/odishatv-khabar/media/post_attachments/uploadimage/library/16_9/16_9_0/dog-2_1626697413.jpg)
dog
ନୂଆଦିଲ୍ଲୀ: କୁକୁର ଓ ଚିତାବାଘର ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କୁକୁରଟି ଚିତାବଘ ସହିତ ପଙ୍ଗା ନେଉଥିବା ଦେଖିବାକୁ ମିଳୁଛି। କଥାଟା ବିଶ୍ୱାସ ନଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ଏହି ଭିଡିଓଟି ହେଉଛି ପୁରୁଣା ଭିଡିଓ। ବନ ଅଧିକାରୀ ଦିଗ୍ବିଜୟ ସିଂ ଖାତି ଏହି ଭିଡିଓକୁ ନିଜ ଟ୍ୱିଟ୍ରେ ସେୟାର କରିଛନ୍ତି। କ୍ୟାପସନରେ ଲେଖିଛନ୍ତି ଯେ ଏହି ଭିଡିଓଟି ରାଜସ୍ଥାନର ଏକ ପୁରୁଣା ଭିଡ଼ିଓ। ଏହି ଭିଡିଓରେ କୁକୁରଟି ଚିତାବାଘକୁ ଡରାଉଥିବା ଦେଖାଯାଉଛି।
An old video from Rajasthan. Who is more powerful ? pic.twitter.com/lCkHz2jn9s
— Digvijay Singh Khati (@DigvijayKhati) June 15, 2020
ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଙ୍ଗଲରେ ଏକ ସଫାରି ଗାଡ଼ି ଅଛି। ସେହି ଗାଡ଼ି ଆଗରେ କୁକୁରଟି ଶୋଇଥିବାର ଦେଖାଯାଉଛି। ଠିକ୍ ସେତିକିବେଳେ ଚିତାବାଘଟି ଜଙ୍ଗଲରୁ ଆସି କୁକୁରକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। କୁକୁରଟି ମଧ୍ୟ ଚିତାକୁ ଦେଖି ଉଠିପଡ଼ି ଜୋରେ ଜୋରେ ଭୁକିବାକୁ ଆରମ୍ଭ କରୁଛି। ଏତେ ଜୋରେ କୁକୁରଟି ଭୁକୁଛି ଯେ ଚିତାବାଘଟି ଭୟରେ ସେହି ସ୍ଥାନ ଛାଡ଼ି ଜଙ୍ଗଲକୁ ପଳାଇଯାଉଛି।
ଭିଡିଓଟି ପୁରୁଣା ହେଲେ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟିକୁ ଜୁନ୍ ୧୫ରେ ସେୟାର କରାଯାଇଥିଲା। ଏହି ଭିଡିଓରେ ୫ହଜାରରୁ ଅଧିକ ଭିଜ୍ୟୁ ମିଳିଥିବା ଜଣାପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)