/odishatv-khabar/media/post_attachments/uploadimage/library/16_9/16_9_0/kerala_1625461908.jpg)
kerala
କୋଚି: ପ୍ରବଳ ବର୍ଷା ଓ ବନ୍ୟା କାରଣରୁ କେରଳରେ ସ୍ଥିତି ସାଙ୍ଘାତିକ ହୋଇପଡ଼ିଛି। ଏହାର ପ୍ରଭାବରେ କେରଳର ଇଡୁକ୍କି ଜିଲ୍ଲାରେ ଭୁସ୍ଖଳନରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଭୁସ୍ଖଳନ ଜିଲ୍ଲାର ରାଜମାଲା ଅଞ୍ଚଳରେ ହୋଇଛି।
Advertisment
https://twitter.com/ANI/status/1291630977026940930?s=20
ଘଟଣାସ୍ଥଳରେ ଏନଡିଆରଏଫ୍ ଟିମକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏପର୍ଯ୍ୟନ୍ତ ସେଠାରୁ ୧୦ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ଖବର ମିଳିଛି ଯେ, ସେହି ସ୍ଥାନରେ ୭୦ରୁ ୮୦ଜଣ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।
ଶୁକ୍ରବାର ଏର୍ନାକୁଲମ, ଇଡୁକ୍କି, ଥ୍ରୀସୁର, ପାଲାକ୍କଡ, କୋଝିକୋଡ, ୱେନାଡ, କାନ୍ନୁର ଏବଂ କାସରଗୋଡ଼ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ଆଇଏମଡି ମାଲାପୁରମ୍ ପାଇଁ ରେଡ୍ ଆଲର୍ଟ ଜାରି କରିଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)