Advertisment

ମହାନଦୀ ଜଳ ବିବାଦ ମାମଲା: ଓଡ଼ିଶାର ଆବେଦନ ଉପରେ ଆଜି ଟ୍ରିବ୍ୟୁନାଲ୍‌ରେ ଶୁଣାଣି

ନୂଆଦିଲ୍ଲୀ: ଆଜି ହେବ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି। ଓଡ଼ିଶା ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ଆବେଦନର ଟ୍ରିବ୍ୟୁନାଲରେ ଏହି ଶୁଣାଣି ହେବ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋଷ ସମାଧାନ ପାଇଁ ପୂର୍ବ ଶୁଣାଣିରେ ପରାମର୍ଶ ଦେଇଥିଲେ ଟ୍ରିବ୍ୟୁନାଲ୍‌। ଏହି ଶୁଣାଣିରେ ଉଭୟ ପକ୍ଷର ଆଡ୍‌ଭୋକେଟ ଜେନେରାଲ ସ୍ତରୀୟ ବୈଠକ ମାଧ୍ୟମରେ ସମାଧାନ କରିବାକୁ କହିଥିଲେ ଟ୍ରିବ୍ୟୁନାଲ୍‌। ଆପୋଷ ଆଲୋଚନା ସମ୍ପର୍କିତ ବୈଠକରେ କ’ଣ ସମାଧାନ ରାସ୍ତା ବାହାରିଛି ସେ ନେଇ […]

author-image
Sangita Sahu
ମହାନଦୀ ଜଳ ବିବାଦ ମାମଲା: ଓଡ଼ିଶାର ଆବେଦନ ଉପରେ ଆଜି ଟ୍ରିବ୍ୟୁନାଲ୍‌ରେ ଶୁଣାଣି

mahanadi

ନୂଆଦିଲ୍ଲୀ: ଆଜି ହେବ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି। ଓଡ଼ିଶା ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ଆବେଦନର ଟ୍ରିବ୍ୟୁନାଲରେ ଏହି ଶୁଣାଣି ହେବ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋଷ ସମାଧାନ ପାଇଁ ପୂର୍ବ ଶୁଣାଣିରେ ପରାମର୍ଶ ଦେଇଥିଲେ ଟ୍ରିବ୍ୟୁନାଲ୍‌।

Advertisment

ଏହି ଶୁଣାଣିରେ ଉଭୟ ପକ୍ଷର ଆଡ୍‌ଭୋକେଟ ଜେନେରାଲ ସ୍ତରୀୟ ବୈଠକ ମାଧ୍ୟମରେ ସମାଧାନ କରିବାକୁ କହିଥିଲେ ଟ୍ରିବ୍ୟୁନାଲ୍‌। ଆପୋଷ ଆଲୋଚନା ସମ୍ପର୍କିତ ବୈଠକରେ କ’ଣ ସମାଧାନ ରାସ୍ତା ବାହାରିଛି ସେ ନେଇ ଟ୍ରିବ୍ୟୁନାଲକୁ ଅବଗତ କରାଇବେ।

ସୂଚନା ଅନୁସାରେ ପ୍ରଥମ ଓ ଦ୍ୱିତୀୟ ବୈଠକରେ ଆଲୋଚନା ବିଫଳ ହୋଇଥିବା ଜଣାପଡ଼ିଛି। ଏହି ବୈଠକରେ ଅଣମୈସୁମୀ ସମୟରେ ଓଡ଼ିଶାକୁ କେତେ ପରିମାଣରେ ଜଳ ଛଡ଼ାଯିବ ସେ ସମ୍ପର୍କରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଆଲୋଚନାର ମୁଖ୍ୟ ବିଷୟ ଥିଲା।

Advertisment
Advertisment
Advertisment