Advertisment

'ମୋ ନିରବତାକୁ ଦୁର୍ବଳତା ଭାବିବା ଉଚିତ୍ ନୁହେଁ'

ମୁମ୍ବାଇ: ମହାରାଷ୍ଟ୍ରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହେଉଛି। ମୋ ନିରବତାକୁ ଦୁର୍ବଳତା ବୋଲି ଭାବିବା ଉଚିତ୍ ନୁହେଁ। ଅଭିନେତ୍ରୀ କଙ୍ଗନା ଓ ଶିବସେନା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ପ୍ରଥମ ଥର ପାଇଁ ମିଡିଆ ଆଗରେ ଏଭଳି ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଉଦ୍ଧବ କହିଛନ୍ତି ଏବେ ତାଙ୍କ ଫୋକସ୍ କରୋନା ଉପରେ ରହିଛି। ତେବେ ତାଙ୍କ ଆଗକୁ ଆସୁଥିବା ସବୁ ସବୁ ରାଜନୈତିକ ଝଡ଼କୁ ବି ସେ ସାମ୍ନା କରିବେ ବୋଲି କହିଛନ୍ତି […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
'ମୋ ନିରବତାକୁ ଦୁର୍ବଳତା ଭାବିବା ଉଚିତ୍ ନୁହେଁ'

udhav-thakrey

ମୁମ୍ବାଇ: ମହାରାଷ୍ଟ୍ରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହେଉଛି। ମୋ ନିରବତାକୁ ଦୁର୍ବଳତା ବୋଲି ଭାବିବା ଉଚିତ୍ ନୁହେଁ। ଅଭିନେତ୍ରୀ କଙ୍ଗନା ଓ ଶିବସେନା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ପ୍ରଥମ ଥର ପାଇଁ ମିଡିଆ ଆଗରେ ଏଭଳି ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

Advertisment

ଉଦ୍ଧବ କହିଛନ୍ତି ଏବେ ତାଙ୍କ ଫୋକସ୍ କରୋନା ଉପରେ ରହିଛି। ତେବେ ତାଙ୍କ ଆଗକୁ ଆସୁଥିବା ସବୁ ସବୁ ରାଜନୈତିକ ଝଡ଼କୁ ବି ସେ ସାମ୍ନା କରିବେ ବୋଲି କହିଛନ୍ତି ଉଦ୍ଧବ। ମହାରାଷ୍ଟ୍ରକୁ ବଦନାମ୍ କରିବାକୁ ଯେଉଁ ଉଦ୍ୟମ ହେଉଛି ତା ଉପରେ ଏବେ ନୁହେଁ, ଠିକଣା ସମୟରେ ମୁହଁ ଖୋଲିବି ବୋଲି ଉଦ୍ଧବ ଠାକରେ କହିଛନ୍ତି।

ସେପଟେ ଶିବସେନା ନେତୃତ୍ୱାଧିନ ରାଜ୍ୟ ସରକାରଙ୍କ ସହ ବିବାଦ ଘନଉଥିବା ବେଳେ ଆଜି ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ। ଅନ୍ୟପକ୍ଷରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ସମର୍ଥନ କରିବାକୁ ନେଇ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ଶିବସେନା ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ। ମୁମ୍ବାଇକୁ ପାକ୍ ଅଧିକୃତ କାଶ୍ମୀର କହୁଥିବା ଲୋକଙ୍କୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ସମର୍ଥନ ଦେଉଥିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ଶିବସେନାର ମୁଖପାତ୍ର।

Advertisment

ସାମନାର ସଂପାଦକୀୟ ପୃଷ୍ଠାରେ ରୋକଠୋକ୍ ସ୍ତମ୍ଭରେ ଏନେଇ ଲେଖିଛନ୍ତି ଯେ କେବଳ ବିହାର ନିର୍ବାଚନକୁ ଆଖି ଆଗରେ ରଖି ମହାରାଷ୍ଟ୍ରକୁ ବଦନାମ କରିବା ଲାଗି ଏଭଳି କରାଯାଉଛି। ଯିଏ ମୁମ୍ବାଇକୁ ପିଓକେ ଓ ବିଏମସିକୁ ବାବର କହୁଛି, ମୁଖ୍ୟ ବିରୋଧୀ ଦଳ ତାକୁ ସମର୍ଥନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଂଜୟ ଲେଖିଛନ୍ତି।

Advertisment
Advertisment