Advertisment

ପୋଲିସ ବାବୁଙ୍କୁ ମହଙ୍ଗା ପଡିଲା ସିଘଂମ ଷ୍ଟାଇଲ୍‌

ନୂଆଦଲ୍ଲୀ: ପୋଲିସ ବାବୁଙ୍କ ସିଙ୍ଘମ ଅବତାରର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।  ଲକ୍‌ଡାଉନ ସମୟରେ ପୋଲିସ ବାବୁଙ୍କ ଏହି ହିରୋଗିରି କିନ୍ତୁ ତାଙ୍କ ଉପରେ ଭାରି ପଡ଼ିଛି।  ଏଭଳି ଭିଡିଓକୁ ନେଇ ଏବେ ବିବାଦ ଘେରକୁ ଆସିଛନ୍ତି। ମଧ୍ୟପ୍ରଦେଶ ଦମାହ ଜିଲ୍ଲା ନରସିଂହଗଡ଼ ପୋଲିସ ଷ୍ଟେସନର ସବ୍ଇନସ୍ପେର ମନୋଜ ଯାଦବ। ମନୋଜଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଦମାହ ଏସ୍ପି ହେମନ୍ତ ଚୌହାନ। ଏନେଇ ଜଣେ […]

author-image
Mahasweta Baral
ପୋଲିସ ବାବୁଙ୍କୁ ମହଙ୍ଗା ପଡିଲା ସିଘଂମ ଷ୍ଟାଇଲ୍‌

POLICE

ନୂଆଦଲ୍ଲୀ: ପୋଲିସ ବାବୁଙ୍କ ସିଙ୍ଘମ ଅବତାରର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।  ଲକ୍‌ଡାଉନ ସମୟରେ ପୋଲିସ ବାବୁଙ୍କ ଏହି ହିରୋଗିରି କିନ୍ତୁ ତାଙ୍କ ଉପରେ ଭାରି ପଡ଼ିଛି।  ଏଭଳି ଭିଡିଓକୁ ନେଇ ଏବେ ବିବାଦ ଘେରକୁ ଆସିଛନ୍ତି। ମଧ୍ୟପ୍ରଦେଶ ଦମାହ ଜିଲ୍ଲା ନରସିଂହଗଡ଼ ପୋଲିସ ଷ୍ଟେସନର ସବ୍ଇନସ୍ପେର ମନୋଜ ଯାଦବ। ମନୋଜଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଦମାହ ଏସ୍ପି ହେମନ୍ତ ଚୌହାନ।

Advertisment

ଏନେଇ ଜଣେ ସିଏସ୍ପିଙ୍କୁ ଯାଞ୍ଚ ପାଇଁ ଦାୟିତ୍ୱ ଦିଆଯାଇଛି।  ଯାଞ୍ଚ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି  ।

ସେପଟେ ଘଟଣା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ସଂପୃକ୍ତ ପୋଲିସ ସବ୍ ଇନସ୍ପେର ମନୋଜ ଯାଦବ।  ଏହି ଭିଡିଓ ଲକ୍‌ଡାଉନ ସମୟର ନୁହେଁ ବରଂ କଟକଣା ଲାଗୁ ହେବାର ତିନି ମାସ ପୂର୍ବର ବୋଲି କହିଛନ୍ତି ମନୋଜ।

Advertisment

ପୋଲିସ ଟ୍ରେନିଂ ପାଇଁ ଇନ୍ଦୋରରେ ଥିବା ବେଳେ ସେ ଏହି ଭିଡିଓ ସୁଟ୍ କରିଥିଲେ ବୋଲି କହିଛନ୍ତି । ତେବେ ନିଜେ ଏହି ଭିଡିଓଟିକୁ ସେ କେଉଁଠି ପୋଷ୍ଟ କରିନାହାନ୍ତି, କେମିତି ଭାଇରାଲ ହେଲା ସେ ସମ୍ପର୍କରେ ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି।

Advertisment
Advertisment