Advertisment

ଟ୍ରାକ୍ଟର ରାଲିରେ ବାହାରିଲେ ଚାଷୀ, ଭାଙ୍ଗିଲେ ବାରିକେଡ

ନୂଆଦିଲ୍ଲୀ: ଦେଶ ଆଜି ସାଧାରଣତନ୍ତ୍ର ଦିବସ ପାଳନରେ ମୁଖର ହୋଇଥିବାବେଳେ ଦାବି ପୂରଣ ପାଇଁ ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀ ପୁଣି ତାତିଛନ୍ତି। ଆଜି କୃଷକମାନେ ଟ୍ୟାକ୍ଟର ରାଲି ବାହାର କରିଛନ୍ତି। ଆଜି ସକାଳୁ କିଛି ଚାଷୀ ପୋଲିସ ବାରିକେଡ୍‌ ଭାଙ୍ଗି ଦେଇଛନ୍ତି। ପ୍ରାୟ ୫୦୦୦ ଚାଷୀ ରିଂ ରୋଡ଼ରେ ଟ଼୍ରାକ୍ଟର ରାଲିରେ ଯିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ସୂଚନାଥାଉ କି, ଗଣତନ୍ତ୍ର ଦିବସ ପରେଡ ପରେ କୃଷି ଆନ୍ଦୋଳନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ […]

ଟ୍ରାକ୍ଟର ରାଲିରେ ବାହାରିଲେ ଚାଷୀ, ଭାଙ୍ଗିଲେ ବାରିକେଡ

KISHAN-।

Advertisment

ନୂଆଦିଲ୍ଲୀ: ଦେଶ ଆଜି ସାଧାରଣତନ୍ତ୍ର ଦିବସ ପାଳନରେ ମୁଖର ହୋଇଥିବାବେଳେ ଦାବି ପୂରଣ ପାଇଁ ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀ ପୁଣି ତାତିଛନ୍ତି। ଆଜି କୃଷକମାନେ ଟ୍ୟାକ୍ଟର ରାଲି ବାହାର କରିଛନ୍ତି। ଆଜି ସକାଳୁ କିଛି ଚାଷୀ ପୋଲିସ ବାରିକେଡ୍‌ ଭାଙ୍ଗି ଦେଇଛନ୍ତି। ପ୍ରାୟ ୫୦୦୦ ଚାଷୀ ରିଂ ରୋଡ଼ରେ ଟ଼୍ରାକ୍ଟର ରାଲିରେ ଯିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ।

Advertisment

ସୂଚନାଥାଉ କି, ଗଣତନ୍ତ୍ର ଦିବସ ପରେଡ ପରେ କୃଷି ଆନ୍ଦୋଳନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ଦିଲ୍ଲୀରେ ଟ୍ରାକ୍ଟର ରାଲିରେ ବାହାରିଛନ୍ତି। ରବିବାର ଆନ୍ଦଳନ ପାଇଁ ଅନୁମତି ମିଳିଥିଲା। ହେଲେ ପରେଡ ପୂର୍ବରୁ ମଙ୍ଗଳବାର ସକାଳୁ ହରିଆଣା ଏବଂ ଦିଲ୍ଲୀj ସିଂଘୁ ସୀମାରେ ଆନ୍ଦୋଳନରତ ୫୦୦୦ କୃଷକ ପୋଲିସ ବାରିକେଡ ଭାଙ୍ଗି ଦେଇଛନ୍ତି।

ଇତିମଧ୍ୟରେ ଚାଷୀମାନେ ସିଂଘୁ ସୀମାରେ ରାଲି ଆରମ୍ଭ କରି ଦେଇଛନ୍ତି। ଚାଷୀମାନେ KMP-GT ରୋଡ ଜଙ୍କସନ୍‌ ଆଡକୁ ବଢୁଛନ୍ତି। କରନାଲ ବାଇପାସ୍‌ ନିକଟରେ ଏକ ଅସ୍ଥାୟୀ ପ୍ରାଚୀର ସୃଷ୍ଟି କରି ଦେଇଛନ୍ତି। ଏଥସହିତ ଦିଲ୍ଲୀ-ନଏଡା ଲିଙ୍କ ରୋଡର ଚିଲ୍ଲା ବର୍ଡର ନିକଟରେ ମଧ୍ୟ ଚାଷୀମାନେ ଆନ୍ଦୋଳନ କରୁଛନ୍ତି।

Advertisment

ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରି ଦିଆଯାଇଛି।

Farmer Protest In Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ