Advertisment

ଇ-ସିଗାରେଟ ନିରୋଧ ବିଲ୍ ପାରିତ

ନୂଆଦିଲ୍ଲୀ: ବୁଧବାର ଇ-ସିଗାରେଟ୍‌ର ଉତ୍ପାଦନ, ଆମଦାନୀ ଏବଂ ବଣ୍ଟନରେ ବ୍ୟାନ୍‌ ଲଗାଇବାକୁ ଏକ ବିଲ୍‌ ପାରିତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଶ ବର୍ଦ୍ଧନ କହିଛନ୍ତି, ନୂଆ ଫ୍ୟାଶନ୍‌ ନାମରେ କିଛି କମ୍ପାନୀ ଯୁବବର୍ଗଙ୍କୁ ବିମୁଖ କରିବାରୁ ଏହା ରୋକ ଲଗାଇବ। ଏହି ଇ-ସିଗାରେଟ୍‌ (ଉତ୍ପାଦନ, ପ୍ରସ୍ତୁତି, ଆମଦାନୀ, ରପ୍ତାନୀ, ପରିବହନ, ବିକ୍ରି, ବଣ୍ଟନ, ମହଜୁଦ ଏବଂ ବିଜ୍ଞାପନ) ବିଲ୍‌ ୨୦୧୯ ସେପ୍ଟେମ୍ବର ୧୮ରେ ଆସିଥିବା ବିଧେୟକର ସ୍ଥାନ ନେବ। ଏହା ବିରୋଧରେ ବିରୋଧୀ ସଦସ୍ୟମାନେ ଆଣିଥିବା ଷ୍ଟାଚ୍ୟୁଟୋରୀ […]

author-image
Pradesh Pratyush
ଇ-ସିଗାରେଟ ନିରୋଧ ବିଲ୍ ପାରିତ

inhaling from an electronic cigarette.

ନୂଆଦିଲ୍ଲୀ: ବୁଧବାର ଇ-ସିଗାରେଟ୍‌ର ଉତ୍ପାଦନ, ଆମଦାନୀ ଏବଂ ବଣ୍ଟନରେ ବ୍ୟାନ୍‌ ଲଗାଇବାକୁ ଏକ ବିଲ୍‌ ପାରିତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଶ ବର୍ଦ୍ଧନ କହିଛନ୍ତି, ନୂଆ ଫ୍ୟାଶନ୍‌ ନାମରେ କିଛି କମ୍ପାନୀ ଯୁବବର୍ଗଙ୍କୁ ବିମୁଖ କରିବାରୁ ଏହା ରୋକ ଲଗାଇବ।

Advertisment

ଏହି ଇ-ସିଗାରେଟ୍‌ (ଉତ୍ପାଦନ, ପ୍ରସ୍ତୁତି, ଆମଦାନୀ, ରପ୍ତାନୀ, ପରିବହନ, ବିକ୍ରି, ବଣ୍ଟନ, ମହଜୁଦ ଏବଂ ବିଜ୍ଞାପନ) ବିଲ୍‌ ୨୦୧୯ ସେପ୍ଟେମ୍ବର ୧୮ରେ ଆସିଥିବା ବିଧେୟକର ସ୍ଥାନ ନେବ। ଏହା ବିରୋଧରେ ବିରୋଧୀ ସଦସ୍ୟମାନେ ଆଣିଥିବା ଷ୍ଟାଚ୍ୟୁଟୋରୀ ସଂକଳ୍ପ ମୌଖିକ ଭୋଟ୍‌ରେ କାଟ୍‌ ଖାଇଥିଲା। ଗୃହ ଆହୁରି ମଧ୍ୟ ବିରୋଧୀ ସଦସ୍ୟମାନେ ଆଣିଥିବା ବିଭିନ୍ନ ଆମେଣ୍ଡମେଣ୍ଟକୁ ଖଣ୍ଡନ କରିଥିଲା।

ମନ୍ତ୍ରୀ ହର୍ଶ ବର୍ଦ୍ଧନ କହିଥିଲେ, ନୂଆ ନିଶାକୁ ଯଥାର୍ଥତା ପ୍ରଦାନ କରିହେବ ନାହିଁ। ସେ ଉଦାହରଣ ଛଳରେ କହିଥିଲେ, ଜଣେ ଦଶମ ମହାଲାରୁ ପଡ଼ୁ ବା ଷଷ୍ଠ ମହଲାରୁ ପଡ଼ୁ, ସେ ଆହତ ହେବା ଥୟ। ସେ କହିଥିଲେ, ଇ-ସିଗାରେଟ୍‌କୁ ପ୍ରୋତ୍ସାହନ ଦେବା ପାଇଁ ଏହାକୁ ଫ୍ୟାଶନେବଲ୍‌ ବ୍ରାଣ୍ଡିଂ କରାଯାଇଥିଲା। ଏହା ନିଶା ହୋଇଥିବାରୁ ଏବଂ ଯୁବବର୍ଗକୁ ଟାର୍ଗେଟ୍‌ ବୋଲି ସେ କହିଛନ୍ତି।

Advertisment
Advertisment
Advertisment