/odishatv-khabar/media/post_attachments/uploadimage/library/16_9/16_9_0/supreme-court-verdict-new-delhi-india_5adf697c-80e3-11e8-bd7f-aad8d1b78451_1626685730.jpg)
supreme-court
ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଏନ୍ସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ସରକାର ଗଠନ କରିବାରେ ସମର୍ଥ ହେବାପରେ ଏହା ବିରୋଧରେ କଂଗ୍ରେସ, ଶିବସେନା ଏବଂ ଏନ୍ସିପି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ବିରୋଧରେ ସେମାନେ ଏକ ଆବେଦନ କରିଛନ୍ତି। ସୁପ୍ରିମ୍କୋର୍ଟ ଜରୁରୀକାଳୀନ ଭାବେ ରବିବାର ଏହି ଆବେଦନର ଶୁଣାଣି କରିବାର ଅଛି।
ଏହି ଆବେଦନରେ ଦର୍ଶାଯାଇଛି, ବିଜେପି ଗଠନ କରିଥିବା ସରକାର ସମ୍ବିଧାନ ବିରୋଧୀ। ଫଡ଼ନାଭିସ୍ଙ୍କ ପ୍ରତି ୧୪୪ ବିଧାୟକଙ୍କର ସମର୍ଥନ ରହିଥିବାର ମଧ୍ୟ କୌଣସି ପ୍ରମାଣ ନଥିବା ସେ କହିଛନ୍ତି।
ସେମାନେ ରାଜ୍ୟପାଳଙ୍କ ପଦକ୍ଷେପ ବାବଦରେ କହିଛନ୍ତି, ସେ ଫଡ଼ନାଭିସ୍ଙ୍କ ଦାବିକୁ ନୀରିକ୍ଷଣ କରି ଏବଂ ତର୍ଜମା କରି ନିଷ୍ପତ୍ତି ନେବାର ଥିଲା। ଅନ୍ୟପକ୍ଷରେ ଶପଥ ଗ୍ରହଣ ଏତେ ଭୋର ସମୟରେ କାହିଁକି ହେଲା ଏବଂ ଶନିବାର ସୂର୍ଯ୍ୟୋଦୟ ପୂର୍ବରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କେମିତି ହେଲା ତାହା ମଧ୍ୟ ପ୍ରଶ୍ନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)