Sputnik v
ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ସାରା ଦେଶ ଚିନ୍ତାରେ ପଡ଼ିଥିବା ବେଳେ ଏବେ ଟିକା ହିଁ ଶେଷ ଭରସା । ହେଲେ ଦେଶରେ ଏବେ ଟିକା ପାଇଁ ମଧ୍ୟ ହାହାକାର ଦେଖିବାକୁ ମିଳୁଛି । ସମସ୍ତେ ଟିକା ନେବା ପାଇଁ ପ୍ରସ୍ତୁତ । ହେଲେ ଦେଶରେ ଟିକା ଅଭାବ । ଏମିତିକି ଅନେକ ରାଜ୍ୟରେ ଯଥେଷ୍ଟ ଟିକା ଉପଲବ୍ଧ ନଥିବାରୁ ଯୁବା ବର୍ଗଙ୍କୁ ଟିକା ଦେବା ବନ୍ଦ କରି ଦିଆଯାଇଛି ।
ତେବେ ଏହାରି ଭିତରେ ଏବେ ଭାରତକୁ ଆସିଛି ଖୁସି ଖବର । ଭାରତରେ ପହଞ୍ଚିଲା ସ୍ପୁଟନିକ୍ ଭି । ଏଥର ଏହି ଭାକ୍ସସିନର ସବୁଠାରୁ ବଡ଼ କନସାଇନମେଣ୍ଟ ଭାରତରେ ପହଞ୍ଚିଛି । ରୁଷିଆରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରାୟ ୩୦ଲକ୍ଷ ଡୋଜ ଭାକ୍ସିନ ପହଞ୍ଚିଛି । ଏହି ବିମାନ ହାଇଦ୍ରାବାଦ ବିମାନ ବନ୍ଦରରେ ପହଞ୍ଚିଛି । ଏହାପରେ କଡ଼ା ସୁରକ୍ଷା ମଧ୍ୟରେ ଏକ ସ୍ୱତନ୍ତ୍ର ଗାଡ଼ିରେ ଭ୍ୟାକ୍ସିନଗୁଡିକୁ ପାନେକା ବାୟୋଟେକକୁ ନିଆଯାଇଛି । ସେଠାରେ ଭ୍ୟାକ୍ସିନ ଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଇଛି ।
ଋଷର ଚାର୍ଟଡ ଫାଲ୍ଇଟ୍ RU-9450 ଯୋଗେ ଏହା ଭାରତରେ ପହଞ୍ଚିଛି । ଆଗକୁ ଦେଶର ଭାକ୍ସିନେସନ କାର୍ଯ୍ୟକ୍ରମ ଆହୁରି ଜୋରଦାର ହେବ । ତେବେ ଏହା ପୂର୍ବରୁ ରୁଷରୁ ଆସିଥିବା ପ୍ରଥମ କନସାଇନମେଣ୍ଟରେ ଭାରତକୁ ଏକ ଲକ୍ଷ ୫୦ ହଜାର ଡୋଜ ଆସିଥିଲଶ । ସେହିଭଳି ମେ’ ୧୪ରେ ୬୦ ହଜାର ଡୋଜ ସ୍ପୁଟନିକ୍-V ଭାକ୍ସିନ ଭାରତକୁ ଆସିସାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Capture_1622546009.jpg)