Advertisment

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

୨୬ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ଦୌଡ଼ରେ ସାମିଲ୍‌

author-image
Dibakar Sahoo
ଅଦ୍ୟତନ ହୋଇଛି
ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

2

ମୁମ୍ୱାଇ: ବିଶ୍ୱରେ ଚଳଚ୍ଚିତ୍ର ଜଗତକୁ ନେଇ ଦିଆଯାଉଥିବା ଶ୍ରେଷ୍ଠ ଓସ୍କାର ଆୱାର୍ଡ ଦୌଡ଼ରେ ମାଲାୟାଲାମ୍‌ର ଗୋଟିଏ ଫିଲ୍ମ ସ୍ଥାନ ପାଇଛି। 'ଜଲିକଟ୍ଟୁ' ନାମକ ଏହି ଫିଲ୍ମକୁ ଭାରତୀୟ ଚଳଚ୍ଚିତ୍ର ଫେଡେରେସନ୍‌ ଜୁରିର ମୁଖ୍ୟ ଫିଲ୍ମ ନିର୍ମାତା ରାହୁଲ୍‌ ରାୱେଲ୍‌ ଚୟନ କିରଛନ୍ତି।

Advertisment

ଭରତ ତରଫରୁ ଓସ୍କାର ଦୌଡ଼ରେ ବେଷ୍ଟ ଇଣ୍ଟରନାସ୍‌ନ୍ୟାଲ୍‌ ଫିଲ୍ମ କ୍ୟାଟେଗୋରୀ ପାଇଁ ଏହି ଫିଲ୍ମଟି ଚୟନ କରାଯାଇଛି।

ଫିଲ୍ମଟିକୁ ଲିଜୋ ଜୋସେ ପେଲିସେରି ନିର୍ଦ୍ଦେଶନା ଦେଇଛନ୍ତି। ସେ ପୂର୍ବରୁ ଆଙ୍ଗାମାଲେ ଡାଏରିଜ୍‌ ଏବଂ ଏ ମା ୟାଉ ନାମକ ଦୁଇଟି ଚର୍ଚ୍ଚିତ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

Advertisment

ଆକ୍ସନ୍‌ ଡ୍ରାମା ଫିଲ୍ମରେ ଗୋଟିଏ ଷଣ୍ଢ କିପରି ଭାବେ ଗ୍ରାମବାସୀଙ୍କୁ ହଇରାଣ କରୁଥିଲା ଏବଂ ସେହି ସମୟରେ ଗ୍ରାମବାସୀ କିପରି ରହୁଥିଲେ ସେ ବିଷୟରେ ଦେଖାଯାଇଛି।

ଏହି ମାଲାୟାଲାମ ଫିଲ୍ମଟି ୨୬ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ଦୌଡ଼ରେ ସାମିଲ୍‌ ହୋଇଛି।

ଚୈତନ୍ୟ ତାମହାନେଙ୍କ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆୱାର୍ଡ ଜିତିଥିବା ଭେନିସ ଫିଲ୍ମ, ରୋହେନା ଜେରାଙ୍କ ଇଜ୍ ଲଭ୍ ଏନଫ୍‌, ବିଧୁ ବିନୋଦ ଚୋପ୍ରାଙ୍କ ଶିକାରା, ଦୀପିକା ପାଦୁକୋନ୍ ଅଭିନିତ ଛପକ୍, ନେଟଫ୍ଲିକ୍ସ ରିଲିଜ୍ ଗୁଞ୍ଜନ ସକ୍ସେନା : କାର୍ଗିଲ୍ ଗାର୍ଲ, ବଲବୁଲ ଏବଂ ସିରିୟସ୍‌ ମ୍ୟାନ୍‌, ଆମାଜନ ପ୍ରାଇମ ରିଲିଜ୍ ଶକୁନ୍ତଳା ଦେବୀ, ଚଲାଙ୍ଗ ଏବଂ ଗୁଲାବୋ ସିତାବୋ ଭଳି ଏ ବର୍ଷର ସୁପରହିଟ୍‌ ଚଳଚ୍ଚିତ୍ରଗୁଡ଼ିକୁ ପଛରେ ପକାଇ ଜୁରିଙ୍କ ଦ୍ୱାରା ଚୟନ ହୋଇଛି।

Advertisment
Advertisment