/odishatv-khabar/media/post_attachments/uploadimage/library/16_9/16_9_0/love_1620960424.jpg)
love
ଅଦୃଶ୍ୟ ଶତ୍ରୁର ଚକ୍ରବ୍ୟୁହରେ ଛଟପଟ ହୋଇ ଚାଲିଗଲା ଜୀବନ । ମୃତ୍ୟୁକୁ ହରାଇ ସମାଜକୁ ନୂଆ ସନ୍ଦେଶ ଦେବାକୁ ଚାହୁଁଥିବା ମଣିଷ ଆଜି ହସ୍ପିଟାଲ ବେଡରେ ଶେଷ ନିଶ୍ୱାସ ତ୍ୟାଗ କରିଛି । ଜୀବନ ମାତ୍ର ଥରେ ମିଳେ, ଏଥିପାଇଁ ଲୋକେ କହନ୍ତି ହସଖୁସିରେ ଜୀବନ କାଟିଦେବା ଭଲ । କିନ୍ତୁ ଖୁବ କମ୍ ଲୋକ ଜୀବନର ପ୍ରକୃତ ମୂଲ୍ୟ ବୁଝନ୍ତି । କିଛି ଦିନ ତଳେ ସୋସିଆଲ ମିଡ଼ିଆରେ ଲଭ ୟୁ ଜିନ୍ଦେଗି ଗୀତ ଶୁଣୁଥିବା ୩୦ ବର୍ଷୀୟ ଯୁବତୀଙ୍କ ଭିଡିଓ ଖୁବ ଭାଇରାଲ ହେଉଥିଲା । କରୋନାର ଭୟାବହତା ମଧ୍ୟରେ ଲୋକଙ୍କ ମନରେ ସେ ଆଶା ଆଉ ବିଶ୍ୱାସର ନୂଆ କିରଣ ସୃଷ୍ଟି କରିଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ ସମାଜକୁ ସକରାତ୍ମକ ବାର୍ତ୍ତା ଦେଉଥିବା ଯୁବତୀ ଜଣକ ଆଉ ନାହାନ୍ତି । କରୋନା ସହ ଅନବରତ ସଂଘର୍ଷ ପରେ ସେ ହାରିଯାଇଛନ୍ତି । ମହାମାରୀ ତାଙ୍କ ଜୀବନ ନେଇଯାଇଛି ।
ପତ୍ରଝଡ଼ା ଦିଏ ଜୀବନ । ସବୁ ଆଶା, ଅଭିଳାଷକୁ ଧୋକା ଦେଇ ଅଧାବାଟରେ ହାତ ଛାଡ଼ିଦିଏ । ଠିକ୍ ସେହିପରି ବିଷ୍ଣର୍ଣତାର ମାହୋଲ ଭିତରେ ଉତ୍ସାହ ସୃଷ୍ଟି କରୁଥିବା ୩୦ ବର୍ଷୀୟ କରୋନା ସଂକ୍ରମିତ ସାହସୀ ଯୁବତୀଙ୍କ ନିଶ୍ୱାସ ଆଜି ହାରିଯାଇଛି । ମୁହଁରେ ଅକ୍ସିଜେନ୍ ମାସ୍କ, ଆଉ ସ୍ପିକରରେ ଲଭ ୟୁ ଜିନ୍ଦେଗୀର ଗୀତ ଶୁଣୁଥିବା ମଣିଷ ଆଜି ସବୁଦିନ ପାଇଁ ନୀରବି ଯାଇଛି । ହେଲେ ନିରାଶଭରା ମାହୋଲରେ ଉତ୍ସାହ ଓ ସାହସର କାହାଣୀ ଲେଖିଥିବା ଯୁବତୀଙ୍କୁ ସମସ୍ତେ ମନେ ରଖିବେ ନିଶ୍ଚୟ ।
She is just 30yrs old & She didn’t get icu bed we managing her in the Covid emergency since last 10days.She is on NIVsupport,received remedesvir,plasmatherapy etc.She is a strong girl with strong will power asked me to play some music & I allowed her.
Lesson:”Never lose the Hope” pic.twitter.com/A3rMU7BjnG— Dr.Monika Langeh🇮🇳 (@drmonika_langeh) May 8, 2021
ଡକ୍ଟର ମୋନିକା ଲାଙ୍ଗେ ମେ ୮ରେ ଏକ ଭିଡିଓ ଟ୍ୱିଟ କରିଥିଲେ । ମହାମାରୀର କରାଳ ରୂପ ମଧ୍ୟରେ ଜୀବନକୁ ଭଲ ପାଉଥିବା ଜଣେ ଯୁବତୀଙ୍କ ଦୃଢ଼ ଇଚ୍ଛା ଶକ୍ତି ସମ୍ପର୍କରେ ଲୋକଙ୍କୁ ଜଣାଇଥିଲେ । ନିଶ୍ୱାସ ନେଇ ପାରୁନଥିବା ଯୁବତୀ ଜଣକ କିପରି ହସ୍ପିଟାଲ ବେଡରେ ଗୀତ ଶୁଣିବା ପାଇଁ ଡାକ୍ତରଙ୍କ ଅନୁରୋଧ କରିଥିଲେ, ଆଉ ଡାକ୍ତର ତାଙ୍କ ଅନୁରୋଧ ରକ୍ଷା କରି ଗୀତ ଶୁଣିବାକୁ ଅନୁମତି ଦେଇଥିଲେ ତାହା ବର୍ଣ୍ଣନା କରିଥିଲେ । ମୋନିକା ଟ୍ୱିଟରେ ଲେଖିଥିଲେ , ଯୁବତୀଙ୍କ ବୟସ ମାତ୍ର ମାତ୍ର ୩୦ ବର୍ଷ । କରୋନାରେ ସଂକ୍ରମିତ ହୋଇଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ରହିଛି । ଆଇସିୟୁ ଉପଲବ୍ଧ ନଥିବାରୁ ତାଙ୍କୁ କୋଭିଡ ଏକରଜେନ୍ସି ୱାର୍ଡରେ ଚିକିତ୍ସା କରାଯାଉଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଏନଆଇଭି ସପୋର୍ଟରେ ରଖାଯାଇଛି । ଜୀବନକୁ ଏକ ନୂଆ ରୂପ ଦେବାକୁ ଚେଷ୍ଟା କରୁଥିବା ଯୁବତୀ ଜଣକ ଆଜି ଶେଷରେ ହାରି ଯାଇଛନ୍ତି । ଦୀର୍ଘ ଦିନ ଚିକିତ୍ସିତ ହେବା ପରେ କରୋନରେ ତାଙ୍କର ଜୀବନ ଚାଲିଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)