Advertisment

"କୌଣସି ପରିସ୍ଥିତିରେ ବି ଲୁଚାଯିବନି କରୋନା ମୃତ୍ୟୁ ସଂଖ୍ୟା"

କାରୋନା ସଂପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ବଡ଼ ସୂଚନା ଦେଇଛନ୍ତି। ପ୍ରଥମ ଏବଂ ଦ୍ୱିତୀୟ ଲହରର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିବା ସହ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ହ୍ରାସ ପାଇଛି।

author-image
Sarbeswar

Lav agrawal

ନୂଆଦିଲ୍ଲୀ: କାରୋନା ସଂପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ବଡ଼ ସୂଚନା ଦେଇଛନ୍ତି। ପ୍ରଥମ ଏବଂ ଦ୍ୱିତୀୟ ଲହରର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିବା ସହ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ହ୍ରାସ ପାଇଛି। ତେବେ ପ୍ରଥମ ଅପେକ୍ଷା ଦ୍ୱିତୀୟରେ କିଶୋରଙ୍କ ସଂକ୍ରମଣ ବଢ଼ିଛି ବୋଲି ସେ କହିଛନ୍ତି। ୧ରୁ ୧୦ ବର୍ଷ ବର୍ଗରେ ପ୍ରଥମ ଲହରରେ ୩.୨୮%, ୨ୟରେ ୩.୦୫% ସଂକ୍ରମିତ ୧୧ରୁ ୨୦ ବର୍ଷ ବର୍ଗରେ ପ୍ରଥମ ଲହର ୮.୦୩%, ୨ୟ ଲହର ୮.୫% ଦେଶରେ ଆରୋଗ୍ୟ ହାର ୯୫.୬%ରେ ପହଞ୍ଚିଥିବା କହିଛନ୍ତି ଲବ୍‌।

Advertisment

କରୋନାରେ ମୃତ୍ୟୁ ସଂଖ୍ୟାକୁ ନେଇ ସନ୍ଦେହ ବଢୁଛି। ଆଉ ତାହା ଉପରେ ବି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ। ସେ କହିଛନ୍ତି ଯେ, ଆମର ଉଦ୍ଦେଶ୍ୟ ସ୍ପଷ୍ଟ- କୌଣସି କେସ୍ କି ଡେଥ୍ ଲୁଚାଯିବନି। ଆମେ ଚାହୁଁଛୁ ସତ୍ୟ ତଥ୍ୟ ଆସୁ। ଆଉ ତଥ୍ୟ ଆସିଲେ ତାର ତର୍ଜମା କରାଯିବ। ବିଭିନ୍ ସ୍ତରରେ ଅଡିଟ କରାଯାଇ କରୋନାରେ ମୃତ୍ୟୁକୁ ନେଇ ସ୍ପଷ୍ଟ କରାଯାଉଛି। ରାଜ୍ୟମାନେ ବିଭିନ୍ନ ସ୍ତରରେ ଅଡିଟ କରି ମୃତ୍ୟୁ ଜଣାଉଛନ୍ତି। ଯେଉଁ ରାଜ୍ୟମାନେ ଅଡିଟ ପରେ ସଂଖ୍ୟା ବଢ଼ାଉଛନ୍ତି, ଗ୍ରହଣ କରାଯାଉଛି ବୋଲି ଲବ୍‌ କହିଛନ୍ତି।

ତେବେ ଏଠାରେ ସୂଚନା ଦେଉଛୁ କି, ଦେଶରେ କରୋନା ସଂକ୍ରମଣ ପ୍ରଭାବ ଦିନକୁ ଦିନ ହ୍ରାସ ପାଉଛି। ସଂକ୍ରମିତଙ୍କ ସଂଖ୍ୟା ଏବେ ୬୦ ହଜାରରେ ସୀମତି ରହିଛି। ଏପରିକି ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ  ୬୦ ହଜାର ୪୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୭୬ ଦିନ ମଧ୍ୟରେ ଆଜି ସବୁଠାରୁ କମ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୨ ହଜାର ୭୨୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Advertisment

ଗତ କିଛି ସପ୍ତାହ ହେବ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ଲଗାତାର ନିମ୍ନମୁଖୀ ଥିବା ଦେଖିବାକୁ ମିଳିଛି। ୨ୟ ଲହରର ପ୍ରାରମ୍ଭରେ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଉପରେ ରହୁଥିବାବେଳେ ଏବେ ତାହା ହ୍ରାସ ପାଇଁ ୧ ଲକ୍ଷ ତଳେ ପହଞ୍ଚିଛି।   ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୭୦ ହଜାର ୮୮୧କୁ ବୃଦ୍ଧି ପାଇଛି। ସେହିପରି ମୃତକଙ୍କ ସଂଖ୍ୟା  ୩ ଲକ୍ଷ ୭୭ ହଜାର ୩୧କୁ ବୃଦ୍ଧି ପାଇଛି। ଦେଶରେ ଏବେ ଆକ୍ଟିଭ କେସ ୯,୧୩,୩୭୮ ଥିବାବେଳେ  ସୁସ୍ଥ ହାର ୨,୮୨,୮୦,୪୭୨ ଛୁଇଁଛି।

Advertisment
Advertisment