kumbha-mela
ଲକ୍ଷ୍ନୌ: ଚଳିତବର୍ଷର ଅର୍ଦ୍ଧକୁମ୍ଭ ମେଳା ଉଦ୍ଯାପିତ ହୋଇଛି। ତୀର୍ଥକ୍ଷେତ୍ର ପ୍ରୟାଗରାଜରେ ଜାନୁଆରୀ ୧୪ରୁ ଆରମ୍ଭ ହୋଇଥିବା ବୁଡ଼ ଗତକାଲି ମହାଶିବରାତ୍ରୀରେ ଶେଷ ହୋଇଛି। କୁମ୍ଭମେଳାରେ ଦେଶ ତଥା ବିଶ୍ୱର କୋଣ ଅନୁକୋଣରୁ ସାଧୁ, ସନ୍ଥ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା।
ବିଶ୍ୱାସର ଏହି ବୁଡ଼ ପକାଇବା ପାଇଁ କାହିଁ କେତେ ବାଟରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟି ଥିଲା। ଏଥରର କୁମ୍ଭମେଳା ବିଭିନ୍ନ କ୍ଷେତ୍ରରେ ରେକର୍ଡର ଅଧିକାରୀ ହୋଇଛି। ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ବିଶ୍ୱର ସବୁଠାରୁ ଅଧିକ ଭିଡ଼, ବିଶ୍ୱର ସବୁଠୁ ବଡ଼ ଚିତ୍ରକଳା ଭଳି ଭିନ୍ନ ଭିନ୍ନ କ୍ଷେତ୍ରରେ ରେକର୍ଡର ଅଧିକାରୀ ହୋଇଛି।
ଅର୍ଦ୍ଧକୁମ୍ଭ ମେଳାରେ ପ୍ରାୟ ୨୨ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଶେଷ ଦିନରେ କୁମ୍ଭ ମେଳାରେ ନିଆରା ଢଙ୍ଗରେ ହିନ୍ଦୀ ଫିଲ୍ମ ‘ବହ୍ମୋସ୍ତ୍ର’ର ଲୋଗୋ ଲଞ୍ଚ୍ ହୋଇଛି।
କରନ୍ ଜୋହରଙ୍କ ଏହି ହାଇ ବଜେଟ୍ ଫିଲ୍ମର ଲୋଗେ ପ୍ରଥମ ଥର ପାଇଁ କୁମ୍ଭ ମେଳାରେ ରିଲିଜ୍ କରାଯାଇଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଥିବା ରଣବୀର କପୁର ଓ ଆଲିଆ ଭଟ୍ଟ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରୟାଗରାଜର ଆକାଶରେ ୧୫୦ରୁ ଅଧିକ ଡ୍ରୋନ୍ ସାହାଯ୍ୟରେ ଏହି ଫିଲ୍ମର ଲୋଗୋ ପ୍ରଦର୍ଶିତ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kumbha-mela-12_1626757194.jpg)