/odishatv-khabar/media/post_attachments/uploadimage/library/16_9/16_9_0/KIM-JONG-UN_1624069315.jpg)
KIM JONG UN
ପ୍ୟୋଙ୍ଗୟାଙ୍ଗ : ଏକଛତ୍ରବାଦୀ ଶାସକଙ୍କ ଶାସନରେ ଦୁର୍ଭିକ୍ଷ, ସାରା ଦେଶରେ ଅନାହାର ପରିସ୍ଥିତି । ଭୋକରେ ଛଟପଟ୍ ହେଉଛନ୍ତି ଉତ୍ତର କୋରିଆ ବାସୀ । ଖାଦ୍ୟ ଶସ୍ୟର ଅଭାବ ହେତୁ ଉତ୍ତର କୋରିଆରେ ମୁଦ୍ରାସ୍ଫିତି ଶିଖରରେ ପହଞ୍ଚିଛି । ଫଳରେ ସାଧାରଣ ଲୋକଙ୍କ ପାଖରେ ଖାଦ୍ୟ ଏବଂ ପାନୀୟ ପହଞ୍ଚିପାରୁ ନାହିଁ। ସମସ୍ତ ସାମଗ୍ରୀ ଦର ଆକାଶଛୁଆଁ ରହିଛି । ଏବେ ଦେଶରେ ଗୋଟିଏ ମାତ୍ର କଦଳୀକୁ ୩୩୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି ଲୋକେ । କିମ୍ ଜୋଙ୍ଗ ଉନ୍ ନିଜେ ଦେଶର ଗମ୍ଭୀର ଖାଦ୍ୟ ସମସ୍ୟା କଥା ସ୍ୱୀକାର କରିଛନ୍ତି । ରିପୋର୍ଟ ଅନୁସାରେ ନିକଟରେ ହୋଇଥିବା ଏକ ବୈଠକରେ କିମ ସ୍ୱୀକାର କରିଛନ୍ତି ଦେଶର ସ୍ଥିତି ବହୁତ ଖରାପ । ଆଗାମୀ ସମୟରେ ସ୍ଥିତି ଆହୁରି ବିଗିଡ଼ିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।
ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ବ୍ଲାକ୍ ଟିର ଏକ ପ୍ୟାକେଟର ମୂଲ୍ୟ ୭୦ ଡଲାର (ପ୍ରାୟ ୫,୧୬୭ ଟଙ୍କା), ଏକ ଛୋଟ କଫି ପ୍ୟାକେଟର ମୂଲ୍ୟ ୧୦୦ ଡଲାର (୭,୩୮୧ ଟଙ୍କା) ଏବଂ ୧ କିଲୋଗ୍ରାମ କଦଳୀର ମୂଲ୍ୟ ୪୫ ଡଲାର (ପ୍ରାୟ ୩,୩୦୦ ଟଙ୍କା) ରହିଛି । ନିକଟରେ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ସୂଚନା ଅନୁସାରେ ଉତ୍ତର କୋରିଆରେ ୮୬୦,୦୦୦ ଟନ୍ ଖାଦ୍ୟ ଅଭାବ ରହିଛି । ହେଲେ ବର୍ତ୍ତମାନ ଦେଶରେ ମାତ୍ର ଦୁଇ ମାସର ଖାଦ୍ୟ ଶସ୍ୟ ମହଜୁଦ୍ ରହିଛି ।
ଜନତାଙ୍କ ପେଟ ଭରିବା ପାଇଁ ଉତ୍ତରକୋରିଆ ଚୀନ ତଥା ଆମଦାନୀ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । କାରଣ ଦେଶରେ ପର୍ଯ୍ୟାପ୍ତ ଉତ୍ପାଦନ ହେଉନାହିଁ । ଆଣବିକ କାର୍ଯ୍ୟକ୍ରମ ହେତୁ ଉତ୍ତର କୋରିଆକୁ ଅନେକ ଆନ୍ତର୍ଜାତୀୟ ପ୍ରତିବନ୍ଧକ ଲାଗିଛି । ଚଳିତ ବର୍ଷ ଏପ୍ରିଲରେ ଆସୁଥିବା ସଙ୍କଟକୁ ସ୍ୱୀକାର କରି ଏକ “ଆରଡୁଅସ୍ ମାର୍ଚ୍ଚ ” ପାଇଁ ପ୍ରସ୍ତୁତ ହେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କିମ୍ । ୧୯୯୪ ରୁ ୧୯୯୮ ମଧ୍ୟରେ ଉତ୍ତର କୋରିଆରେ ଖାଦ୍ୟ ସଙ୍କଟ ପାଇଁ “ଆରଡୁଅସ୍ ମାର୍ଚ୍ଚ’ କରାଯାଏ । ଦେଶର ଏପରି ସ୍ଥିତି ସତ୍ତ୍ୱେ କ୍ରୁର କିମ ସୁଧୁରି ନାହାନ୍ତି । ସୀମା ବନ୍ଦ ରହିବା ସହ ମହାମାରୀ ବିରୋଧରେ ଲାଗୁ ହୋଇଥିବା ନିୟମ ଲାଗୁ ରହିବ ବୋଲି କହିଛନ୍ତି । କରୋନା ମହାମାରୀକୁ ରୋକିବା ପାଇଁ ଉତ୍ତର କୋରିଆ ନିଜର ସମସ୍ତ ସୀମା ବନ୍ଦ କରି ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)