/odishatv-khabar/media/post_attachments/uploadimage/library/16_9/16_9_0/fernadis_1626685713.jpg)
fernadis
ମୁମ୍ୱାଇ: ରାତି ଅଧରେ ରାଜନୀତିକ ସମୀକରଣ ବଦଳାଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡ଼ନାଭିସ। ଅପରାହ୍ନରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଫଡନାଭିସ ପହଞ୍ଚିବା ପରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଏହି ଅବସରରେ ଫଡନାଭିସ କହିଛନ୍ତି, ମୋଦି ଅଛନ୍ତି ତ, ସବୁ ସମ୍ଭବ (ମୋଦି ହେ ତ ମୁମକିନ୍ ହେ)। ଏଥିସହ ତାଙ୍କ ସରକାର ଆଗାମୀ ପାଞ୍ଚ ବର୍ଷ ପାଇଁ ସ୍ଥିର ସରକାର ଦେବ ବୋଲି ସେ କହିଛନ୍ତି।
Meeting & interacting with leaders & karyakartas at BJP Maharashtra headquarters in Mumbai. (deferred live) https://t.co/3oKPQuUwXA
— Devendra Fadnavis (@Dev_Fadnavis) November 23, 2019
ସୂଚନାଯୋଗ୍ୟ, ଏନସିପି ନେତା ଅଜିତ ପାଓ୍ୱାର ଆଜି ବିଜେପିକୁ ସମର୍ଥନ କରିଥିଲେ। ଏହାପରେ ଆଜି ସକାଳେ ୭.୫୦ରେ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେହିପରି ଅଜିତ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ୩୦ ତାରିଖ ସୁଦ୍ଧା ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ଭଗତ ସିଂହ କୋଶିଆରି ସମୟ ଦେଇଥିବା ଚର୍ଚ୍ଚା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)