/odishatv-khabar/media/post_attachments/uploadimage/library/16_9/16_9_0/tmc-1_1626251637.jpg)
tmc
କଲିକତା: ପଶ୍ଚିମବଙ୍ଗ ନିର୍ବାଚନ ଲାଗି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଚଳିତ ନିର୍ବାଚନରେ ୨୯୧ଟି ସିଟରେ TMC ଲଢିବ, ଏହାସହ ଅନ୍ୟ ୩ଟି ସିଟରେ ସହଯୋଗୀ ଦଳ ଲଢ଼ିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏଥର TMCର ୨୮ ପୁରୁଣା ବିଧାୟକଙ୍କୁ ମମତା ବାନାର୍ଜୀ ଟିକେଟ୍ ଦେଇନଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ ବରଂ ଚଳିତଥର ୫୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଟିଏମସି। ଆଉ ଚଳିତ ନିର୍ବାଚନରେ ମମତା ଭବାନୀପୁର ନୁହେଁ ବରଂ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ। ଏହାସହ ହାୱାଡ଼ାର ଶିବପୁରରୁ କ୍ରିକେଟର ମନୋଜ ତିୱାରୀ ନିର୍ବାଚନ ଲଢିବେ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛି ଦଳ।
ତେବେ ଗତକାଲି ପଶ୍ଚିମବଙ୍ଗରେ ରାଜନୀତି ମଇଦାନକୁ ଓହ୍ଲାଇବନି ଶିବସେନା ଦଳ। ଏନେଇ ଗତକାଲି ଦଳର ମୁଖପାତ୍ର ସଞ୍ଜୟ ରାୱାତ ସୂଚନା ଦେଇଥିଲେ। କିନ୍ତୁ ନିର୍ବାଚନ ବୈତରଣୀ ପାର କରିବାକୁ ମମତା ବାନାର୍ଜୀଙ୍କୁ ପୂରା ସମର୍ଥନ ଦେବ ଦଳ। ମମତାଙ୍କୁ ରିୟଲ ରୟାଲ ବେଙ୍ଗଲ ଟାଇଗ୍ରୀସ ବୋଲି କହିବା ସହିତ ସମର୍ଥନ ଜଣାଇଛି ଶିବସେନା।
ଏହାସହ ସଞ୍ଜୟ କହିଛନ୍ତି ଯେ, “ସମ୍ପୂର୍ଣ୍ଣ ଦେଶ, କେନ୍ଦ୍ର ସରକାର, ମୁଖ୍ୟମନ୍ତ୍ରୀ ଆଦି ମମତା ବାନାର୍ଜୀଙ୍କ ବିରୋଧରେ ଲାଗିପଡ଼ିଛନ୍ତି। ଏମିତି ଲାଗୁଛି ଯେମିତି ମମତା ଦିଦି ଭର୍ସେସ୍ ଅଲ୍। ତେଣୁ ଏମିତି ପରିସ୍ଥିତିରେ ବେଙ୍ଗଲ୍ରେ ନିର୍ବାଚନ ଲଢ଼ିବା ଠିକ୍ ନୁହେଁ ବୋଲି ଉଦ୍ଧବ ଠାକ୍ରେ କହିଛନ୍ତି। ତେଣୁ ଆମର ଯେତେ ଶକ୍ତି ଅଛି ଆମେ ମମତା ଦିଦିଙ୍କ ସହିତ ଜୁଟାଇବୁ। ଆମେ ସବୁବେଳେ କହିଛୁ ଯେ ମମତା ଦିଦି ପଶ୍ଚିମବଙ୍ଗର ବାଘୁଣୀ। ଆମର ସମର୍ଥନ ତାଙ୍କ ସହିତ ରହିଛି।”
ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି କଲିକତାର ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି। ଲଗାତାର ଭାବରେ ମୋଦି-ଦିଦିଙ୍କ ସମର୍ଥକ ଆମ୍ନାସାମ୍ନା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସମୟରେ ନିର୍ବାଚନ ପ୍ରଚାରରେ ବିଭିନ୍ନ ଦଳ ଗୁଡ଼ିକ ନିଜ ନିଜର ଆଭିମୁଖ୍ୟ ଭୋଟରଙ୍କ ସାମ୍ନାରେ ରଖୁଛନ୍ତି। କିନ୍ତୁ ଚଳିତ ବର୍ଷ ନିର୍ବାଚନ ଜିତିବା ଲାଗି ଦିଦିଙ୍କ ଦଳ ଟିଏମସି ପାଇଁ ଏକ ଚ୍ୟାଲେଞ୍ଜ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବଙ୍ଗ ଦଖଲ କରିବା ଲାଗି ଗେରୁଆ ଦଳର କେନ୍ଦ୍ରୀୟ ନେତାମାନେ ବାରମ୍ବାର ବଙ୍ଗ ଗସ୍ତରେ ଯାଉଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ବିଜେପି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ। ଲଗାତାର ତୃତୀୟ ଥର ପାଇଁ ସରକାରରେ ଥିବା ମମତାଙ୍କୁ କିଏ ମୁକାବିଲା କରିବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)