Advertisment

'NEET-JEE ପରୀକ୍ଷାକୁ ନେଇ ରାଜନୀତି କରାନଯାଉ'

ନୂଆଦିଲ୍ଲୀ: NEET ଓ JEE MAIN ପରୀକ୍ଷା ଘୁଞ୍ଚାଇବା ପାଇଁ କିଛି ରାଜ୍ୟ ପକ୍ଷରୁ ଦାବି ହେଉଥିବା ବେଳେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହେଉ ବୋଲି ଅନେକ ଛାତ୍ରଛାତ୍ରୀ ଚାହୁଁଛନ୍ତି। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶାଙ୍କ ସୂଚନା ଦେଇଛନ୍ତି। ପୋଖରୀୟାଲ୍‌ କହିଛନ୍ତି, ଜେଇଇ ମେନ୍ ପାଇଁ ଆବେଦନ କରିଥିବା ୮ଲକ୍ଷ ୫୮ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଡାଉନଲୋଡ କରିଛନ୍ତି। NEET ପାଇଁ ଆବେଦନ କରିଥିବା ୧୫ଲକ୍ଷ […]

author-image
Ranjeet Kumar Jena
'NEET-JEE ପରୀକ୍ଷାକୁ ନେଇ ରାଜନୀତି କରାନଯାଉ'

ramesh

ନୂଆଦିଲ୍ଲୀ: NEET ଓ JEE MAIN ପରୀକ୍ଷା ଘୁଞ୍ଚାଇବା ପାଇଁ କିଛି ରାଜ୍ୟ ପକ୍ଷରୁ ଦାବି ହେଉଥିବା ବେଳେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହେଉ ବୋଲି ଅନେକ ଛାତ୍ରଛାତ୍ରୀ ଚାହୁଁଛନ୍ତି। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶାଙ୍କ ସୂଚନା ଦେଇଛନ୍ତି।

Advertisment

ପୋଖରୀୟାଲ୍‌ କହିଛନ୍ତି, ଜେଇଇ ମେନ୍ ପାଇଁ ଆବେଦନ କରିଥିବା ୮ଲକ୍ଷ ୫୮ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଡାଉନଲୋଡ କରିଛନ୍ତି। NEET ପାଇଁ ଆବେଦନ କରିଥିବା ୧୫ଲକ୍ଷ ୯୭ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦ଲକ୍ଷରୁ ଅଧିକ ଆଡମିଟ୍ କାର୍ଡ ଡାଉନଲୋଡ କରିଛନ୍ତି। ତେଣୁ ଅଧିକାଂଶ ପରୀକ୍ଷାର୍ଥୀ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହେବା ଚାହୁଁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି।

ପୋଖରୀୟାଲ୍‌ ଆହୁରି କହିଛନ୍ତି, ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ JEE MAIN ପରୀକ୍ଷା କେନ୍ଦ୍ର ସଂଖ୍ୟା ୫୭୦ରୁ ୬୬୦କୁ ବଢାଯାଇଛି। NEET ପାଇଁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୨ହଜାର ୫୪୬ରୁ ୩ହଜାର ୮୪୨କୁ ବୃଦ୍ଧି କରାଯାଇଛି। ଏହାଫଳରେ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବାକୁ ସୁବିଧା ହେବ ବୋଲି ସେ କହିଛନ୍ତି। ତା'ଛଡ଼ା ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଆମେ ଛାତ୍ରମାନଙ୍କ ଶିକ୍ଷାବର୍ଷକୁ ନଷ୍ଟ କରିପାରିବୁ ନାହିଁ। ତେଣୁ  ଏହି ପ୍ରସଙ୍ଗରେ ଅନାବଶ୍ୟକ ବିରୋଧ ଓ ରାଜନୀତି ନକରିବାକୁ ପୋଖରୀୟାଲ୍‌ ଅନୁରୋଧ କରିଛନ୍ତି।

Advertisment
Advertisment
Advertisment