/odishatv-khabar/media/post_attachments/uploadimage/library/16_9/16_9_0/laxnauuu_1626698324.jpg)
laxnauuu
ଲକ୍ଷ୍ନୌ: କରୋନା ଭାଇରସ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ଭାଇରସକୁ ରୋକିବା ପାଇଁ ଉତ୍ତରପ୍ରଦେଶରେ ଆଜି ରାତି ୧୦ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ରାଜ୍ୟ ଭିତରେ ଥିବା ସମସ୍ତ କାର୍ଯ୍ୟାଳୟ, ମାର୍କେଟ ଓ ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ ରହିବ। କିନ୍ତୁ ଆବଶ୍ୟକ ସେବାଗୁଡ଼ିକ ପୂର୍ବଭଳି ଜାରି ରହିବ।
ମୁଖ୍ୟ ଶାସନ ସଚିବ ଆର୍.କେ ତିୱାରୀ ସମସ୍ତ କମିଶନର, ଆଇଜି , ଡିଏମ୍ ଓ ଏସଏସପିଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। କିନ୍ତୁ ଏହି ସମୟରେ ରେଳ ଓ ବିମାନ ସେବା ପୂର୍ବ ପରି ଜାରି ରହିବ। ଗନ୍ତବ୍ୟସ୍ଥଳରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।
ସ୍ୱାସ୍ଥ୍ୟ ସେବା ଓ ଅତ୍ୟାବଶ୍ୟକ ସମାଗ୍ରୀର ଯୋଗାଣ ପୂର୍ବପରି ଜାରି ରହିବ। ଏହି ସେବାରେ ନିୟୋଜିତ ଥିବା ଲୋକମାନେ ନିଜର ପରିଚୟ ପତ୍ର ପାଖରେ ରଖିଥିବେ। ଏଥିସହିତ ମାଲବାହୀ ଚଳାଚଳ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।
ଭାରତରେ କରୋନା ମାମଲା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୁରୁବାର ପ୍ରଥମ ଥର ପାଇଁ ପ୍ରାୟ ୨୫ ହଜାର ମାମଲା ସାମ୍ନାକୁ ଆସିଥିଲା। ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୫୦୬ ପଜିଟିଭ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୯୩ ହଜାର ୮୦୨କୁ ଛୁଇଁଛି ।
ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୪୮୭ ଲୋକ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ -୧୯ରେ ମୃତକଙ୍କ ସଂଖ୍ୟା ୨୧ ହଜାର ୬୦୪କୁ ବୃଦ୍ଧି ପାଇଛି। ସୂଚନାଥାଉ କି, ସମ୍ପ୍ରତି ଦେଶରେ କରୋନା ଆକ୍ଟିଭ କେସ୍ ୨,୭୬,୬୮୫ ଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୪,୯୫,୫୧୨।
ମହାରାଷ୍ଟ୍ରରେ ସର୍ବାଧିକ ୨ ଲକ୍ଷ ୩୦ ହଜାର ୫୯୯ ଆକ୍ରାନ୍ତ ହୋଇଥିବାବେଳେ ୯୬୬୭ଙ୍କର ମୃତ୍ୟୁ ଘଟିଛି। ସେହିପରି ଦିଲ୍ଲୀରେ ୩୨୫୮, ଗୁଜରାଟରେ ୨୦୦୮, ତାମିଲନାଡୁରେ ୧୭୬୫ ଜଣଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)