ ବିଭାଗ ବାହାରେ ରୋଗୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ତେବେ ରାଜଧାନୀରେ ଥିବା କ୍ୟାପିଟାଲ ହସ୍ପିଟାଲ ସମେତ ଅନ୍ୟାନ୍ୟ ହସ୍ପିଟାଲରେ କଳାବ୍ୟାଜ ପିନ୍ଧି ରୋଗୀ ସେବା କରୁଛନ୍ତି ଡାକ୍ତର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)