/odishatv-khabar/media/post_attachments/uploadimage/library/16_9/16_9_0/leo-pard_1625545068.jpg)
leo-pard
ନୂଆଦିଲ୍ଲୀ: ଘର ଭିତରେ ପଶି କୁକୁରକୁ ଝାମ୍ପିନେଲା କଲରାପତରିଆ ବାଘ। ଉତ୍ତରାଖଣ୍ଡ ନୈନିତାଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କୁକୁରକୁ ଝାମ୍ପି ନେବାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଶନିବାର ରାତିରେ ନୈନିତାଲର ତାଲ୍ଲିତାଲରେ ଗୋଟିଏ ଘର ଭିତରକୁ କଲରାପତରିଆ ବାଘଟି ପଶି ଆସିଥିଲା।
Advertisment
ଘରେ ଥିବା ଲୋକ ପାଟି କରିବା ପରେ ମଧ୍ୟ ବାଘ ପଦାକୁ ଆସିନଥିଲା। କିନ୍ତୁ ଘର ମାଲିକଙ୍କ ୨ଟି କୁକୁର ଭୁକିବା ପରେ ବାଘ ପଦାକୁ ଆସିଥିଲା। ଏହାସହ ଗୋଟିଏ କୁକୁରକୁ ଝାମ୍ପି ନେଇ ପଳେଇଥିଲା। ତେବେ ଏଭଳି ଘଟଣା ପ୍ରଥମଥର ଘଟିନାହିଁ। ୧୫ ଦିନ ତଳେ ତାଙ୍କ ଘରେ ଏମିତି ଏକ ଘଟଣା ଘଟିଥିଲା, କିନ୍ତୁ ସେତେବେଳେ କେହି ଏହାକୁ ଦେଖିନଥିଲେ।
ତେବେ ଏଥର ସମସ୍ତଙ୍କ ଆଖି ଆଗରେ ସବୁକିଛି ଘଟିଥିବା ଘର ମାଲିକ ପକ୍ଷରୁ କୁହାଯାଇଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)