/odishatv-khabar/media/post_attachments/uploadimage/library/16_9/16_9_0/chirag-p_1623654709.jpg)
chirag p
ପାଟନା : ଉଠୁଛି ପଡ଼ୁଛି ବିହାର ରାଜନୀତି । ନାରାଜ କକା ପଶୁପତି ପାରସଙ୍କୁ ମନେଇବା ପାଇଁ ଚିରାଗ ପାଶ୍ୱାନ ତାଙ୍କ ଘରେ ପହଞ୍ଚିଛନ୍ତି । ହେଲେ ପୁତୁରା ପହଞ୍ଚିଲା ପରେ ତୁରନ୍ତ ଦରଜା ଖୋଲି ନଥଲେ କକା । ଚିରାଗ ପାଶ୍ୱାନ କକା ପଶୁପତିଙ୍କ ଘର ସାମ୍ନାରେ କାରରେ ବସି ବାରମ୍ବାର ହର୍ଣ୍ଣ ବଜାଇଥିଲେ । ପାଖାପାଖି ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ପୁତୁରା ପାଇଁ ଦରଜା ଖୋଲାଯାଇ ନଥିଲା । ଏବେ କକା ପଶୁପତି ପାରସ ଘରେ ଉପସ୍ଥିତ ନଥିବା ସୂଚନା ମିଳିଛି । ଚିରାଗ କକାଙ୍କ ଘରେ ପହଞ୍ଚିଥିବା ବେଳେ କକା ପୁଅ ପାଇଁ ପ୍ରିନ୍ସ ରାଜ ଉପସ୍ଥିତ ଥଲେ । ଚିରାଗ ଏବେ ତାଙ୍କ ସହ ଆଲୋଚନା କରୁଛନ୍ତି । ଏହାରି ଭିତରେ ସୋମବାର ଦିନ ଏକ ପ୍ରେସ କନଫରେନ୍ସ ଡକାଇଥିଲେ ପଶୁପତି ପାରସ ପାଶ୍ୱାନ । ସେ କହିଛନ୍ତି, ଭାଇ ଚାଲିଗଲେ, ଏବେ ମୁଁ ଏକୁଟିଆ ଅନୁଭବ କରୁଛି ।
ଦିବଙ୍ଗତ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଲାସ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟିରେ ଏବେ ଫାଟ ସୃଷ୍ଟି ହୋଇଛି । ରାମବିଲାସଙ୍କ ଭାଇ ପଶୁପତି ପାରସ ୫ ଜଣ ସାଂସଦଙ୍କୁ ନେଇ ନିଜର ଦରଦବା ଜାହିର କରିଥିବା ବେଳେ, ଚିରାଗ ପାଶ୍ୱାନ ଏବେ ଅକଳରେ ପଡ଼ିଛନ୍ତି । ଚିରାଗ ପାଶ୍ୱାନଙ୍କ ଉପରେ ନାରାଜ ହୋଇ ଲୋକସଭା ସ୍ପିକର ଓମ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି ଦଳର ପାଞ୍ଚ ସାଂସଦ । ଭିନ୍ନ ମାନ୍ୟତା ଦାବି ପାଇଁ ଚିଠି ଲେଖାଯାଇଛି । କେନ୍ଦ୍ର ସରକାର କ୍ୟାବିନେଟର ସଂପ୍ରସାରଣ ଯୋଜନା କରୁଥିବା ସମୟରେ ଏପରି ନିଷ୍ପତ୍ତି ନିଆଯାଇଛି । ବିଦ୍ରୋହ ଆରମ୍ଭ କରିଥିବା ପାଞ୍ଚ ଜଣ ସାଂସଦ ଏବେ ଜେଡିୟୁରେ ସାମିଲ ହେବେ ବୋଲି ସୂଚନା ମିଳିଛି ।
ରାମବିଲାସ ପାଶ୍ୱାନଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିବା ପାଂଚ ଜଣ ସାଂସଦ ହେଲେ ପାଶୁପତି ପାରସ ପାଶ୍ବାନ(କକା), ପ୍ରିନ୍ସ ରାଜ(କକା ପୁଅ ଭାଇ), ଚନ୍ଦନ ସିଂ, ବୀଣା ଦେବୀ, ମହବୁବା ଅଲ୍ଲୀ କେଶର । ବିହାର ବିଧାନସଭା ନିର୍ବାଚନ କାଳରୁ ଏହି ସାଂସଦମାନେ ଚିରାଗ ପାଶ୍ୱାନଙ୍କ ଉପରେ ନାରାଜ ଥିବା ଶୁଣିବାକୁ ମିଳୁଛି । ଏପରି ସ୍ଥିତିରେ LJPରେ ଫାଟ ନେଇ ପୂର୍ବରୁ କଳ୍ପନାଜଳ୍ପନା ହେଉଥିଲା, ଆଉ ଏବେ ସ୍ପଷ୍ଟ ହୋଇଯାଇଛି । ଫଳରେ LJP ସାମ୍ନାରେ ଏବେ ବଡ଼ ରାଜନୈତିକ ସଙ୍କଟ ଦେଖାଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)