Advertisment

୫ ସାଂସଦ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ତେବେ ଏହା ପୂର୍ବରୁ ରବିବାର ପାଞ୍ଚଜଣ ଲୋକସଭା ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂସଦ ଆରମ୍ଭ ହେବା ପୂର୍ବରୁ ସମସ୍ତ ସାଂସଦଙ୍କର କରୋନା ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୫ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ତେବେ ଆଉ କିଛି ସାଂସଦଙ୍କ ରିପୋର୍ଟ ଆସିବା ବାକି ରହିଛି। କରୋନା ଭାଇରସର ପ୍ରଭାବ ଚଳିତବର୍ଷର ମୌସୁମୀ ଅଧିବେଶନ ଉପରେ ପଡ଼ିଛି। ସେପ୍ଟେମ୍ବର ୧୪ ଅର୍ଥାତ୍ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ମୌସୁମୀ […]

author-image
Ranjeet Kumar Jena
୫ ସାଂସଦ କରୋନାରେ ଆକ୍ରାନ୍ତ

parilament

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ତେବେ ଏହା ପୂର୍ବରୁ ରବିବାର ପାଞ୍ଚଜଣ ଲୋକସଭା ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂସଦ ଆରମ୍ଭ ହେବା ପୂର୍ବରୁ ସମସ୍ତ ସାଂସଦଙ୍କର କରୋନା ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୫ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ତେବେ ଆଉ କିଛି ସାଂସଦଙ୍କ ରିପୋର୍ଟ ଆସିବା ବାକି ରହିଛି।

Advertisment

କରୋନା ଭାଇରସର ପ୍ରଭାବ ଚଳିତବର୍ଷର ମୌସୁମୀ ଅଧିବେଶନ ଉପରେ ପଡ଼ିଛି। ସେପ୍ଟେମ୍ବର ୧୪ ଅର୍ଥାତ୍ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁଥିବା ମୌସୁମୀ ଅଧିବେଶନରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସବୁ ଗାଇଡଲାଇନକୁ କଡ଼ା ଭାବେ ପାଳନ କରାଯିବ। ଏଥର କରୋନା କାରଣରୁ ସଂସଦର ଅଧିବେଶନରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। କୋଭିଡ୍-୧୯ ମହାମାରୀକୁ ଆଖି ଆଗରେ ରଖି କାଗଜ କାମ କମ୍ କରିବାକୁ ପ୍ରୟାସ କରାଯିବ। ଏଥର ସଂସଦ ଭବନରେ ସମ୍ପୂର୍ଣ୍ଣ ଭାବେ ଡିଜିଟାଲ୍‌ ପତ୍ର ବିନିମୟ ହେବ। ସଂସଦ ତା'ର ଉପସ୍ଥିତି ଡିଜିଟାଲ୍ ମାଧ୍ୟମରେ କରିବ।

ସଂସଦରେ ପ୍ରବେଶ କରିବାକୁଥିବା ସମସ୍ତ ସଦସ୍ୟଙ୍କର ଶରୀରର ତାପମାତ୍ରାକୁ ପରୀକ୍ଷା କରିବା ପାଇଁ ଥର୍ମାଲ୍ ଗନ୍ ଏବଂ ଥର୍ମାଲ୍ ସ୍କ୍ରିନର ଉପଯୋଗ କରାଯିବ। ସଂସଦ ଭିତରେ ୪୦ଟି ସ୍ଥାନରେ ଟଚଲେସ୍ ସାନିଟାଇଜର୍ ଲଗାଯିବ ଏବଂ ଆପାତ୍ତକାଳୀନ ମେଡିକାଲ୍ ଟିମ୍ ଏବଂ ଷ୍ଟାଣ୍ଡବାଇରେ ଆମ୍ବୁଲାନ୍ସର ସୁବିଧା ମଧ୍ୟ ରହିବ। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲଗାତର ସାନିଟାଇଜେସନ୍ ଜାରି ରହିବ।

Advertisment

ଚଳିତ ବର୍ଷ ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଲୋକସଭା ପ୍ରତିଦିନ ୪ ଘଣ୍ଟା ଧରି ବସିବ। ଲୋକସଭାରେ ଏଥର ଲିଖିତ ପ୍ରଶ୍ନକାଳ ପଚରାଯିବ ଏବଂ ଏହାର ଉତ୍ତର ମଧ୍ୟ ମିଳିବ। ପ୍ରଥମ ଦିନ ଅର୍ଥାତ୍ ସୋମବାରର କାର୍ଯ୍ୟକ୍ରମ ସକାଳ ୯ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଚାଲିବ। ତେବେ ୧୫ ତାରିଖରୁ ଅକ୍ଟୋବର ପର୍ଯ୍ୟନ୍ତ ସଂସଦର ଅନ୍ୟ କାର୍ଯ୍ୟକ୍ରମ ଅପରାହ୍ଣ ୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ଶନିବାର ଓ ରବିବାର କୌଣସି ଛୁଟି ରହିବ ନାହିଁ।

Advertisment
Advertisment