Advertisment

ଲକ୍‌ ଡାଉନ-୫.୦ ନା ଅନଲକ୍‌ ୧.୦ : ଜାଣନ୍ତୁ, କଟକଣା କେତେ ରହିଲା, କେତେ ହଟିଲା

ଭୁବନେଶ୍ୱର: କାଲିଠୁ ସରି ଯାଇଛି ଲକ୍‌ଡାଉନ ୪.୦।  ଆଜିଠୁ ଖୋଲିଛି କୋଭିଡ୍ ତାଲା । ଅର୍ଥାତ୍‌ ଅନ୍‌ଲକ୍ ୧.୦। ଜୁନ୍ ପହିଲାରୁ ଜୁନ୍ ୩୦ ଯାଏଁ ମାସେ ପାଇଁ ସରକାର ନୂଆ ଗାଇଡାଲାଇନ୍ ଜାରି କରିଛନ୍ତି । ଅନ୍‌ଲକ୍‌-୧.୦ରେ ଆଜିଠୁ ଦେଶ ଭିତରେ ଲୋକଙ୍କ ଯାଆସ କଟକଣା ମୁକ୍ତ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଯାତାୟତ ଓ ମାଲ ପରିବହନ କଟକଣାକୁ ହଟାଇ ଦିଆଯାଇଛି । ଆଜିଠୁ ଯାତାୟାତ ପାଇଁ ଆଉ କୌଣସି ଅନୁମତିର ଆବଶ୍ୟକତା ନାହିଁ […]

ଲକ୍‌ ଡାଉନ-୫.୦ ନା ଅନଲକ୍‌ ୧.୦ : ଜାଣନ୍ତୁ, କଟକଣା କେତେ ରହିଲା, କେତେ ହଟିଲା

21213

Advertisment

ଭୁବନେଶ୍ୱର: କାଲିଠୁ ସରି ଯାଇଛି ଲକ୍‌ଡାଉନ ୪.୦।  ଆଜିଠୁ ଖୋଲିଛି କୋଭିଡ୍ ତାଲା । ଅର୍ଥାତ୍‌ ଅନ୍‌ଲକ୍ ୧.୦। ଜୁନ୍ ପହିଲାରୁ ଜୁନ୍ ୩୦ ଯାଏଁ ମାସେ ପାଇଁ ସରକାର ନୂଆ ଗାଇଡାଲାଇନ୍ ଜାରି କରିଛନ୍ତି ।

Advertisment

ଅନ୍‌ଲକ୍‌-୧.୦ରେ ଆଜିଠୁ ଦେଶ ଭିତରେ ଲୋକଙ୍କ ଯାଆସ କଟକଣା ମୁକ୍ତ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଯାତାୟତ ଓ ମାଲ ପରିବହନ କଟକଣାକୁ ହଟାଇ ଦିଆଯାଇଛି । ଆଜିଠୁ ଯାତାୟାତ ପାଇଁ ଆଉ କୌଣସି ଅନୁମତିର ଆବଶ୍ୟକତା ନାହିଁ । ତେବେ ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ କୋହଳ କରାଯାଇଛି । ସଂଧ୍ୟା ୭ରୁ ସକାଳ ୭ ପରିବର୍ତ୍ତେ ଏହା ରାତି ୯ରୁ ସକାଳ ୫ ଯାଏଁ ଲାଗୁ ହେବ ।

ତେବେ ଲକ୍‌ଡାଉନ ୫.୦ ବଳବତ୍ତର ରହିଛି କଣ୍ଟେନମେଣ୍ଟ ଜୋନରେ। ଏହି ନିୟମ ଅନୁସାରେ କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ଲକଡ଼ାଉନକୁ ବଳବତ୍ତର ରଖାଯାଇଥିବା ବେଳେ କଣ୍ଟେନମେଣ୍ଟ ଜୋନ୍ ବାହାରେ ପର୍ଯ୍ୟାୟ କ୍ରମେ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

Advertisment

ଅନଲକ୍‌-୧ରେ  ଜୁନ୮ ତାରିଖ ପରେ ଧାର୍ମିକ ସ୍ଥଳ ସର୍ବସାଧାରଣଙ୍କ ପାଇଁ ଖୋଲିବ। ହୋଟେଲ, ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଅନୁମତି ମିଳିପାରେ। ସପିଂ ମଧ୍ୟ ଖୋଲିବାକୁ ଅନୁମତି ମିଳିପାରେ।

ସୂଚନାଥାଉ କି, ତିନିଟି ପର୍ଯ୍ୟାୟରେ ଲକ୍‌ଡାଉନ୍‌ କଟକଣା ହଟିବ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ସ ଜାରି ହୋଇଛି। ତେବେ ସାମାଜିକ ଦୂରତା ନିଶ୍ଚିତ କରିବାକୁ ଦେଶବ୍ୟାପୀ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ୍ସକୁ କାର୍ଯ୍ୟକାରୀ କରାଯିବ।

Advertisment

ଜୁଲାଇରୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ। ସର୍ବସାଧାରଣ ସ୍ଥାନ, କାର୍ଯ୍ୟସ୍ଥଳ, ଗାଡ଼ିରେ ଯିବାବେଳେ ମାସ୍କ ପିନ୍ଧିବା, ସର୍ବସାଧାରଣ ସ୍ଥାନରେ ସର୍ବନିମ୍ନ ୬ ଫୁଟ ସାମାଜିକ ଦୂରତ୍ୱ ଜରୁରୀ। ଏକାଠି ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି।

Odisha Corona Update Lockdown 5.0 Unlock 1.0 Corona Update Odisha Lockdown 5.0 Update Unlock 1.0 Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ