Advertisment

‘ଜୀବନ ପର୍ଯ୍ୟନ୍ତ କର୍ତ୍ତବ୍ୟର ବାର୍ତ୍ତା ବାଣ୍ଟୁଛନ୍ତି ଆମ ଯବାନ’

ନୂଆଦିଲ୍ଲୀ: ‘ଦେଶର ସୁରକ୍ଷା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ, ସବୁବେଳେ ଆମ ବିଏସ୍‌ଏଫ୍ ଯବାନଙ୍କ ଦୁଃସାହସିକ କାର୍ଯ୍ୟ ଆମକୁ  ଅନୁପ୍ରାଣିତ କରୁଛି । ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ଆମେ ଓ ଆମ ଦେଶ ସୁରକ୍ଷିତ।  ‘ଜୀବନ ପର୍ଯ୍ୟନ୍ତ କର୍ତ୍ତବ୍ୟ’  ଏପରି ନିଗୁଢ ବାର୍ତ୍ତାକ ବଣ୍ଟନ କରୁଛି ବିଏସଏଫ । ସେମାନଙ୍କୁ ଆମର କୋଟି କୋଟି ପ୍ରଣାମ।‘ -ବିଏସ୍‌ଏଫର ପ୍ରତିଷ୍ଠା ଦିବସ ଅବସରରେ ଯବାନଙ୍କ ଉଦ୍ଦେଶ୍ୟରେ ଏମିତି ଭାବପ୍ରବଣ ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ସୀମାରେ […]

ଅଦ୍ୟତନ ହୋଇଛି
‘ଜୀବନ ପର୍ଯ୍ୟନ୍ତ କର୍ତ୍ତବ୍ୟର ବାର୍ତ୍ତା ବାଣ୍ଟୁଛନ୍ତି ଆମ ଯବାନ’

bsf

Advertisment

ନୂଆଦିଲ୍ଲୀ: ‘ଦେଶର ସୁରକ୍ଷା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ, ସବୁବେଳେ ଆମ ବିଏସ୍‌ଏଫ୍ ଯବାନଙ୍କ ଦୁଃସାହସିକ କାର୍ଯ୍ୟ ଆମକୁ  ଅନୁପ୍ରାଣିତ କରୁଛି । ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ଆମେ ଓ ଆମ ଦେଶ ସୁରକ୍ଷିତ।  ‘ଜୀବନ ପର୍ଯ୍ୟନ୍ତ କର୍ତ୍ତବ୍ୟ’  ଏପରି ନିଗୁଢ ବାର୍ତ୍ତାକ ବଣ୍ଟନ କରୁଛି ବିଏସଏଫ । ସେମାନଙ୍କୁ ଆମର କୋଟି କୋଟି ପ୍ରଣାମ।‘ -ବିଏସ୍‌ଏଫର ପ୍ରତିଷ୍ଠା ଦିବସ ଅବସରରେ ଯବାନଙ୍କ ଉଦ୍ଦେଶ୍ୟରେ ଏମିତି ଭାବପ୍ରବଣ ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

Advertisment

ସୀମାରେ ଦିବାରାତ୍ର ପହରା ଦେଉଥିବା ବିଏସ୍ଏଫର ଆଜି ୫୬ ତମ ସ୍ଥାପନା ଦିବସ। ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ ଆମ ଭାରତକୁ ସୁର‍କ୍ଷା ଦେଉଥିବା ବିଏସ୍ଏଫ୍ ଯବାନମାନେ ଆମର ଚୀର ନମସ୍ୟ। ୧୯୬୫ ଭାରତ-ପାକିସ୍ତାନ  ଯୁଦ୍ଧ ବେଳେ ଏହାର ପ୍ରତିଷ୍ଠା ହୋଇଥିଲା।

ବିଶେଷ କରି ଜାମ୍ମୁ ଓ ହିମାଚଳ ପ୍ରଦେଶ ସୀମାରେ ବ୍ୟାପକ ବିଏସ୍ଏଫ୍ ଯବାନ ମୁତୟନ ହୋଇ ସୁରକ୍ଷା ଯୋଗାଇ ଦେଇଥିଲେ।ଦେଶର ସାର୍ବଭୌମତ୍ୱ ର‍କ୍ଷା ଦିଗରେ ପଣ କରିଥିଲେ।  ଆଉ ଏବେ ମଧ୍ୟ ସୀମାରେ ବିଏସଏଫ୍ ଯବାନ ଆମ ଦେଶକୁ ସୁର‍କ୍ଷା ଦେଇ ଚାଲିଛନ୍ତି। ମୋଟ ୫ଟି ସେଣ୍ଟ୍ରାଲ୍ ଆର୍ମଡ‌ ପୋଲିସ ଫୋର୍ସ ମଧ୍ୟରୁ ବିଏସ୍ଏଫ୍ ଅନ୍ୟତମ।

Advertisment

ଏପରିକି ବିଶ୍ୱରେ ଏହାକୁ ବଡ଼ ସୀମାନ୍ତ ସୁରକ୍ଷା ବଳର ମାନ୍ୟତା ମିଳିଛି।  ବିଏସ୍ଏଫ୍ ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।  

ୱିକିପିଡିଆ ତଥ୍ୟ ଅନୁସାରେ ବିଏସ୍ଏଫ୍ ହେଉଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅଧୀନ ଏକ ସ୍ୱତନ୍ତ୍ର ବିଭାଗ। ଏଥିରେ ଏବେ ୧୮୬ଟି ବାଟାଲିଅନ ବିଶିଷ୍ଟ ୨ ଲକ୍ଷ ୫୭ ହଜାର ୩୬୩ ସକ୍ରିୟ ସଦସ୍ୟ କାର୍ଯ୍ୟ କରୁଛନ୍ତି। ଏହି ବିଭାଗ ସଂପ୍ରସାରିତ ହୋଇ ଏୟାର ୱିଙ୍ଗ, ମେରାଇନ୍ ୱିଙ୍ଗ୍, ଆର୍ଟିଲେରୀ ରେଜିମେଣ୍ଟ ଓ କମାଣ୍ଡୋ ୟୁନିଟସ ନାମରେ ନାମିତ ହୋଇଛ॥ ବିଏସ୍ଏଫରେ ଆଇପିଏସ୍ ଅଫିସର ମାନେ ସର୍ବୋଚ୍ଚ ସ୍ଥାନରେ ନିଯୁକ୍ତି ପାଆନ୍ତି। ଏହାର ମୁଖ୍ୟଙ୍କୁ ଡାଇରେକ୍ଟର ଜେନେରାଲ୍ ଆଖ୍ୟା ଦିଆଯାଏ।ଏବେ ବିଏସ୍ଏଫ ଡିଜି ଅଛନ୍ତି ରାକେଶ ଆସ୍ଥାନା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ