Advertisment

ଲକଡାଉନରେ ବଢ଼ିଛନ୍ତି ଶିଶୁ ଶ୍ରମିକ

ବେଙ୍ଗାଲୁରୁ: କରୋନା ଭାଇରସ୍ ଯୋଗୁ ହୋଇଥିବା ଲକଡାଉନରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ। ଲକଡାଉନ୍ ସମୟରେ କର୍ଣ୍ଣାଟକରେ ଏକ ସର୍ଭେ କରାଯାଇଛି, ଯେଉଁଥିରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି। ଜୁନ୍ ମାସରେ ସ୍ୱାମୀ ବିବେକାନନ୍ଦ ୟୁଥ୍ ମୁଭମେଣ୍ଟ୍ (ଏସଭିୱାଇଏମ୍) ପକ୍ଷରୁ କରାଯାଇଥିବା ସର୍ଭେରେ ରାଜ୍ୟର ୧୫୭୨ ଛାତ୍ର, ୪୫୨ ଶିକ୍ଷକ ଓ ୭୭୦ ମାତାପିତା ଭାଗ ନେଇଥିଲେ। ସର୍ଭେରୁ ସ୍ପଷ୍ଟ ହୋଇଛି ଯେ ଦିନ ମଜୁରିଆ କାମ କରୁଥିବା ଅଧିକାଂଶ ଛାତ୍ର ହାଇସ୍କୁଲରେ […]

author-image
Ranjeet Kumar Jena
ଲକଡାଉନରେ ବଢ଼ିଛନ୍ତି ଶିଶୁ ଶ୍ରମିକ

lockdown

ବେଙ୍ଗାଲୁରୁ: କରୋନା ଭାଇରସ୍ ଯୋଗୁ ହୋଇଥିବା ଲକଡାଉନରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ। ଲକଡାଉନ୍ ସମୟରେ କର୍ଣ୍ଣାଟକରେ ଏକ ସର୍ଭେ କରାଯାଇଛି, ଯେଉଁଥିରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି। ଜୁନ୍ ମାସରେ ସ୍ୱାମୀ ବିବେକାନନ୍ଦ ୟୁଥ୍ ମୁଭମେଣ୍ଟ୍ (ଏସଭିୱାଇଏମ୍) ପକ୍ଷରୁ କରାଯାଇଥିବା ସର୍ଭେରେ ରାଜ୍ୟର ୧୫୭୨ ଛାତ୍ର, ୪୫୨ ଶିକ୍ଷକ ଓ ୭୭୦ ମାତାପିତା ଭାଗ ନେଇଥିଲେ। ସର୍ଭେରୁ ସ୍ପଷ୍ଟ ହୋଇଛି ଯେ ଦିନ ମଜୁରିଆ କାମ କରୁଥିବା ଅଧିକାଂଶ ଛାତ୍ର ହାଇସ୍କୁଲରେ ପାଠ ପଢ଼ୁଛନ୍ତି।

Advertisment

ଲକଡାଉନ୍ କାରଣରୁ ମାର୍ଚ୍ଚ ମାସଠାରୁ ସମସ୍ତ ଶିକ୍ଷାଗତ ଗତିବିଧି ବନ୍ଦ ରହିଛି। ଲକଡାଉନ୍ ସମୟରେ ଛାତ୍ରମାନଙ୍କର ସ୍ଥିତି କ'ଣ ଥିଲା ଏବଂ ସେମାନେ କ'ଣ କରୁଥିଲେ, ତାହା ଜାଣିବା ପାଇଁ ଏହି ସର୍ଭେ କରାଯାଇଥିଲା। ଏହି ସର୍ଭେ ବିଶେଷକରି ବେଙ୍ଗାଲୁରୁ, ଧାରୱାଡ ଓ ମହୀଶୂର ଜିଲ୍ଲାରେ କରାଯାଇଥିଲା। ତେବେ ବଡ଼ କଥା ହେଉଛି ତିନୋଟି ଯାକ ଜିଲ୍ଲା ହିଁ କର୍ଣ୍ଣାଟକର ମୁଖ୍ୟ କେନ୍ଦ୍ରସ୍ଥଳୀ। ଏପରିକି ବେଙ୍ଗାଲୁରୁ ତ ରାଜ୍ୟର ରାଜଧାନୀ।

ଧାରୱାଡରେ ୨୩ ଓ ମହୀଶୂରରେ ୧୫ ପ୍ରତିଶତ ମାତାପିତା କହିଛନ୍ତି, ଲକଡାଉନ୍ ସମୟରେ ସେମାନଙ୍କର ପିଲା ମଜୁରୀ କରିବାକୁ ବାଧ୍ୟ ହୋଇଛନ୍ତି। ତେବେ ବେଙ୍ଗାଲୁରୁରେ ଏହାର ପ୍ରତିଶତ (୭) ଅପେକ୍ଷାକୃତ କମ୍ ରହିଛି। ସ୍କୁଲ ପୁନର୍ବାର ଖୋଲୁ ବୋଲି ପ୍ରାୟ ୬୦ପ୍ରତିଶତରୁ ଅଧିକ ମାତାପିତା ଚାହୁଁନାହାନ୍ତି, କାରଣ ସେମାନଙ୍କ ଭିତରେ ଏବେବି କରୋନା ଭୟ ରହିଛି।

Advertisment

ଅନ୍ୟପକ୍ଷରେ କରୋନା ଭ୍ୟାକସିନ୍ ବାହାରିବା ପରେ ସ୍କୁଲ୍ ଖୋଲାଯିବା ଦରକାର ବୋଲି ୫୫ ପ୍ରତିଶତ ଛାତ୍ର ମତ ଦେଇଛନ୍ତି। ତେବେ ୪୫ ପ୍ରତିଶତ ଛାତ୍ର ପୁନର୍ବାର ସ୍କୁଲ୍ ଖୋଲିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ସର୍ଭେରେ ଆଉ କିଛି ପ୍ରଶ୍ନ ଛାତ୍ର, ଶିକ୍ଷକ ଓ ମାତାପିତାଙ୍କୁ ପଚରାଯାଇଥିଲା ଏବଂ ଏହି ଆଧାରରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏଥିରେ ଅନଲାଇନ୍ ଅଧ୍ୟୟନଠାରୁ ଚାକିରି ଜନିତ ପାଠପଢ଼ା ସମ୍ବନ୍ଧିତ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା।

Advertisment
Advertisment