Advertisment

ଅକ୍ଷୟ ତୃତୀୟା ପୂର୍ବରୁ କମିଲା ସୁନା ଦର

ନୂଆଦିଲ୍ଲୀ: ମେ’ ୧୪ରେ ପଡ଼ୁଛି ଅକ୍ଷୟ ତୃତୀୟା। ତେବେ ଏହା ପୂର୍ବରୁ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଗତକାଲି ସୁନା ଓ ରୂପା ଦରରେ ହ୍ରାସ ଘଟିଥିବା ବେଳେ ଆଜି ମଧ୍ୟ ଏହି ଦରରେ ହ୍ରାସ ଘଟିଛି। Multi Commodity…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଅକ୍ଷୟ ତୃତୀୟା ପୂର୍ବରୁ କମିଲା ସୁନା ଦର

gold

ନୂଆଦିଲ୍ଲୀ: ମେ’ ୧୪ରେ ପଡ଼ୁଛି ଅକ୍ଷୟ ତୃତୀୟା। ତେବେ ଏହା ପୂର୍ବରୁ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଗତକାଲି ସୁନା ଓ ରୂପା ଦରରେ ହ୍ରାସ ଘଟିଥିବା ବେଳେ ଆଜି ମଧ୍ୟ ଏହି ଦରରେ ହ୍ରାସ ଘଟିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ଏହାସହ ରୂପା ମଧ୍ୟ ଶସ୍ତା ହୋଇଛି। ସକାଳ ୯ଟା ୪୫ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୩୨% ହ୍ରାସ ସହ ୪୭,୪୮୦ ଟଙ୍କାରେ କାରବାର ଚାଲି ଥିବାବେଳେ ରୂପା ପ୍ରତି କିଲୋକୁ ୦.୭୬% ହ୍ରାସ ସହ ୬୭,୮୨୦ ଟଙ୍କାରେ କାରବାର ଚାଲିଥିଲା।

Advertisment

ମଙ୍ଗଳବାର କାରବାର ବନ୍ଦ ପୂର୍ବରୁ ମଧ୍ୟ ସୁନା ଓ ରୂପା ଦରରେ ହ୍ରାସ ଘଟିଥିବା ରେକର୍ଡ କରାଯାଇଥିଲା। ବିଶ୍ୱ ସ୍ତରରେ ବହୁମୂଲ୍ୟ ଧାତୁ ମୂଲ୍ୟରେ ହ୍ରାସ ଯୋଗୁ ସ୍ଥାନୀୟ ସର୍ରାଫା ବଜାରରେ ମଙ୍ଗଳବାର ସୁନା ଦର ପ୍ରତି ୧୦ ଗ୍ରାମକୁ ୨୧୨ ଟଙ୍କା ହ୍ରାସ ପାଇ ୪୭,୩୦୮ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ଦର ପ୍ରତି କିଲୋକୁ ୯୭୩ ଟଙ୍କା ହ୍ରାସ ସହ ୭୦,୬୪୬ ଟଙ୍କାରେ ପହଞ୍ଚିଥିଲା।

Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ ସୁନା ପ୍ରତି ୧୦ ଗ୍ରାମକୁ ୪୫,୭୨୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୭୧,୫୦୦ ଟଙ୍କା ରହିଛି। ଗତକାଲି ସୁନା ପ୍ରତି ୧୦ ଗ୍ରାମକୁ ୪୫,୯୧୦ ରୂପା ପ୍ରତି କିଲୋକୁ ୭୧,୬୦୦ ଟଙ୍କା ଥିଲା।

Advertisment

ବର୍ତ୍ତମାନ ସମୟରେ ଦେଶର ଅନେକ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଲାଗିବା ସହ ବିବାହ ଭଳି କାର୍ଯ୍ୟକ୍ରମ ସେତେଟା ଅନୁଷ୍ଠିତ ହେଉନାହିଁ। ତେବେ ଆସନ୍ତା ଦୀପାବଳି ସୁଦ୍ଧା ସୁନା ଦର ୬୦ ହଜାର ଟଙ୍କାରେ ପହଞ୍ଚିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରୁଛନ୍ତି।

Gold Price In India
Advertisment
Advertisment