Advertisment

୪୩ ଦିନ ପରେ ଦେଶରେ ୨ ଲକ୍ଷ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ଆଜି ପୁଣି ଥରେ ୨ ଲକ୍ଷ ତଳକୁ ଖସିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୮୬ ହଜାର ୩୬୪ ଜଣ ଆକ୍ରାନ୍ତ

author-image
Sarbeswar
ଅଦ୍ୟତନ ହୋଇଛି
୪୩ ଦିନ ପରେ ଦେଶରେ ୨ ଲକ୍ଷ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

india-corona

  • ୪୩ ଦିନ ପରେ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ୨ ଲକ୍ଷ ତଳକୁ ଖସିଲା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା
  • ଦେଶରେ ଚିହ୍ନଟ ହୋଇଛନ୍ତି ୧, ୮୬, ୩୬୪ ଆକ୍ରାନ୍ତ
  • ଗତ ୪୩ ଦିନ ପରେ ସବୁଠୁ କମ ଆକ୍ରାନ୍ତ ଚିହ୍ନଟ
  • ଦିନକରେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୫୯ ହଜାର ୪୫୯ ଜଣ ଆକ୍ରାନ୍ତ
  • ଆକ୍ରାନ୍ତଙ୍କଠାରୁ ଅଧିକ ରହିଛି ସୁସ୍ଥ ହାର
  • ଦିନକରେ ୩,୬୬୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
Advertisment

ନୂଆଦିଲ୍ଲୀ: ଆଜି ପୁଣି ଥରେ ୨ ଲକ୍ଷ ତଳକୁ ଖସିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୮୬ ହଜାର ୩୬୪ ଜଣ ଆକ୍ରାନ୍ତ।  ଯାହା ୪୩ ଦିନ ପରେ ସବୁଠାରୁ କମ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ଗତ ୨୫ ତାରିଖରେ ଚିହ୍ନଟ ହୋଇଥିଲେ ୧ ଲକ୍ଷ ୯୬ ହଜାରରୁ ଅଧିକ ଆକ୍ରାନ୍ତ। ସେହିପରି ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୫୯ ହଜାର ୪୫୯ ଜଣ ଆକ୍ରାନ୍ତ। ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି। ଏହାଛଡ଼ା ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ୩,୬୬୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାପରେ ଦେଶରେ କରୋନାରେ ଦେଶରେ ମୋଟ ୩ ଲକ୍ଷ ୧୮ ହଜାର ୮୯୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ୨୩ ଲକ୍ଷ ୪୩ ହଜାର ୧୫୨ ଆକ୍ଟିଭ୍‌ କେସ୍‌ ରହିଛି।

ସେପଟେ, ରାଜ୍ୟରେ ଗତକାଲି ରାଜ୍ୟରେ ୧୦ ହଜାର ତଳକୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୧୦ ହଜାର ତଳକୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭,୨୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ସର୍ବାଧିକ ୧,୦୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ପରେ ଖୋର୍ଦ୍ଧାରୁ ୮୦୯ ଓ କେନ୍ଦ୍ରାପଡ଼ାରୁ ୪୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ବଡ଼ କଥା, ସୁନ୍ଦରଗଡ଼ରେ ସଂକ୍ରମିତଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରୁ ୧୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତାର ଭାବେ କିଛିଦିନ ଧରି କଟକ, ଖୋର୍ଦ୍ଧା ପରେ ସୁନ୍ଦରଗଡ଼ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ।

Advertisment

ହଠାତ୍‌ ଗତକାଲି କରୋନା ପଜିଟିଭଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଥିଲାଗତକାଲି ୬ ହଜାର ୭୩୬ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ଲୋକାଲ କେସ ୨,୯୬୨ ଥିବାବେଳ କ୍ୱାରେଣ୍ଟିନରୁ  ବାହାରିଥିଲେ ୨,୭୭୪ ଜଣ।

Corona News Today
Advertisment
Advertisment