/odishatv-khabar/media/post_attachments/uploadimage/library/16_9/16_9_0/modi_1626695999.jpg)
modi
ନୂଆଦିଲ୍ଲୀ: ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସିଲଭର ଜୁବିଲି କାର୍ଯ୍ୟକ୍ରମକୁ ଆଜି ପିଏମ୍ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ୱୋଧିତ କରିଛନ୍ତି। ସମ୍ୱୋଧନ କରିବା ସମୟରେ ମୋଦି କହିଛନ୍ତି, ଦେଶର ସ୍ୱାସ୍ଥ୍ୟସେବା ଦ୍ରୁତ ଗତିରେ ବଦଳୁଛି। କରୋନା ଭାଇରସ ବିରୋଧରେ ଭାରତ ଯେଉଁଭଳି ଭାବରେ ଲଢ଼ୁଛି, ତାହାକୁ ସମଗ୍ର ବିଶ୍ୱ ଦେଖୁଛି। ସେ କହିଛନ୍ତି, ଭାଇରସ୍ ଅଦୃଶ ହୋଇପାରେ କିନ୍ତୁ ଆମର କରୋନା ଯୋଦ୍ଧାମାନେ ଅପରାଜେୟ । କରୋନା ଯୁଦ୍ଧରେ ଆମ ଡାକ୍ତର ଓ ମେଡକାଲ କର୍ମଚାରୀ ଜଣେ ଜଣେ ୟୁନିଫର୍ମ ନ ପିନ୍ଧି ଲଢୁଥିବା ସୈନିକ।
ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ବିରୋଧରେ ଯୁଦ୍ଧ କରୁଥିବା ଆଗଧାଡିର ଯୋଦ୍ଧାମାନଙ୍କ ସହ ଖରାପ ବ୍ୟବହାରକୁ ବରଦାସ୍ତ କରାଯାଇପାରିବ ନାହିଁ। ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏପରି ସଙ୍କଟ ସମୟରେ ଆମକୁ ବିକାଶ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପଡିବ। ଏହି ସମୟରେ ସେ ଆୟୁଷ୍ମାନ ଯୋଜନା ବିଷୟରେ ମଧ୍ୟ କିଛି କହିଥିଲେ। ସେ କହିଥିଲେ, ଏହି ଯୋଜନା ହେଉଛି ବିଶ୍ୱର ସବୁଠାରୁ ବଡ ସ୍ୱାସ୍ଥ୍ୟ ଯୋଜନା। ଏହି ଯୋଜନାର ଫାଇଦା ୧କୋଟି ଲୋକ ପାଇଛନ୍ତି। ମହିଳା ଓ ଗ୍ରାମାଞ୍ଚଳର ଲୋକମାନେ ସବୁଠାରୁ ବେଶି ଫାଇଦା ପାଇଛନ୍ତି।
ସ୍ୱାସ୍ଥ୍ୟ ବିକାଶ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଆହୁରି ୨୨ ଟି ଏମ୍ସ (AIIMS) ମେଡିକାଲ ଖୋଲାଯାଇଛି । ସେହିପରି ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ୩୦ ହଜାର ଏମ୍ବିବିଏସ୍(MBBS) ସିଟ୍ ବୃଦ୍ଧି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)