Advertisment

ଗଛ ଉପରେ ଗଢ଼ା ହେଉଛି ଆସନ୍ତାକାଲିର ଭବିଷ୍ୟତ!

ମୁମ୍ବାଇ: କରୋନା ମହାମାରୀ ଯୋଗୁ ସ୍କୁଲ୍ ବନ୍ଦ ରହିଛି ଏବଂ ଶିକ୍ଷକମାନେ ବିଦ୍ୟାର୍ଥୀଙ୍କୁ ଅନଲାଇନ୍ କ୍ଲାସ୍ ଦେଉଛନ୍ତି। କିନ୍ତୁ ଯେଉଁମାନେ ସୁଦୂର ଗାଁରେ ରହୁଛନ୍ତି, ସେମାନେ କିପରି ପାଠ ପଢ଼ୁଛନ୍ତି କରୁଛନ୍ତି, ତାହା ହୁଏତ କେହି ଭାବୁନଥିବେ। ଏପରିକି ସେଭଳି ସ୍ଥାନକୁ ମୋବାଇଲ୍ ନେଟୱର୍କ ଆସିବା କଷ୍ଟକର। ଯାହା ଫଳରେ ବିଦ୍ୟାର୍ଥୀମାନେ ନିଜ ଜୀବନକୁ ପାଣି ଛଡ଼ାଇ ବିପଦ ଶଙ୍କୁଳ ଅବସ୍ଥାରେ ଗଛ ଉପରେ ଚଢ଼ି ପାଠ ପଢ଼ୁଛନ୍ତି। ସେହିଠାରେ ହିଁ ସେମାନେ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ […]

author-image
Ranjeet Kumar Jena
ଗଛ ଉପରେ ଗଢ଼ା ହେଉଛି ଆସନ୍ତାକାଲିର ଭବିଷ୍ୟତ!

study

ମୁମ୍ବାଇ: କରୋନା ମହାମାରୀ ଯୋଗୁ ସ୍କୁଲ୍ ବନ୍ଦ ରହିଛି ଏବଂ ଶିକ୍ଷକମାନେ ବିଦ୍ୟାର୍ଥୀଙ୍କୁ ଅନଲାଇନ୍ କ୍ଲାସ୍ ଦେଉଛନ୍ତି। କିନ୍ତୁ ଯେଉଁମାନେ ସୁଦୂର ଗାଁରେ ରହୁଛନ୍ତି, ସେମାନେ କିପରି ପାଠ ପଢ଼ୁଛନ୍ତି କରୁଛନ୍ତି, ତାହା ହୁଏତ କେହି ଭାବୁନଥିବେ। ଏପରିକି ସେଭଳି ସ୍ଥାନକୁ ମୋବାଇଲ୍ ନେଟୱର୍କ ଆସିବା କଷ୍ଟକର। ଯାହା ଫଳରେ ବିଦ୍ୟାର୍ଥୀମାନେ ନିଜ ଜୀବନକୁ ପାଣି ଛଡ଼ାଇ ବିପଦ ଶଙ୍କୁଳ ଅବସ୍ଥାରେ ଗଛ ଉପରେ ଚଢ଼ି ପାଠ ପଢ଼ୁଛନ୍ତି। ସେହିଠାରେ ହିଁ ସେମାନେ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଛନ୍ତି।

Advertisment

https://twitter.com/ANI/status/1295631400272400384?s=20

ଏମିତି ଏକ ଅଭାବନୀୟ ଦୃଶ୍ୟ ମହାରାଷ୍ଟ୍ର ନାସିକରେ ଦେଖିବାକୁ ମିଳିଛି। ଏଠାକାର ଏକ ଗାଁରେ ନେଟୱର୍କ ସଠିକ୍ ନଆସିବାରୁ ଜଣେ ଶିକ୍ଷକ ପିଲାମାନଙ୍କୁ ପାହାଡ଼ କିମ୍ବା ଗଡ଼ ଉପରକୁ ନେଇ ପାଠ ପଢ଼ାନ୍ତି। ଯେଉଁଠାରେ ନେଟୱର୍କ ଆସେ, ସେହିଠାରେ ସେମାନେ ପାଠ୍ୟ ଉପକରଣ ଡାଉନଲୋଡ୍ କରି ପାଠ ପଢ଼ନ୍ତି।

ସୂଚନାଯୋଗ୍ୟ, ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ପ୍ରଥମେ ଲକଡାଉନ, ତା ପରେ ଜାରି ହେଲା ସଟଡାଉନ। ଏବେ ଅନଲକ୍ ପ୍ରକ୍ରିୟା ବି ଆରମ୍ଭ ହୋଇସାରିଲାଣି। ହେଲେ ଭାଇରସର ଭୟବହତା କମିନଥିବାରୁ ଏବେ ବି ସ୍କୁଲ, କଲେଜ ବନ୍ଦ ରହିଛି। ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ଯେମିତି ବନ୍ଦ ନ ହୁଏ ବ୍ୟବସ୍ଥା କରାଯାଇଛି, ହେଲେ ବାସ୍ତବ ଚିତ୍ର କିନ୍ତୁ କିଛି ଏମିତି ଦେଖିବାକୁ ମିଳିଛି।

Advertisment

Advertisment
Advertisment