Advertisment

କୋଭିଡ ରୋଗୀଙ୍କ ଜୀବନ ବଞ୍ଚାଇବ ପକେଟ ଭେଣ୍ଟିଲେଟର

କୋଲକାତା: କରୋନା ଖୋଲି ଦେଇଛି ଆମ ସ୍ୱାସ୍ଥ୍ୟାବସ୍ଥାର ଅସଲ ମୁଖା। ଆମ ସ୍ୱାସ୍ଥ୍ୟ ସେବା କେତେ ଅବ୍ୟବସ୍ଥା ଭିତରେ ଚାଲିଛି ତାହା ଏହି ମହାମାରୀ ସମୟରେ ସମସ୍ତେ ଅଙ୍ଗେ ଅଙ୍ଗେ ଅନୁଭବ କରିଛନ୍ତି।  ମହାମାରୀ ସମୟରେ ନା ମିଳିଥିଲା ହସ୍ପିଟାଲରେ ବେଡ …

ଅଦ୍ୟତନ ହୋଇଛି
କୋଭିଡ ରୋଗୀଙ୍କ ଜୀବନ ବଞ୍ଚାଇବ ପକେଟ ଭେଣ୍ଟିଲେଟର

pocket ventil;ator

Advertisment

କୋଲକାତା: କରୋନା ଖୋଲି ଦେଇଛି ଆମ ସ୍ୱାସ୍ଥ୍ୟାବସ୍ଥାର ଅସଲ ମୁଖା। ଆମ ସ୍ୱାସ୍ଥ୍ୟ ସେବା କେତେ ଅବ୍ୟବସ୍ଥା ଭିତରେ ଚାଲିଛି ତାହା ଏହି ମହାମାରୀ ସମୟରେ ସମସ୍ତେ ଅଙ୍ଗେ ଅଙ୍ଗେ ଅନୁଭବ କରିଛନ୍ତି।  ମହାମାରୀ ସମୟରେ ନା ମିଳିଥିଲା ହସ୍ପିଟାଲରେ ବେଡ  ନା ମିଳିଥିଲା ଅକ୍ସିଜେନ୍ ନା ଭେଣ୍ଟିଲେଟର। ଅକ୍ସିଜେନ ଅଭାବ ପାଇଁ ଚାଲିଗଲା ଅନେକ ଜୀବନ।  ଏବେ ସମସ୍ତେ ସତର୍କ ହୋଇଛନ୍ତି। ପ୍ରତିକାର ପାଇଁ ଲାଗି ପଡ଼ିଛନ୍ତି। ଆଉ ଯେମିତି ଏ ଦୁର୍ଦ୍ଦିନ ଆସିବନି ସେଥିପାଇଁ ସମସ୍ତେ ତତ୍ପର। ଏହି ପରିପ୍ରେକ୍ଷୀରେ କୋଲକାତାର ଜଣେ ଇଞ୍ଜିନିୟର ତିଆରି କରିଛନ୍ତି ପକେଟ୍ ଭେଣ୍ଟିଲେଟର୍।

Advertisment

ଏହି ଭେଣ୍ଟିଲେଟରରେ ୨ଟି ବିଭାଗ ରହିଛି। ଗୋଟିଏ ହେଲା ପାୱାର ୟୁନିଟ, ଅନ୍ୟଟି ଭେଣ୍ଟିଲେଟର ୟୁନିଟ। ମାସ୍କ ସହ ଫିଟ୍ ହୋଇଛି ଏହି  ଭେଣ୍ଟିଲେଟର୍। ସୁଇଚ୍‌ ଅନ କରିବା ମାତ୍ରେ ଭେଣ୍ଟିଲେଟର ପାର୍ଟ ବାୟୁ ମଣ୍ଡଳରୁ ସ୍ୱଚ୍ଛ ଅକ୍ସିଜେନ୍ ଆପଣଙ୍କୁ ପହଞ୍ଚାଇ ପାରିବ । ଇଞ୍ଜିନିୟର ରମେନ୍ଦ୍ର ଲାଲ ମୁଖାର୍ଜୀଢ଼ଙ୍କ ଏହି ପକେଟ୍ ଭେଣ୍ଟିଲେଟର୍ଏ  ସାଧାରଣତଃ ମାସ୍କ ସହ ଏକ ସକେଟ ଛୋଟ ବକ୍ସକୁ ସଂଯୋଗ କରୁଛି। ଏହା ଭେଣ୍ଟିଲେଟର କାମ କରୁଛି।

ବାୟୁ ମଣ୍ଡଳରୁ ଭାଇରସ୍, ଫଙ୍ଗସ୍ ଏବଂ ପ୍ରଦୂଷଣକୁ ଛାଣି ଏହା ନାକ ଯାଏ ପହଞ୍ଚାଉଥିବା ସେ ଦାବି କରିଛନ୍ତି। ବ୍ୟାଟେରୀରେ ପରିଚାଳିତ ହେଉଥିବା ଏହି ଭେଣ୍ଟିଲେଟର ଓଜନ ମାତ୍ର ୨୫୦ ଗ୍ରାମ। ଏହାକୁ ପକେଟରେ ବି ନେଇହେବ। ସାଧାରଣ ମୋବାଇଲ୍ ଚାର୍ଜରରେ ଏହାକୁ ୨ ଘଣ୍ଟା ଚାର୍ଜ କଲେ ଏହା ୮ରୁ ୧୦ ଘଣ୍ଟା କାମ କରିବ।

Advertisment

ରମେନ୍ଦ୍ରଙ୍କୁ କରୋନା ହେବା ପରେ ଶରୀରରେ ଅକ୍ସିଜେନ୍ ମାତ୍ରା କମିଥିଲା।  ଶରୀରରେ ଅକ୍ସିଜେନ ଲେଭଲ ୮୮କୁ ଖସିବା ପରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ନିଷ୍ପତ୍ତି ନେଲେ। ଯାହା ବି ହେଉ, ସେହି ବିପତ୍ତିରୁ ସେତେବେଳେ ସେ ଖସି ଆସିଲେ।  ପରେ ସେ ଏହି ଭେଣ୍ଟିଲେଟରର ପରିକଳ୍ପନା କରିଥିଲେ। ଆବଶ୍ୟକୀୟ ଉପକରଣ ସଂଗ୍ରହ କରି ମାତ୍ର ୨୦ ଦିନରେ କରିପାରିଛନ୍ତି ସେ ଏହି ପକେଟ୍ ଭେଣ୍ଟିଲେଟରକୁ । ଏହାକୁ ସେ ଏବେ ପ୍ରତିଦିନ ବ୍ୟବହାର କରୁଥିବା କହିଛନ୍ତି।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ