Advertisment

ଷଷ୍ଠ ପର୍ଯ୍ୟାୟ ମତଦାନରେ ଦିଲ୍ଲୀ ଉପରେ ସାରା ଦେଶର ନଜର

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ମତଦାନରେ ଦିଲ୍ଲୀ ଉପରେ ସାରା ଦେଶର ନଜର ରହିଛି। ଦିଲ୍ଲୀର ସମସ୍ତ ୭ଟି ଯାକ ଲୋକସଭା ଆସନରେ ଆଜି ଭୋଟ୍‌ ହେଉଛି। ୨୦୧୪ ନିର୍ବାଚନରେ ସମସ୍ତ ୭ଟି ଆସନରେ ବିଜେପି ବିଜୟୀ ହୋଇଥିଲା। ଏଥର କିନ୍ତୁ ପରିସ୍ଥିତି ବଦଳିଛି। ବିଜେପିକୁ କଡ଼ା ଟକ୍କର ଦେଇପାରନ୍ତି ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ। କେନ୍ଦ୍ର ମନ୍ତ୍ରୀ ଡର ହର୍ଷବର୍ଦ୍ଧନ ଚାନ୍ଦନୀଚୌକରେ ଲଢୁଛନ୍ତି। ଗତ ନିର୍ବାଚନରେ ମଧ୍ୟ ହର୍ଷବର୍ଦ୍ଧନ ଏହି ଆସନରୁ ନିର୍ବାଚିତ ହୋଇଥିଲେ। ଉତ୍ତର […]

author-image
Rosalin Rath
ଷଷ୍ଠ ପର୍ଯ୍ୟାୟ ମତଦାନରେ ଦିଲ୍ଲୀ ଉପରେ ସାରା ଦେଶର ନଜର

2

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ମତଦାନରେ ଦିଲ୍ଲୀ ଉପରେ ସାରା ଦେଶର ନଜର ରହିଛି। ଦିଲ୍ଲୀର ସମସ୍ତ ୭ଟି ଯାକ ଲୋକସଭା ଆସନରେ ଆଜି ଭୋଟ୍‌ ହେଉଛି।

Advertisment

୨୦୧୪ ନିର୍ବାଚନରେ ସମସ୍ତ ୭ଟି ଆସନରେ ବିଜେପି ବିଜୟୀ ହୋଇଥିଲା। ଏଥର କିନ୍ତୁ ପରିସ୍ଥିତି ବଦଳିଛି। ବିଜେପିକୁ କଡ଼ା ଟକ୍କର ଦେଇପାରନ୍ତି ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ।

କେନ୍ଦ୍ର ମନ୍ତ୍ରୀ ଡର ହର୍ଷବର୍ଦ୍ଧନ ଚାନ୍ଦନୀଚୌକରେ ଲଢୁଛନ୍ତି। ଗତ ନିର୍ବାଚନରେ ମଧ୍ୟ ହର୍ଷବର୍ଦ୍ଧନ ଏହି ଆସନରୁ ନିର୍ବାଚିତ ହୋଇଥିଲେ। ଉତ୍ତର ପୂର୍ବ ଦିଲ୍ଲୀରେ ଏଥର ମଧ୍ୟ ବିଜେପି ପକ୍ଷରୁ  ମୈଦାନକୁ ଓହ୍ଲାଇଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ। ୨୦୧୪ରେ ମଧ୍ୟ ସେ ଏହି ଆସନରୁ ଜିତିଥିଲେ।

Advertisment

ପୂର୍ବ ଦିଲ୍ଲୀରୁ ଏଥର ପ୍ରତିଦ୍ୱନ୍ଦିତା କରୁଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର। ନିକଟରେ ବିଜେପିରେ ସାମିଲ ହେବା ପରେ ତାଙ୍କୁ ଦଳ ପକ୍ଷରୁ ସୁଯୋଗ ଦିଆଯାଇଛି।

ତାଙ୍କ ବିପକ୍ଷରେ ଅଛନ୍ତି ଆମ୍ ଆଦମୀ ପାର୍ଟିର ଅତିଶି ମାର୍ଲେନା। ସେହିଭଳି ନ୍ୟୁ ଦିଲ୍ଲୀ ଆସନରେ ବିଜେପିର ମୀନାକ୍ଷି ଲେଖି ଏବଂ ଦିଲ୍ଲୀ କଂଗ୍ରେସର ପୂର୍ବତନ ମୁଖ୍ୟ ଅଜୟ ମାକନଙ୍କ ମଧ୍ୟରେ କଡ଼ା ଟକ୍କର ହେବ।

ଏଥର ଉତ୍ତର ପଶ୍ଚିମ ଦିଲ୍ଲୀ ଆସନରେ ବିଜେପିରେ ସାମିଲ ହୋଇଥିବା ସଙ୍ଗୀତକାର ହଂସରାଜ ହଂସ ଲଢୁଛନ୍ତି। ଦକ୍ଷିଣ ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ବକ୍ସର ବିଜେନ୍ଦର ସିଂ ଭାଗ୍ୟ ପରୀକ୍ଷା କରୁଛନ୍ତି। ଆମ୍ ଆଦମୀ ପାର୍ଟିର ଯୁବ ଚେହେରା ରାଘବ ଚଢ଼ାଙ୍କ ସହ ତାଙ୍କ ମୁକାବିଲା ହେବ।

Advertisment
Advertisment