Advertisment

ନିଲାମ ହେଲା ମହାତ୍ମା ଗାନ୍ଧିଙ୍କ ବିରଳ ଚଷମା

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବିରଳ ଚଷମା ବ୍ରିଟେନରେ ବିକ୍ରି ହୋଇଛି। ବ୍ରିଟେନର ଇଷ୍ଟ ବ୍ରିଷ୍ଟଲ୍ ନିଲାମ ସଂସ୍ଥା ପକ୍ଷରୁ ସୁନାର ପ୍ଲେଟ୍ ଥିବା ଏହି ଚଷମା ୨ଲକ୍ଷ ୬୦ହଜାର ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ, ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି। କୁହାଯାଉଛି ଯେ ଏହି ଚଷମାକୁ ମହାତ୍ମା ଗାନ୍ଧି ପିନ୍ଧିଥିଲେ ଏବଂ ୧୯୦୦ ଦଶକରେ ଜଣେ ବ୍ୟକ୍ତିଙ୍କୁ ସେ ଏହାକୁ ଉପହାର ଭାବେ ଦେଇଥିଲେ। ଏବେ ଏହି ଚଷମାକୁ […]

author-image
Ranjeet Kumar Jena
ନିଲାମ ହେଲା ମହାତ୍ମା ଗାନ୍ଧିଙ୍କ ବିରଳ ଚଷମା

gandhi

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବିରଳ ଚଷମା ବ୍ରିଟେନରେ ବିକ୍ରି ହୋଇଛି। ବ୍ରିଟେନର ଇଷ୍ଟ ବ୍ରିଷ୍ଟଲ୍ ନିଲାମ ସଂସ୍ଥା ପକ୍ଷରୁ ସୁନାର ପ୍ଲେଟ୍ ଥିବା ଏହି ଚଷମା ୨ଲକ୍ଷ ୬୦ହଜାର ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ, ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି। କୁହାଯାଉଛି ଯେ ଏହି ଚଷମାକୁ ମହାତ୍ମା ଗାନ୍ଧି ପିନ୍ଧିଥିଲେ ଏବଂ ୧୯୦୦ ଦଶକରେ ଜଣେ ବ୍ୟକ୍ତିଙ୍କୁ ସେ ଏହାକୁ ଉପହାର ଭାବେ ଦେଇଥିଲେ। ଏବେ ଏହି ଚଷମାକୁ ଆମେରିକାର ଜଣେ ବ୍ୟକ୍ତି କିଣିଛନ୍ତି। ଚଷମାକୁ ୧୦ହଜାରରୁ ୧୫ହଜାର ପାଉଣ୍ଡ ପର୍ଯ୍ୟନ୍ତ ମିଳିବା ନେଇ ଆଶା କରାଯାଉଥିଲା, କିନ୍ତୁ ଅନଲାଇନ୍ ନିଲାମରେ ବିଡିଂ ବଢ଼ିଯାଇଥିଲା।

Advertisment

ବ୍ରିଟେନର ଇଷ୍ଟ ବ୍ରିଷ୍ଟଲ୍ ନିଲାମ ସଂସ୍ଥାର ନିଲାମକର୍ତ୍ତା ଆଣ୍ଡି ଷ୍ଟୋଭ୍ କହିଛନ୍ତି, ଏହି ବିରଳ ଚଷମା ପାଇଁ ଭାରତ, କତାର, ଆମେରିକା, ରୁଷ ଏବଂ କାନାଡା ସମେତ ସାରା ଦୁନିଆରୀ ଲୋକେ ନିଲାମରେ ବିଡ୍ ଲଗାଇଥିଲେ। ଅଗଷ୍ଟ ୨୧ ତାରିଖରେ ନିଲାମ ପ୍ରକ୍ରିୟା ଶେଷ ହେବା ପରେ ଷ୍ଟୋଭ୍ କହିଥିଲେ, 'ଅବିଶ୍ୱସନୀୟ ଜିନିଷର ଅବିଶ୍ୱସନୀୟ ଦାମ୍। ଯେଉଁମାନେ ଏହି ଚଷମା ପାଇଁ ବିଡ୍ ଲଗାଇଥିଲେ, ସେମାନଙ୍କୁ ଧନ୍ୟବାଦ।

ଷ୍ଟୋଭ୍ କହିଛନ୍ତି, 'ଇଷ୍ଟ ବ୍ରିଷ୍ଟଲ୍ ଅକ୍ସନ୍ ପାଇଁ ଏହା ଏକ କୀର୍ତ୍ତିମାନ ଥିଲା ଏବଂ ଏହା ଦଶନ୍ଧିର ସବୁଠାରୁ ବଡ଼ ନିଲାମ ଥିଲା। ଏହି ଚଷମାକୁ ୫୦ ବର୍ଷ ପର୍ଯ୍ୟନ୍ତ ଆଲମାରୀରେ ରଖାଯାଇଥିଲା। ବିକ୍ରେତା ମୋତେ କହିଥିଲେ ଯେ ଯଦି ଏହା କୌଣସି କାମରେ ନଆସିବ, ତାହେଲେ ଏହାକୁ ଫୋପାଡ଼ି ଦେବ। ଏବେ ବିକ୍ରେତାଙ୍କୁ ଏତେ ଟଙ୍କା ମିଳିବ ଯେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ରୂପେ ବଦଳିଯିବ।' ଚଷମାର ନୂଆ ମାଲିକ ହେଉଛନ୍ତି ଆମେରିକାର ଜଣେ ସଂଗ୍ରାହକ।

Advertisment

ଦକ୍ଷିଣ ପଶ୍ଚିମ ଇଂଲଣ୍ଡର ସାଉଥ୍ ଗ୍ଲସେଷ୍ଟରଶାୟରର ମାଙ୍ଗୋଟ୍ସଫିଲ୍ଡରେ ରହୁଥିବା ଜଣେ ବୃଦ୍ଧା ଚଷମାକୁ ନିଲାମ ପାଇଁ ଦେଇଥିଲେ। ସେ କହିଛନ୍ତି, ନିଲାମରୁ ମିଳିଥିବା ଅର୍ଥର ଗୋଟିଏ ଭାଗ ନିଜ ଝିଅକୁ ଦେବେ। ବିକ୍ରେତାଙ୍କ ପରିବାରରେ ଏହି ଚଷମା ଦୀର୍ଘଦିନ ହେବ ଥିଲା। ତାଙ୍କ ପିତା ତାଙ୍କୁ କହିଥିଲେ ଯେ, ୧୯୨୦ରେ ଗାନ୍ଧିଜୀ କ୍ଷିଣ ଆଫ୍ରିକା ଯାଇଥିବେ ବେଳେ ତାଙ୍କ ସମ୍ପର୍କୀୟଙ୍କୁ ଏହା ଉପହାରରେ ଦେଇଥିଲେ।

Advertisment
Advertisment