Advertisment

ହଠାତ୍‌ ଗାଈପଲ ଭିତରକୁ ପଶିଆସିଲା ଚିତାବାଘ, ଆଉ ତା’ପରେ...

ଦେବପ୍ରୟାଗ: ଉତ୍ତରାଖଣ୍ଡର ଦେବପ୍ରୟାଗରେ ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାସ୍ତା ଉପରକୁ ହଠାତ୍‌ ଏକ ଚିତାବାଘ ଆସି ଗାଈପଲଙ୍କ ଭିତରେ ପଶି ସେମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଗାଈମାନେ ସେଠାରୁ ଖସି ପଳାଇ ଯାଇଥିଲେ, ଯାହାର ଭିଡିଓ ସୋସିଆଲ୍‌ ମିଡିଆରୋ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବନ ଅଧିକାରୀ ବୌଭବ ସିଂ ନିଜ ଟ୍ୱିଟ୍‌ରେ ଶେୟାର କରିଛନ୍ତି। ଚିତାବାଘ ରାତି ପ୍ରାୟ ୧ଟା ସମୟରେ ରାସ୍ତା ଉପରକୁ […]

author-image
Mahasweta Baral
ଅଦ୍ୟତନ ହୋଇଛି
ହଠାତ୍‌ ଗାଈପଲ ଭିତରକୁ ପଶିଆସିଲା ଚିତାବାଘ, ଆଉ ତା’ପରେ...  

tiger

ଦେବପ୍ରୟାଗ: ଉତ୍ତରାଖଣ୍ଡର ଦେବପ୍ରୟାଗରେ ଏଭଳି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାସ୍ତା ଉପରକୁ ହଠାତ୍‌ ଏକ ଚିତାବାଘ ଆସି ଗାଈପଲଙ୍କ ଭିତରେ ପଶି ସେମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଗାଈମାନେ ସେଠାରୁ ଖସି ପଳାଇ ଯାଇଥିଲେ, ଯାହାର ଭିଡିଓ ସୋସିଆଲ୍‌ ମିଡିଆରୋ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବନ ଅଧିକାରୀ ବୌଭବ ସିଂ ନିଜ ଟ୍ୱିଟ୍‌ରେ ଶେୟାର କରିଛନ୍ତି। ଚିତାବାଘ ରାତି ପ୍ରାୟ ୧ଟା ସମୟରେ ରାସ୍ତା ଉପରକୁ ଆସିଥିଲା। ସେହି ସମୟରେ ରାସ୍ତା ଉପରେ କୌଣସି ବ୍ୟକ୍ତି ଉପସ୍ଥିତ ନଥିଲେ। ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିଲା।

Advertisment

ଦେବପ୍ରୟାଗ ପୋଲିସ ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଘଟଣା କଏଦ ହୋଇଥିଲା। ଭିଡିଓରେ ଦେଖିବାକୁ ମିଳିଛି ଯେ ପୋଲିସ ଷ୍ଟେସନ ସାମ୍ନାରେ ଗାଈପଲ ଛିଡ଼ା ହୋଇଛନ୍ତି। ହଠାତ୍‌ ଚିତାବାଘଟି ରାସ୍ତା ଉପରକୁ ଆସୁଛି। ପରେ ବାଘକୁ ଦେଖି ଗାଇମାନେ ଖୁବ୍‌ ଜୋରରେ ଦୌଡ଼ିବାକୁ ଲାଗିଲେ। ପରେ ସେହି ଥାନାରୁ ଜଣେ ପୋଲିସ କର୍ମଚାରୀ ବାହାରକୁ ଆସିଥିଲେ। ରାସ୍ତା ଉପରେ ବାଘକୁ ଦେଖି ବିକଳରେ କର୍ମଚାରୀ ଜଣଙ୍କ ଥାନା ଭିତରକୁ ପଳାଉଛନ୍ତି।

Advertisment

ଚିତାବାଘ କିଛି ସମୟ ପୋଲିସ ଷ୍ଟେସନର ଆଗରେ ଚଲାବୁଲା କରି ପଳାଇଯାଉଛି। ଏହି ଭିଡିଓଟି ଜୁଲାଇ ୨୩ ତାରିଖ ରାତି ପ୍ରାୟ ୧ଟା ବେଳର ବୋଲି ଜଣାପଡ଼ିଛି।

Advertisment
Advertisment