Advertisment

ବିଜେପିକୁ ୧୪ ଦିନର ସମୟ

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଦେବେନ୍ଦ୍ର ଫଡ଼ନାଭିସ ନେତୃତ୍ୱାଧୀନ ବିଜେପି ସରକାରକୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ୧୪ ଦିନର ସମୟ ଦେଇଛନ୍ତି। ଶନିବାର ସକାଳୁ ରାଜ୍ୟପାଳ କୋଶୟାରୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଫଡ଼ନାଭିସଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ଏହି ସମୟରେ ଏନସିପର ନେତା ଅଜିତ ପାୱାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହି ଦିନ ହିଁ ରାଜ୍ୟପାଳ ବିଜେପି ନେତୃତ୍ୱାଧୀନଫଡ଼ନାଭିସ ସରକାରଙ୍କୁ ସଂଖ୍ୟା […]

author-image
Pradesh Pratyush
ବିଜେପିକୁ ୧୪ ଦିନର ସମୟ

maharastra

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଦେବେନ୍ଦ୍ର ଫଡ଼ନାଭିସ ନେତୃତ୍ୱାଧୀନ ବିଜେପି ସରକାରକୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ୧୪ ଦିନର ସମୟ ଦେଇଛନ୍ତି। ଶନିବାର ସକାଳୁ ରାଜ୍ୟପାଳ କୋଶୟାରୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଫଡ଼ନାଭିସଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ଏହି ସମୟରେ ଏନସିପର ନେତା ଅଜିତ ପାୱାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହି ଦିନ ହିଁ ରାଜ୍ୟପାଳ ବିଜେପି ନେତୃତ୍ୱାଧୀନଫଡ଼ନାଭିସ ସରକାରଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ୧୪ ଦିନର ସମୟ ଦେଇଥିବା ଏବେ ସାମ୍ନାକୁ ଆସିଛି।

Advertisment

ଅନ୍ୟପକ୍ଷରେ ରାଜଭବନ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଜାରି ବିବୃତିରେ ଆସ୍ଥା ଭୋଟ ପାଇଁ ସରକାରଙ୍କୁ ରାଜ୍ୟପାଳ କେତେଦିନ ସମୟ ଦେଇଛନ୍ତି, ସେ ବିଷୟରେ ଉଲ୍ଲେଖ ନଥିଲା। ସେହିପରି ଫଡ଼ନାଭିସ ସରକାରଙ୍କ ସପକ୍ଷରେ କେତେ ଜଣ ବିଧାୟକ ରହିଛି, ସେ ବାବାଦରେ ମଧ୍ୟ ତଥ୍ୟ ନଥିଲା।

ହେଲେ ଆଜି ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା ହିଁ ଆସ୍ଥା ଭୋଟ ପାଇଁ ମିଳିଥିବା ସମୟ ବିଷୟରେ କହିଥିଲେ। ସେ କହିଥିଲେ, ଏନ୍‌ସିପିର ଅଜିତ ପାୱାର ୫୪ ଜଣ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଥମେ ଫଡ଼ନାଭିସଙ୍କୁ ଦେଇଥିଲେ। ଏହାପରେ ବିଜେପିର ୧୦୫ ବିଧାୟକ ଓ ୧୧ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ଦିଆଯାଇଥିଲା। ଅର୍ଥାତ ବିଜେପି ନେତୃତ୍ୱାଧୀନ ସରକାରଙ୍କ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୫। ତେଣୁ ରାଜ୍ୟପାଳ ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ନିମନ୍ତ୍ରଣ କରିଥିଲେ ବୋଲି ସେ କହିଛନ୍ତି।

ଯଦି ଆସନ୍ତାକାଲି ସୁପ୍ରିମକୋର୍ଟ ରାଜ୍ୟପାଳ ଦେଇଥିବା ଧାର୍ଯ୍ୟ ସମୟ ଉପରେ କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ, ତା’ହେଲେ ଡିସେମ୍ବର ୭ ଯାଏ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ସମୟ ପାଇବେ।

Advertisment
Advertisment
Advertisment