/odishatv-khabar/media/post_attachments/uploadimage/library/16_9/16_9_0/son_1626697676.jpg)
son
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମା’ ଓ ପୁଅ ଟିଭି ଦେଖିବା ସମୟରେ ପରସ୍ପର ସହ କଥାବାର୍ତ୍ତା ହେଉଛନ୍ତି। ଭିଡିଓରେ ମା’ ସହିତ ମିଶି କୁନି ପୁଅଟି ଫ୍ରୁଟି ପିଇ ଟିଭି ଦେଖୁଛି। ଟିଭି ଦେଖିବା ସମୟରେ କୁନି ପୁଅଟି ଟିଭିରୁ ଏଭଳି ଏକ ଦୃଶ୍ୟ ଦେଖିଛୁ। ପରେ କାନ୍ଦିବାକୁ ଲାଗୁଛି। ଏହି ଭିଡିଓକୁ @caitlinfladager ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଏହି ଭିଡିଓରେ ଶିଶୁର ନୀରିହପଣ ଦେଖିଲେ, ଆପଣମାନେ ମଧ୍ୟ କିଛି ସମୟ ପାଇଁ ଭାବପ୍ରବଣ ହୋଇଯିବେ।
ଭିଡିଓରେ କୁନି ପୁଅଟି ନାଁ ଜ୍ୟାକ୍। ତାଙ୍କ ମା’ଙ୍କ ନାଁ Fladager(ଫ୍ଲାଡେଜର୍)। ଫ୍ଲାଡେଜର୍ ନିଜେ ଏହି ଭିଡିଓକୁ ଶେୟାର କରିଛନ୍ତି। ଭିଡିଓରେ ମା’ ପୁଅ ଦୁହେଁ ମିଶି ଟିଭି ଦେଖୁଛନ୍ତି। ହଠାତ୍ ପୁଅଟି ଫ୍ରୁଟି ପିଇ ଟିଭିରୁ ଏକ ସିନ୍ ଦେଖି ମା’ଙ୍କୁ ପଚାରୁଛି, ଏହି ଟିଭି ଚରିତ୍ରରେ ଥିବା ବ୍ୟକ୍ତି ଜଣଙ୍କ କାହିଁକି ତାଙ୍କ ମା’ଙ୍କ ସହିତ ଘରେ ରହେ ନାହିଁ? ପୁଅ ଜ୍ୟାକ୍ ଠୁ ଏଭଳି କଥା ଶୁଣି ମା’ ଫ୍ଲାଡେଜର୍ ପୁଅକୁ ବୁଝାଇବାକୁ ଯାଇ କହୁଛନ୍ତି ଯେ ସାଧାରଣତଃ ପିଲାଟି ଯେତେବେଳେ ବଡ଼ ହୋଇଯାଏ, ସେତେବେଳେ ସେ ମା’ ପାଖରେ ରୁହେ ନାହିଁ। ଅଲଗା ଘରେ ରୁହନ୍ତି। ମା’ଙ୍କଠୁ ଏଭଳି କଥା ଶୁଣି ଜ୍ୟାକ୍ ଜୋର ଜୋରେ କାନ୍ଦିବାକୁ ଲାଗେ।
ଫ୍ଲାଡେଜର୍ ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖଛନ୍ତି ଯେ‘ ଏହି ଭିଡିଓକୁ ଦେଖିବା ପୂର୍ବରୁ ହାତରେ ଏକ ରୁମାଲ ରଖ। ଏହି ଭିଡିଓରେ ଏପର୍ଯ୍ୟନ୍ତ ୫୦ହଜାରରୁ ଅଧିକ ଭ୍ୟୁଜ୍ ମିଳିଥିବାବେଳେ ୧୦ହଜାରରୁ ଅଧିକ ଲାଇକ୍ କରାଯାଇଛି। ଏହି ଭିଡିଓରେ ଅନେକ ଲୋକ କମେଣ୍ଟ ଦେଇ କହିଛନ୍ତି ଯେ ଭିଡିଓକୁ ଦେଖିବା ପରେ ଆଖିରୁ ଲୁହ ବନ୍ଦ ହେଉନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)