Advertisment

କୋଭିଡରେ ଆଖି ବୁଜିଲେ ମହାତ୍ମାଗାନ୍ଧୀଙ୍କ ଅଣନାତି

ଜୋହାନ୍ସବର୍ଗ: ମହାତ୍ମାଗାନ୍ଧିଙ୍କର ସାଉଥ ଆଫ୍ରିକାନ୍‌ ଅଣନାତି (great-grandson ) ସତୀଶ ଧୁପେଲିଆଙ୍କର ରବିବାର କୋନାରେ ମୃତ୍ୟୁ ଘଟିଛି। ୬୬ ତମ ଜନ୍ମ ଦିନ ପାଳନ କରିବାର ଗତ ତିନି ଦିନ ପରେ ସତୀଶଙ୍କର ମୃତ୍ୟୁ ଜୋହାନ୍ସବର୍ଗର ଏକ ଡାକ୍ତରଖାନାରେ ଘଟିଛି। ଜୋହାନ୍ସବର୍ଗରେ ରହୁଥିବା ସତୀଶଙ୍କ ପରିବାର ଲୋକେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସତୀଶଙ୍କ  ଭଉଣୀ ଉମା ଧୂପେଲିଆ ସୋଶାଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ତାଙ୍କର ଭାଇ ସତୀଶ ଧୂପେଲିଆଙ୍କର କୋଭିଡ-୧୯ରେ ମୃତ୍ୟୁ ଘଟିଛି। ସେ […]

ଅଦ୍ୟତନ ହୋଇଛି
କୋଭିଡରେ ଆଖି ବୁଜିଲେ ମହାତ୍ମାଗାନ୍ଧୀଙ୍କ ଅଣନାତି

grandson

Advertisment

ଜୋହାନ୍ସବର୍ଗ: ମହାତ୍ମାଗାନ୍ଧିଙ୍କର ସାଉଥ ଆଫ୍ରିକାନ୍‌ ଅଣନାତି (great-grandson ) ସତୀଶ ଧୁପେଲିଆଙ୍କର ରବିବାର କୋନାରେ ମୃତ୍ୟୁ ଘଟିଛି। ୬୬ ତମ ଜନ୍ମ ଦିନ ପାଳନ କରିବାର ଗତ ତିନି ଦିନ ପରେ ସତୀଶଙ୍କର ମୃତ୍ୟୁ ଜୋହାନ୍ସବର୍ଗର ଏକ ଡାକ୍ତରଖାନାରେ ଘଟିଛି।

Advertisment

ଜୋହାନ୍ସବର୍ଗରେ ରହୁଥିବା ସତୀଶଙ୍କ ପରିବାର ଲୋକେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସତୀଶଙ୍କ  ଭଉଣୀ ଉମା ଧୂପେଲିଆ ସୋଶାଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ତାଙ୍କର ଭାଇ ସତୀଶ ଧୂପେଲିଆଙ୍କର କୋଭିଡ-୧୯ରେ ମୃତ୍ୟୁ ଘଟିଛି। ସେ ନିମୋନିଆ ଆକ୍ରାନ୍ତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ପ୍ରାୟ ଏକମାସ ଧରି ଚିକିତ୍ସିତ ହେବା ପରେ କୋଭିଡ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଥିଲେ।

ସତୀଶ ଜଣେ ମିଡିଆ ପର୍ସନ । ବିଶେଷକରି ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫିରେ ତାଙ୍କର ନାଁ ରହିଛି। ଏଥିସହିତ ଗାନ୍ଧୀ ଡେଭଲପମେଣ୍ଟ ଟ୍ରଷ୍ଟର ମଧ୍ୟ ସେ ଜଣେ ସକ୍ରିୟ ସଦସ୍ୟ।

Advertisment

ଏଠି କହିରଖିବୁ, ସତୀଶଙ୍କର ଅନ୍ୟ ଜଣେ ଭଉଣୀ ମଧ୍ୟ ଅଛନ୍ତି। ତାଙ୍କ ନାଁ କୀର୍ତ୍ତି ମେନନ୍। ସେ ଜୋହାନ୍ସବର୍ଗରେ ରୁହନ୍ତି ଏବଂ ଗାନ୍ଧୀଙ୍କ ସ୍ମୃତିକୁ ନେଇ ସେ ଏକ ପ୍ରୋଜେକ୍ଟ କରୁଛନ୍ତି। ସତୀଶ ଏବଂ ତାଙ୍କ ଦୁଇ ଭଉଣୀ ମହାତ୍ମାଗାନ୍ଧିଙ୍କ ଦ୍ୱିତୀୟ ପୁତ୍ର ମାନିଲାଲ୍‌ଙ୍କ ବଂଶଧର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ